Advertisment

Colored Cabbage: ୟୁଟ୍ୟୁବ୍‌ ଦେଖାଇଲା ରାସ୍ତା; ରଙ୍ଗୀନ ଫୁଲକୋବି ଚାଷ କରି ମାଲାମାଲ୍‌ ହେଲେ ଚାଷୀ

ଚଳିତବର୍ଷ ପଦମନ ମାଳି ପ୍ରଥମ ଥର ପାଇଁ ରଙ୍ଗୀନ ଫୁଲ କୋବି ଚାଷ କରିଛନ୍ତି। ଏଥିପାଇଁ ସେ ୟୁଟ୍ୟୁବ୍‌ରୁ ପାଇଥିଲେ ଫର୍ମୁଲା। ତା’ପରେ ଉମରକୋଟରେ ଜଣେ ମଞ୍ଜି ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିଥିଲେ। ସିଏ ତାଙ୍କୁ କୋବି ଚାରା ଆଣି ଯୋଗାଇଥିଲେ।

author-image
Manoranjan Sial
Cabbage

Cabbage

ପାରମ୍ପରିକ ପ୍ରଣାଳୀରେ ଚାଷ କରୁଥିଲେ। ହେଲେ ସେଥିରେ ମନ ଭରୁନଥିଲା। ଭଲ ଲାଭ ମଧ୍ୟ ପାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ ରାସ୍ତା ଦେଖାଇଲା ୟୁଟ୍ୟୁବ୍‌। ଆଉ ଏବେ ରଙ୍ଗୀନ ଫୁଲକୋବି ଚାଷ କରି ମାଲାମାଲ୍‌ ହେଲେ ନବରଙ୍ଗପୁର ଜଣେ ଚାଷୀ। ୪୦ରୁ ୪୫ ହଜାର ଟଙ୍କା ଖର୍ଚ୍ଚ କରି ଏଥର ୨ ଲକ୍ଷ ଟଙ୍କା ଲାଭ ପାଇବେ ବୋଲି ଆଶା ରଖିଛନ୍ତି ଚାଷୀ ପଦମନ ମାଳି।

Advertisment

ଝରୀଗାଁ ବ୍ଲକ୍‌ ବିଏସ୍‌ପଦର ଗାଁର ପଦମନ ମାଳି। ଜଣେ ସଫଳ ଚାଷୀ। ନିଜର ଥିବା ୭ରୁ ୮ ଏକର ଜମିରେ ପୂର୍ବରୁ ଧାନ ଚାଷ କରୁଥିଲେ। ହେଲେ ସେଥିରେ ବେଶୀ ଲାଭ ପାଉନଥିଲେ। ତେଣୁ ପାରମ୍ପରିକ ଭାବେ ଧାନ ଚାଷ ଛାଡ଼ି ପନି ପରିବା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ୫ ବର୍ଷ ହେଲା ଧାନ ସହିତ ବିଭିନ୍ନ ପନିପରିବା ଯଥା, ବନ୍ଧାକୋବି, ଫୁଲକୋବି, ବାଇଗଣ, ମୂଳା, ଧନିଆ ଆଦି ଚାଷ କରୁଛନ୍ତି। ଭଲ ରୋଜଗାର କରୁଛନ୍ତି। ସେଥିରୁ ଯାହା ରୋଜଗାର କରୁଛନ୍ତି, ସେଥିରେ ଚଳିଯାଉଛି ପୂରା ପରିବାର।

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ନୂଆପଡ଼ାର ତିନି ରେବତୀ, ପାଠପଢ଼ିବାର ଇଚ୍ଛା ଆଗରେ ଚୁରମାର୍ ହେଲା ପ୍ରତିବନ୍ଧକ

Advertisment

ଚଳିତବର୍ଷ ପଦମନ ମାଳି ପ୍ରଥମ ଥର ପାଇଁ ରଙ୍ଗୀନ ଫୁଲ କୋବି ଚାଷ କରିଛନ୍ତି। ଏଥିପାଇଁ ସେ ୟୁଟ୍ୟୁବ୍‌ରୁ ପାଇଥିଲେ ଫର୍ମୁଲା। ତା’ପରେ ଉମରକୋଟରେ ଜଣେ ମଞ୍ଜି ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିଥିଲେ। ସିଏ ତାଙ୍କୁ କୋବି ଚାରା ଆଣି ଯୋଗାଇଥିଲେ। ସେ ଦେଢ଼ ଏକର ଜମିରେ ବାଇଗଣି ଓ ହଳଦୀଆ ରଙ୍ଗର ଫୁଲକୋବି ଚାଷ କରିଛନ୍ତି। ପଦମନ ମାଳିଙ୍କ କହିବା ଅନୁସାରେ ଏହି କୋବି ବଢ଼ିବାକୁ ୭୦ରୁ ୭୫ ଦିନ ଲାଗୁଛି। ଏଥିପାଇଁ ୪୦ରୁ ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଏଥର ଭଲ ଫସଲ ହୋଇଥିବାରୁ ୨ ଲକ୍ଷରୁ ଅଧିକ ଟଙ୍କା ମିଳିବ ବୋଲି ସେ ଆଶା ରଖିଛନ୍ତି। ଏହାଛଡ଼ା ସେ ବନ୍ଧାକୋବି ଓ ମୂଳା ମଧ୍ୟ ଚାଷ କରିଛନ୍ତି।

ଅଧିକ ପଢ଼ନ୍ତୁ :‘ଅନିୟମିତତା ଧରିବାକୁ ୬ ଶହ କେନ୍ଦ୍ରରେ AI ଭଳି ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା’

ପଦମନ ମାଳି ଚାଷ କରୁଥିବା ପନିପରିବାକୁ ବିକ୍ରି କରିବାରେ ବିଶେଷ କିଛି ଅସୁବିଧା ହେଉନି। ଉମରକୋଟ ଓ ଆଖପାଖ ବଜାରରେ ବିକ୍ରି କରିଦେଉଛନ୍ତି। ସାଧାରଣ ଫୁଲ କୋବି ଗୋଟା ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରଙ୍ଗୀନ ଫୁଲକୋବି ଗୋଟା ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ବେଳେ ବେଳେ ଜମି ପାଖକୁ ଆସି ବ୍ୟବସାୟୀମାନେ ରଙ୍ଗୀନ ଫୁଲକୋବି କିଣି ନେଉଛନ୍ତି। ଭଲ ଚାହିଦା ଥିବାରୁ ଆର ବର୍ଷକୁ ଅଧିକ ଜମିରେ ରଙ୍ଗୀନ ଫୁଲକୋବି ଚାଷ କରିବେ ବୋଲି ଶ୍ରୀ ମାଳି ଆଶା ରଖିଛନ୍ତି।

Nabarangpur Cabbage
Advertisment
Advertisment