Advertisment

Naba Das Murder Case: ନବଦାସ ହତ୍ୟା ମାମଲା: ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କୁ ଜେରା

ଗତକାଲି ସଦର ମେଡିକାଲରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ରେଡିଓଗ୍ରାଫର୍ ସସ୍ମିତା ବାଗଙ୍କ ୧୬୧ ବୟାନ ରେକର୍ଡ କରିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ ଜେରା

ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ ଜେରା

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ । ଏୟାରପୋର୍ଟରୁ ମେଡିକାଲ୍ ପର୍ଯ୍ୟନ୍ତ ଚାଲିଛି ଛାନଭିନ୍। ଆଜି ବ୍ରଜରାଜନଗର ଥାନାରେ ପହଞ୍ଚି ତନାଘନା ଚଳାଇଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । ସରୋଜ ସା' ନାମକ ଯୁବକଙ୍କୁ କ୍ରାଇମବ୍ରାଞ୍ଚର ଟିମ୍‌ ପକ୍ଷରୁ ପଚରାଉଚରା ଜାରି ରହିଛି । ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଥିଲେ ସରୋଜ ସା' । ତତକାଳୀନ IICଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ ସରୋଜ । ଏ ସଂପର୍କରେ ସରୋଜଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରୁଛି ।

Advertisment

ଅଧିକ ପଢ଼ନ୍ତୁ: ବୋଥ୍ରାଙ୍କ ପାଖରେ ସବୁ ପ୍ରମାଣ ! ଏବେ କ’ଣ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ ?

ସେପଟେ ଗତକାଲି ସଦର ମେଡିକାଲରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ରେଡିଓଗ୍ରାଫର୍ ସସ୍ମିତା ବାଗଙ୍କ ୧୬୧ ବୟାନ ରେକର୍ଡ କରିଥିଲେ। ନବଙ୍କୁ ଗୁଳି ବାଜିବା ପରେ ଏହି ମେଡିକାଲକୁ ଅଣାଯାଇଥିଲା ଏବଂ ସସ୍ମିତା ନବଙ୍କ ଇସିଜି ପରୀକ୍ଷା କରିଥିଲେ। ସେପଟେ ନବଙ୍କ ଇସିଜି ରିପୋର୍ଟର ଏବେ ବି ପତ୍ତା ମିଳୁନି।

Advertisment

ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ୩ ଘଣ୍ଟା ଧରି ତଦନ୍ତ କରିଥିଲା । ଏହି ସମୟରେ ଏୟାରପୋର୍ଟ ନିର୍ଦ୍ଦେଶକ, ଚିଫ୍ ସିକ୍ୟୁରିଟି ଅଫିସର୍ ଓ ଟର୍ମିନାଲ ମ୍ୟାନେଜରଙ୍କୁ ପଚରାଉଚରା କରିବା ସହ ସେମାନଙ୍କର ୧୬୧ରେ ବୟାନ ରେକର୍ଡ କରାଯାଇଛି । ଘଟଣା ଦିନ ଏୟାର ଆମ୍ବୁଲାନ୍ସ କେଉଁ ସମୟରେ ପହଞ୍ଚିଥିଲା ଏବଂ କେତେବେଳେ ଉଡ଼ିଥିଲା, ସେଥିରେ କେଉଁମାନେ ଯାଇଥିଲେ, ତା’ର ସମ୍ପୂର୍ଣ୍ଣ ତଥ୍ୟ ଉପରେ ଖୋଳତାଡ କରିଥିବା ମଧ୍ୟ ସୂଚନା ମିଳିଛି । ପୂର୍ବରୁ ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ହତ୍ୟା ମାମଲାରେ ପୁଣି ଥରେ ତଦନ୍ତକୁ ଜୋରଦାର କରିବା ସହ ତଥ୍ୟ ପ୍ରମାଣ ଯୋଗାଡ କରୁଛି କ୍ରାଇମବ୍ରାଞ୍ଚ ।

Odisha Crime Branch Murder Case Naba Das
Advertisment
Advertisment