Nandankanan Elephant Death: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଆଖି ବୁଜିଲା ହାତୀ ଛୁଆ

ବିଫଳ ହେଲା ପ୍ରାଣୀ ଚିକିତ୍ସକଙ୍କ ପ୍ରଚେଷ୍ଟା । ସ୍ବତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ଚାଲିଥିବା ଚିକିତ୍ସା ହେଲା ଫେଲ୍।

ବିଫଳହେଲା ପ୍ରାଣୀ ଚିକିତ୍ସକଙ୍କ ପ୍ରଚେଷ୍ଟା

ବିଫଳହେଲା ପ୍ରାଣୀ ଚିକିତ୍ସକଙ୍କ ପ୍ରଚେଷ୍ଟା । ସ୍ବତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ଚାଲିଥିବା ଚିକିତ୍ସା ହେଲା ଫେଲ୍ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଆଖି ବୁଜିଲା ହାତୀ ଛୁଆ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ହାତୀ ମୃତ୍ୟୁକୁ ନେଇ ବଢ଼ିଲା ଟେନ୍ସନ । କରଞ୍ଜିଆରୁ ଉଦ୍ଧାର ହୋଇଥିବା ହାତୀ ଛୁଆର ଅସୁସ୍ଥତା ପାଇଁ ଚାଲିଥିଲା ହାତୀ ଛୁଆର ଚିକିତ୍ସା । ମୃତ ହାତୀ ଛୁଆର ବୟସ ୫ରୁ ୬ ବର୍ଷ ହେବ ବୋଲି ଜଣାପଡିଛି । ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଣ୍ଟାରେ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସାଧୀନ ଥିଲା ହାତୀ ଛୁଆ ।

ଅଧିକ ପଢ଼ନ୍ତୁ: ଆମ୍ବୁଲାନ୍ସ ଗାଁକୁ ଯାଇପାରିଲାନି, ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ପୋକାମୁଣ୍ଡା ଗାଁରେ ଥିବା ଏକ ମୋରମ ଖଣିରେ ଏହି ହାତୀ ଛୁଆଟି ଖସି ପଡିଥିଲା । ଚଳିତ ମାସ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିଲା ଏହି ହାତୀ ଛୁଆ । ହାତୀ ଶାଳର ଏକ ସ୍ବତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ହାତୀ ଛୁଆକୁ ରଖାଯାଇ ଚିକିତ୍ସା କରାଯାଉଥିଲା । ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାକୁ ଏକ କ୍ରେନ୍ ସାହାଯ୍ୟରେ ଉଠାଯାଇ ଚିକିତ୍ସା ପାଇଁ ଅଣାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଏହି ହାତୀ ଛୁଆର ମୃତ୍ୟୁ ଘଟିଛି ।

ସେପଟେ ଶିମିଳିପାଳରେ ଥିବା ପୋଷା ହାତୀ ଭବାନୀ ଅସୁସ୍ଥ ହେବାର ଖବର ଆସିଛି । ପ୍ରାୟ ସପ୍ତାହେରୁ ଅଧିକ ସମୟ ହେବ ଭବାନୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଭବାନୀର ବୟସ ୬୦ ଛୁଇଁଲାଣି । ବୟସାଧିକ କାରଣରୁ ସେ ଅସୁସ୍ଥ ହୋଇଛି । ୨୦୦୧ରେ ସୁଦୂର କର୍ଣ୍ଣାଟକରୁ ହାତୀ ଭବାନୀକୁ ଶିମିଳିପାଳ ଅଣାଯାଇଥିଲା । ସେବେଠୁ ତାକୁ ପ୍ରଶିକ୍ଷଣ ଦିଆଯାଇ ବିଭିନ୍ନ କାମରେ ନିୟୋଜିତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ବଡ଼ ଖୁଲାସା: ୧୫୭ ଜଣ ପୁରୁଷ କରିଛନ୍ତି ସୁଭଦ୍ରା ଆବେଦନ