Cuttack Bali Yatra: କମ୍ପୁଛି ବାଲିଯାତ୍ରା, ମତୁଆଲା ଦର୍ଶକ; ସୋନୁଙ୍କ କଣ୍ଠରେ 'ପୁଚୁକୀ ଗାଲି' ..

ଦୁଲୁକିଲା ବାଲିଯାତ୍ରା ପଡ଼ିଆ, ନାଚିଲା କଟକ । ଏକାକାର ହେଲେ ପିଲାଙ୍କଠାରୁ ବୟସ୍କ ।

Cuttack Bali Yatra

ଦୁଲୁକିଲା ବାଲିଯାତ୍ରା ପଡ଼ିଆ, ନାଚିଲା କଟକ । ଏକାକାର ହେଲେ ପିଲାଙ୍କଠାରୁ ବୟସ୍କ । ଗତକାଲି ବାଲିଯାତ୍ରା ପଡ଼ିଆରେ ସିଙ୍ଗର ସୋନୁ ନିଗମଙ୍କୁ ପାଖରେ ପାଇ ମତୁଆଲା ହୋଇଛନ୍ତି ସଙ୍ଗୀତ ପ୍ରେମୀ । ବଲିଉଡ୍ ଏଭର ଗ୍ରୀନ, ସୁପର ଭର୍ସଟାଇଲ୍ ସିଙ୍ଗର ସୋନୁ ନିଗମଙ୍କ ଶୋ'ରେ କିଛି ଏମିତି ଝୁମିଲେ ଲୋକେ । ବଲିଉଡ୍‌ର ଗୋଟେ ପରେ ଗୋଟେ ହିଟ୍ ଗୀତ ଯାହା ଆଜିର ଯୁବ ପିଢ଼ିଙ୍କ ପସନ୍ଦ ଯାହା ୮୦ ଆଉ ୯୦ ଦଶକର ଫେଭରେଟ ।

ଗତକାଲି କଟକ ବାଲିଯାତ୍ରାରେ ସବୁଠୁ ଅଧିକ ଗହଳି ଆଉ ସବୁଠୁ ଅଧିକ ପସନ୍ଦ ସୋନୁ ଶୋକୁ କରିଥିଲେ ଦର୍ଶକ । ଜଗନ୍ନାଥଙ୍କ ବନ୍ଦନା ହେଉ କି ପୁଚୁକି ଗାଲି ଓଡ଼ିଆ ଦର୍ଶକଙ୍କ ପାଇଁ ଓଡ଼ିଶା ପାଇଁ ସେଇ ପୁରୁଣା ସ୍ମୃତିକୁ ଭେଟି ଦେଇଛନ୍ତି ସୋନୁ ନିଗମ୍ । ଷ୍ଟେଜରେ ଚାଲିଥିଲା ଶୋ' ଆଉ ତଳେ ନାଚୁଥିଲେ ଲୋକେ । ଯେତେ ଦୂର ଯାଏଁ ଚାହିଁଲେ ସେତେ ଦୂର ଯାଏଁ ଭିଡ଼ ଜମିଥିଲା । କିଏ ନିଜ ପରିବାର ସହ ପୁଣି କିଛି ଅସୁସ୍ଥତା ସତ୍ତ୍ୱେ ନିଜ ପସନ୍ଦର ଗାୟକକୁ ପାଖରୁ ଦେଖିବାକୁ ଆସି ପହଂଚି ଥିଲେ ।

ଅଧିକ ପଢ଼ନ୍ତୁ: ଜେଲରୁ MA ପଢିବେ ମାଓନେତା ସବ୍ୟସାଚୀ ପଣ୍ଡା, ମାଷ୍ଟର ଡିଗ୍ରୀ ପାଇଁ ପ୍ରସ୍ତୁତି

ପୁରା ବାଲିଯାତ୍ରାରେ ଯେତିକି ଭିଡ, ଅଧାରୁ ଅଧିକ ଲାଗିଛି ଦୋଳି ପାଖରେ । ସାଙ୍ଗ ସାଥୀଙ୍କ ସହ ଘେରାଏ ଘୁରି ଆସିବାକୁ ଲାଗିଛି ଲମ୍ବା ଲାଇନ୍ । ଇଏ ଏମିତି ସେମିତିକା ଦୋଳି ନୁହେଁ, ୟାର ନାଁ ସୁନାମି । ନାଁ ଯେତିକି ଭୟଙ୍କର, ତାଠୁ ଅଧିକ ଛାତି ଥରି ଉଠିବ ଏଥିରେ ବସିବା ବେଳେ । ଥରେ ଚକ୍କର କାଟିଦେଲେ, ଆସିଯିବ ସମୁଦ୍ରର ଅନୁଭବ । ଭୟ ଥିଲେ ବି ମଜା ଉଠାଇବାକୁ ଆଗଭର ଯୁବପିଢ଼ି ।

ଆକାଶ ଉଚ୍ଚର ଏହି ଦୋଳି ଯିଏ ଖେଳିଛି ସିଏ ଜାଣିଛି ଏହାର ମଜା କେତେ । ହେଲେ ଏଥିପାଇଁ ଦରକାର ସାହସ । ଚଳିତ ବର୍ଷ ବାଲିଯାତ୍ରାକୁ ଆସିଥିବା ଏହି ନୂଆ ଦୋଳି ହେଲା ସ୍କ୍ରିମ୍ ଟାୱାର । ଗାଜିଆବାଦର ଏକ କମ୍ପାନୀ ପ୍ରଥମଥର ପାଇଁ ଏହାକୁ ଲଂଚ୍ କରିଛି କଟକ ବାଲିଯାତ୍ରାରେ । ଏକାଥରକେ ୩୨ ଜଣ ଏହି ଦୋଳିର ମଜା ଉଠାଇପାରିବେ ।

ଇଏ ଆଉ ଏକ ଆମୋଦ ଦାୟକ ଦୋଳି ଫ୍ରିସ ବି । ଏଠି ଭୟ କମ୍, ରୋମାଂଚ ଅଧିକ । ବାଲିଯାତ୍ରାରେ ସ୍କ୍ରିମ ଟାୱାର ଦୋଳିର ଦାମ୍ ୨ଶହ ଟଙ୍କା ଥିବା ବେଳେ ଫ୍ରିସ ବି ଓ ସୁନାମୀ ପାଇଁ ଦେବାକୁ ପଡୁଛି ଶହେ ଟଙ୍କା । ଏଥର ବାଲିଯାତ୍ରାରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ଏସବୁ ନୂଆ ଦୋଳି ।

ପାଣି ଓ ଆଲୋକର ଅଦ୍ଭୂତ ମିଳନ । ମହାନଦୀ ବକ୍ଷରେ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ନିଦର୍ଶନ । ଗଡଗଡିଆ ଘାଟରେ ଚିତ୍ତାକର୍ଷକ ଲେଜର ଲାଇଟ୍ ସୋରେ ପ୍ରଦର୍ଶିତ ହେଉଛି ହଜାରେ ବର୍ଷ ତଳର କଳିଙ୍ଗ ସଂସ୍କୃତି ଓ ଇତିହାସ । ମର୍କତ କେଶରୀଙ୍କ ରାଜୁତି ଠାରୁ ଅଭିନବ କଟକ ପ୍ରତିଷ୍ଠା ଯାଏଁ, ଲେଜର ସୋ ବଖାଣୁଛି ଓଡ଼ିଶା ଓ ଓଡ଼ିଆଙ୍କ ବୀରତ୍ୱର ଗାଥା ।

ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରର କଥା କହିବା ବେଳେ ତ ଭାବରେ ଭରିଆସୁଛି ଦର୍ଶକଙ୍କ ହୃଦୟ । ଏସିଆର ବୃହତ୍ତମ ବାଣିଜ୍ୟିକ ମେଳା ବାଲିଯାତ୍ରାର ଉପର ଓ ତଳ ପଡିଆରେ ଲାଗିଛି ୨୫ ଶହରୁ ଅଧିକ ଷ୍ଟଲ୍ । ସେଥିରୁ ଓରମାସରେ କେବଳ ୫ଶହରୁ ଅଧିକ ଷ୍ଟଲ ରହିଛି । ଯେଉଁଥିରେ ଚାଲିଛି ବିକ୍ରିବଟା ।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ପ୍ରଥମ, ଝାଡଖଣ୍ତରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍