Advertisment

Bhubaneswar series accident: ରାଜଧାନୀରେ ସିରିଜ ଦୁର୍ଘଟଣା; କାର ଓ ଅଟୋକୁ ପଛରୁ ଧକ୍କା ଦେଲା ମଦ୍ୟପ କାର ଚାଳକ

ଭୁବନେଶ୍ୱରର ୟୁନିଟ-୨ ପେଟ୍ରୋଲ ପମ୍ପ ନିକଟରେ ଦୁଇଟି କାର ଓ ଅଟୋକୁ ପଛରୁ ଧକ୍କା ଦେଇଛି ଏକ କାର । ଦୁର୍ଘଟଣାର ଶିକାର ହୋଇଥିବା  ୩ ଜଣ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Series accident

Series accident

ଭୁବନେଶ୍ୱରରେ ଘଟିଛି ସିରିଜ ଦୁର୍ଘଟଣା । ୟୁନିଟ-୨ ପେଟ୍ରୋଲ ପମ୍ପ ନିକଟରେ ସିରିଜ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି । ଅଟୋ ସାଙ୍ଗକୁ ଦୁଇଟି କାରକୁ ପଛରୁ ଧକ୍କା ଦେଇଛି ଅନ୍ୟ ଏକ କାର । ଏହା ପରେ କାରଟି ଏକ ସରକାରୀ କ୍ୱାର୍ଟର୍ସ ଗେଟ ଭାଙ୍ଗି ଘର ଭିତରକୁ ମାଡି ଯାଇଥିବା ସୂଚନା ମିଳିଛି । ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । 

Advertisment

ମିଳିଥିବା ସୂଚନା ମୁତାବକ, ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରି ଥିବା ବେଳେ ପଛପଟୁ ଆସି ଏକ ଅଟୋ ସହିତ ଧକ୍କା ଦେଇଥିଲେ । ଯାହା ପରେ ପଛକୁ ପଛ ଆସି ଆଉ ଦୁଇ କାର ମଧ୍ୟରେ ଧକ୍କା ହୋଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାକୁଯାୟୀ, ଡ୍ରାଇଭର ଜଣକ ଏତେ ନିଶାରେ ଥିଲେ ଯେ ଠିକ୍ ଭାବରେ ଠିଆ ମଧ୍ୟ ହୋଇ ପାରୁନଥିଲେ । ଏହା ପରେ ଆଉ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ସରକାରୀ କ୍ୱାର୍ଟର୍ସର ଗେଟ ଭାଙ୍ଗି ଘର ଭିତରକୁ ମାଡି ଯାଇଥିଲା । ଯେତେବେଳେ କାରଟି ଧକ୍କା ଦେଲା, ସେତେବେଳେ କିଛି କାର ଓ ଅଟୋ ରାସ୍ତାରେ ପାର୍କ ହୋଇଥିଲା । 

ଅଧିକ ପଢନ୍ତୁ: ବଦଳିବ ମାଷ୍ଟରକ୍ୟାଣ୍ଟିନ ଛକର ନାଁ, କ'ଣ ରହିବ ନୂଆ ନାମ?

ଆଉ ଜଣେ ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି, ଏଜି ଛକ ପଟୁ ଏକ କାର ଆସୁଥିବା ବେଳେ ରାସ୍ତା କଡରେ ଆଉ ଏକ କାର ପାର୍କ ହୋଇଥିଲା । ଆମେ ଅଟୋ ପାଖରେ ଛିଡା ହୋଇଥିଲୁ । କାରଟି ଏତେ ଜୋର ଧକ୍କା ଦେଇଥିଲା ଯେ, ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାୟାଇ ଅଧିକ ଚିକିତ୍ସା ପାଇଁ ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି । ସ୍ଥାନୀୟ ପୋଲିସ୍ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । 

Advertisment

ଅଧିକ ପଢନ୍ତୁ: ଆପଣ ଖାଉଥିବା ପାନ ଦେହ ପାଇଁ ଭଲ ନା ଖରାପ, ଜାଣନ୍ତୁ

Bhubaneswar Accident
Advertisment
Advertisment