Advertisment

Cuttack Bali Yatra: କଟକ ଐତିହାସିକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ପ୍ରତିଶ୍ରୁତି ପୂରଣକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ପ୍ରତିଶ୍ରୁତି ଅନୁସାରେ କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା ଜାରି ହୋଇଛି ।

ଅଦ୍ୟତନ ହୋଇଛି
Cuttack Bali Yatra

Cuttack Bali Yatra

Advertisment

ପ୍ରତିଶ୍ରୁତି ପୂରଣକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ପ୍ରତିଶ୍ରୁତି ଅନୁସାରେ କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା ଜାରି ହୋଇଛି ।  ଓଡ଼ିଶା ଓ ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ନୌବାଣିଜ୍ୟର ଗାଥା ବହନ କରୁଥିବା କଟକ ବାଲିଯାତ୍ରା ସଂପର୍କରେ ଇଣ୍ଡୋନେସିଆ ଗସ୍ତବେଳେ ପିଏମ ମୋଦୀ ଅଭିଭାଷଣରେ ଉଲ୍ଲେଖ କରିଥିଲେ।

Advertisment

ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଓଡ଼ିଶା ମହୋତ୍ସବ ହଜାର ହଜାର ବର୍ଷ ଧରି ବାଲି, ସୁମାତ୍ରା, ଜାଭା, ଶ୍ରୀଲଙ୍କା ଏବଂ ମାଲେସିଆ ସହ ଭାରତକୁ କିପରି ସଂଯୋଗ କରିଛି, ତା ଉପରେ ଆଲୋକପାତ କରିଥିଲେ ମୋଦି । ଐତିହାସିକ ବାଲିଯାତ୍ରା ଗତ ୨୦୨୨ ମସିହାରେ ଗିନିଜ ୱାର୍ଲଡ ରେକର୍ଡ ବି କରିଥିଲା । ମାତ୍ର ୩୫ ମିନିଟରେ ୨୨ ହଜାର କାଗଜ ଡଙ୍ଗା ତିଆରି କରି ବାଲିଯାତ୍ରା ରେକର୍ଡ କରିଥିଲା । ତା’ସହ ବିଭିନ୍ନ ମହଲରେ ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ସପକ୍ଷରେ ମତ ପ୍ରକାଶ ପାଇବା ସହ ଦାବି ବି ଉଠିଥିଲା ।

ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ନେଇ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବ ପ୍ରତିଶ୍ରୁତି ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦିଆଯାଇଥିବା ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । କଟକ ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପରେ କଟକ ଏବଂ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Advertisment

ଅଧିକ ପଢ଼ନ୍ତୁ: VIPଙ୍କ ପାଇଁ ମାଳ ମାଳ ପାସ୍, ସାଧାରଣ ଲୋକଙ୍କ ପାଇଁ ଟିକେଟ୍ ଖତମ୍

ଓଡ଼ିଶାର ପ୍ରମୁଖ ଯାନି ଯାତ୍ରାକୁ ଅଧିକ ଲୋକପ୍ରିୟ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବା ପରେ କେନ୍ଦ୍ର ସରକାର ଓଡ଼ିଶାର ସଂସ୍କୃତିକୁ ସ୍ବତନ୍ତ୍ର ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ କଟକର ଐତିହାସିକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି । କଟକ ସାଂସଦ ଭର୍ତ୍ତୁହରି ମହତାବ କହିଛନ୍ତି ଓଡିଶା ଲୋକଙ୍କ ମନକଥା ବୁଝିଛନ୍ତି କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ । କଟକ ସାଂସଦ ଭର୍ତ୍ତୁହରି ମହତାବ ଏନେଇ ଖୁସି ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । 

ଅଧିକ ପଢ଼ନ୍ତୁ: ୟୁଟ୍ୟୁବ୍‌ ଦେଖାଇଲା ରାସ୍ତା; ରଙ୍ଗୀନ ଫୁଲକୋବି ଚାଷ କରି ମାଲାମାଲ୍‌ ହେଲେ ଚାଷୀ

Advertisment
Narendra Modi Bali Yatra Mahotsav Cuttack Bali Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ