/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753704047.jpg)
ଗୋପାଳପୁର ଗଣ ଦୁଷ୍କର୍ମ ଆସିଲା ବଡ଼ ଅପଡେଟ୍
ଗୋପାଳପୁରଗଣଦୁଷ୍କର୍ମମାମଲା I କ୍ରାଇମବ୍ରାଞ୍ଚ୍ଦାଖଲକଲାଚାର୍ଜସିଟ୍ I SDJMଙ୍କକାର୍ଯ୍ୟାଳୟରେଚାର୍ଜସିଟ୍ଦାଖଲକରିଛିକ୍ରାଇମବ୍ରାଞ୍ଚ। ୫୭୪ପୃଷ୍ଠାରଚାର୍ଜସିଟ୍ଦାଖଲକରିଥିବାସୂଚନାମିଳିଛି।ଗତଜୁନ୧୪ ତାରିଖରେଗୋପାଳପୁରବେଳାଭୂମିଅଞ୍ଚଳରେଘଟିଥିଲାଏହିଗଣଦୁଷ୍କର୍ମI ଏଥିରେପୋଲିସ୧୦ଜଣଙ୍କୁଗିରଫକରିଥିଲା I ପରେଏହିମାମଲାରେଡଫ୍ଲାଗଭାବେନିଆଯାଇକ୍ରାଇମବ୍ରାଞ୍ଚ୍କୁହସ୍ତାନ୍ତରହୋଇଥିଲା।
ପ୍ରକାଶ ଥାଉ କି, ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୂର୍ବରୁ ୧୦ ଜଣଙ୍କୁ ଗିରଫ କରାଯାଇଛି। ଘଟଣାର ୨୪ ଘଣ୍ଟା ଭିତରେ ୩ଟି ଟିମ୍ ଗଠନ କରି ପୋଲିସ ୬ ଯୁବକ ଏବଂ ୪ ନାବାଳକ ଅଭିଯକ୍ତଙ୍କୁ ଗିରଫ କରିଥିଲା। ସେପଟେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମହିଳା କମିଶନ୍। ଗୋପାଳପୁର ଭଳି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ଏଭଳି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା।
ଗୋପାଳପୁର ଗଣଦୁଷ୍କର୍ମର ୧୦ ସଇତାନ। ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ। ୩ ଜଣ ଗଣଦୁଷ୍କର୍ମ କରିଥିଲେ, ଅନ୍ୟମାନେ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ। ତା ନାଁରେ ପୂର୍ବରୁ ମଧ୍ୟ ୨ଟି ମାମଲା ରହିଥିଲା। ଅନ୍ୟ ଦୁଇ ଦୁଷ୍କର୍ମକାରୀ ହେଲେ ବାବୁରାମ ଦଳାଇ ଏବଂ କୁନାଲ ପ୍ରଧାନ। ୨୦ ବର୍ଷିୟା କଲେଜ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଘନ ଘନ ତଦନ୍ତ ଜାରି ରହିଥିଲା। ଏହି ଘଟଣାରେ ୪ ଜଣ ୧୭ ବର୍ଷୀୟ ନାବାଳକ ସାମିଲ ଥିଲେ।
ଘଟଣା ଘଟିବା ଦିନ ରାତି ପ୍ରାୟ ୮ଟା ୩୦ରେ ଗୋପାଳପୁର ବେଳାଭୂମିର ଏକ ନିଛାଟିଆ ସ୍ଥାନରେ ଏକାଠି ବସିଥିଲେ କଲେଜ ପଢୁଆ ଦୁଇ ଯୁବକ ଯୁବତୀ। ଏହି ସମୟରେ ସେମାନଙ୍କ ପାଖରେ ପହଁଚିଯାଇଥିଲେ ୧୦ ଜଣ ଦୁର୍ବୃତ୍ତ। ପ୍ରଥମେ ଦୁହିଁଙ୍କ ଫଟୋ ଉଠାଇ ଭାଇରାଲ କରିବାର ଭୟ ଦେଖାଇଥିଲେ। ପାଖରେ ଥିବା ୧୩ ଶହ ଟଙ୍କା ଲୁଟିନେବା ପରେ ଅନଲାଇନ୍ ଟ୍ରାଞ୍ଜାକ୍ସନରେ ବି ଟଙ୍କା ନେଇଥିଲେ। ଏହାପରେ ବି ମନ ଶାନ୍ତ ପଡିନଥିଲା। ପୁରୁଷ ବନ୍ଧୁଙ୍କୁ ବନ୍ଧକ ରଖି ଜଣକ ପରେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡିତା ଯେତେ କାକୁତି ମିନତି କରିଥିଲେ ବି ଛାଡିନଥିଲେ ଅଭିଯୁକ୍ତ। ଘଟଣା ବାବଦରେ ଗୋପାଳପୁର ଥାନାରେ ଅଭିଯୋଗ ପରେ ତୁରନ୍ତ ୩ଟି ଟିମ୍ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ। ରାତାରାତି ୧୦ ଅଭିଯୁକ୍ତଙ୍କୁ ବାନ୍ଧି ସହ କୋର୍ଟ ଚାଲାଣ କରାଯାଇଥିଲା।
ବେଳାଭୂମିରେ ଯୁବତୀଙ୍କ ସହ ପାଶବିକ ଅତ୍ୟାଚାର ପରେ ସବୁଠି ଖାଁ ଖାଁ। ଯେତିକି ବି ପର୍ଯ୍ୟଟକ ଆସୁଛନ୍ତି, ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଉଛନ୍ତି। ନିଜକୁ ଅସୁରକ୍ଷିତ ମନେ କରି ବେଳାଭୂମିରେ ପର୍ଯ୍ୟାପ୍ତ ପୋଲିସ ନିୟୋଜିତ କରିବାକୁ ଦାବି କରାଯାଇଥିଲା। ସ୍ଥାନୀୟ ବାସିନ୍ଦା କହିଛନ୍ତି, କଡାକଡି ହେଉ ପୋଲିସର ପାଟ୍ରୋଲିଂ, ଅନ୍ଧାର ଜାଗାରେ ଆଲୋକୀକରଣ ସହ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ବସିବା ସ୍ଥାନ କରାଯାଉ।
ସେପଟେ ଘଟଣାରେ ଉଦବେଗ ପ୍ରକାଶ କରିଛି ଜାତୀୟ ମହିଳା କମିଶନ। ନିଜ ଆଜୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଯୁବତୀଙ୍କୁ ନିର୍ଦ୍ଧାରିତ ସମୟରେ ନ୍ୟାୟ ପ୍ରଦାନ କରିବା ସହ ମାଗଣା ଚିକିତ୍ସା ଓ ମାନସିକ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମହିଳା କମିଶନ।
ଗୋପାଳପୁରଗଣଦୁଷ୍କର୍ମମାମଲା I କ୍ରାଇମବ୍ରାଞ୍ଚ୍ଦାଖଲକଲାଚାର୍ଜସିଟ୍ I SDJMଙ୍କକାର୍ଯ୍ୟାଳୟରେଚାର୍ଜସିଟ୍ଦାଖଲକରିଛିକ୍ରାଇମବ୍ରାଞ୍ଚ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)