Advertisment

ଡିଜେ କଲା ବାଇଆ, ଗଣେଶଙ୍କୁ ଏକୁଟିଆ ଛାଡି ଭକ୍ତ ଫେରାର

ତମାଣ୍ଡୋ ଥାନା ଅଞ୍ଚଳ ଭଗବାନପୁର ମା’ ମଙ୍ଗଳା କ୍ଳବ ପକ୍ଷରୁ ପ୍ରଭୁ ଗଣନାଥଙ୍କ ପୂଜା ପାଇଁ ଆୟୋଜନ ହୋଇଥିଲା। ପୂର୍ବରୁ ଡିଜେ ପାଇଁ ବରାଦ୍ ବି ଦିଆ ସରିଥିଲା। ହେଲେ ଠିକ୍ ସମୟକୁ କମିଶନରେଟ୍ ପୁଲିସ୍ ଡିଜେ ବ୍ୟାନ କଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Devotees Abandon Idol During Police Crackdown On DJ

Ganesh Puja

କିଟି କିଟି ଅନ୍ଧାର ରାତି। ରାସ୍ତା କଡ଼ରେ ଟ୍ରକ ଡାଲାରେ ଏକାକୀ ବସିଛନ୍ତି ପ୍ରଭୁ ଗଣନାଥ । ସିଏ ପୁଣି ହନୁମାନ ବେଶଧାରୀ ଗଣେଷ । ହାତରେ ଲଡୁ ନାହିଁ କି ପାଖରେ ଭକ୍ତ ନାହାନ୍ତି। ଏମିତିକି ଟ୍ରକ ଡ୍ରାଇଭର ବି ଫେରାର। ଖବର ନେବାରୁ ଜଣାପଡିଛି ଯେ, ତଥାକଥିତ ଭକ୍ତମାନେ ଠାକୁରଙ୍କ ପ୍ରତିମାକୁ ଏଇଠି ଛାଡ଼ିଦେଇ ଡିଜେ ପଛେ ପଛେ ଥାନାକୁ ଯାଇଛନ୍ତି। ଏ ଦୃଶ୍ୟ ଆମ ସଭ୍ୟ ସମାଜକୁ ଏତିକି କହିବାକୁ ଯଥେଷ୍ଟ ଯେ, ଆମେ ଆମକୁ ହିଁ ସମ୍ମାନ ଦେଇ ଶିଖିନେ। ଯାହାଙ୍କୁ ପୂଜା କରୁଛେ, ତାଙ୍କ ପ୍ରତି ନା ଭକ୍ତି ରହିଛି ନା ସମ୍ମାନବୋଧ। ଅଛି ତ କେବଳ ଶୋ’ ବାଜି।

Advertisment

ଏମିତି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ତଥାକଥିତ ବଡ଼ବଡ଼ିଆ ଲୋକଙ୍କ ସହର । ତମାଣ୍ଡୋ ଥାନା ଅଞ୍ଚଳ ଭଗବାନପୁର ମା’ ମଙ୍ଗଳା କ୍ଳବ ପକ୍ଷରୁ ପ୍ରଭୁ ଗଣନାଥଙ୍କ ପୂଜା ପାଇଁ ଆୟୋଜନ ହୋଇଥିଲା। ପୂର୍ବରୁ ଡିଜେ ପାଇଁ ବରାଦ୍ ବି ଦିଆ ସରିଥିଲା। ହେଲେ ଠିକ୍ ସମୟକୁ କମିଶନରେଟ୍ ପୁଲିସ୍ ଡିଜେ ବ୍ୟାନ କଲା ।

ଅଧିକ ପଢ଼ନ୍ତୁ: ଡାକ୍ତର ବେଶରେ ଶ୍ରୀଗଣେଶ, କଲେ ମୂଷିକର ଚିକିତ୍ସା

ତଥାପି ଆମାନିଆ କ୍ଲବ ପିଲା ଡିଜେ ବଜାଇଲେ। ଭସାଣୀ ଶୋଭାଯାତ୍ରାରେ ଧୁମ୍ ଡେଇଁଲେ। ପୋଲିସ ଏ ଖବର ପାଇବା ପରେ ଚଢାଉ କରିଥିଲା । ଗଣପତି ପୂଜା ଆୟୋଜନ କରି ଭାଣ୍ଡାମୀ କରୁଥିବା ପିଲାମାନେ ଛତ୍ରଭଙ୍ଗ ଦେଲେ । ପୋଲିସ ଆସିଲା ବେଳକୁ ଟ୍ରକ ଡାଲାରେ କେବଳ ଗଣେଶଙ୍କ ପ୍ରତିମା ଥିଲା, ଆଉ ଡିଜେ।

Advertisment

ପୋଲିସ DJ ଗାଡିକୁ ଥାନାରେ ଅଟକ ରଖିଲା। ଆଉ ସେବେଠୁ ଠାକୁରେ ଏଇଠି ଏମିତି ବସିଛନ୍ତି । ଆଉ ଏ କଥା ପ୍ରମାଣିତ ହୋଇଛି ଯେ, ଠାକୁରଙ୍କ ଅପେକ୍ଷା ପିଲେ ପୋଲିସକୁ ବେଶି ଭୟ କରୁଛନ୍ତି । କଥାଟା ଆପଣଙ୍କ ଲାଗି ସମାଲୋଚନା ଯୋଗ୍ୟ ହୋଇପାରେ । କିନ୍ତୁ ଆମେ ଯାହା ଦେଖିଲୁ ଆପଣଙ୍କୁ ତାହା ହିଁ କହିଲୁ।

ଡିଜେ ଗାଡିକୁ ସିଲ କରି ଥାନାକୁ ଆଣିଲା ତମାଣ୍ଡୋ ପୋଲିସ I କଟକଣା ସତ୍ତ୍ୱେ କାହିଁକି ଡିଜେ ବଜାଉଥିଲେ ସେନେଇ ଡିଜେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲେ ବି ଖବର ପ୍ରସ୍ତୁତ କରିବା ବେଳକୁ ଠାକୁରେ ଭସାଣୀ ହୋଇଛନ୍ତି କି ନାହିଁ ସେ ନେଇ ତଥ୍ୟ ମିଳିପାରି ନାହିଁ ।

Commissionerate Police Ganesh Chaturthi DJ Music
Advertisment
Advertisment