Advertisment

COVID-19: ପୁଣି ବ୍ୟାପିଲାଣି କରୋନା; ରାଜ୍ୟରେ ଆଉ ୫ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

ଓଡିଶାରେ ପୁଣି କରୋନା ବ୍ୟାପି ଚାଲିଛି। ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ପରେ ଜଣେ ବ୍ୟକ୍ତି ଚିକିତ୍ସାଧୀନ। ଏହି ବ୍ୟକ୍ତି ଦିଲ୍ଲୀରୁ ଫେରିଥିଲେ। ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କରୋନା ବ୍ୟାପୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
covid

covid

ପୁଣି ବ୍ୟାପିଲାଣି କରୋନା। ଓଡ଼ିଶାରେ  ୫ଜଣ  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରୁ ୪ ଜଣ ଓ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଥିବା ଜଣାଯାଇଛି।  ୫ଜଣ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଥିବା ଜଣାଯାଇଛି।  ଆଣ୍ଟିଜେନ୍ ପରୀକ୍ଷାରୁ ସମସ୍ତେ କରୋନା ପଜିଟିଭ୍  ବୋଲି ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି।

Advertisment

ଉଲ୍ଲେଖଯୋଗ୍ୟ, ମେ‘ ୨୨ ତାରିଖରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଥିଲା। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ପଶିଲା କରୋନା, ଜଣେ ଦିଲ୍ଲୀ ଫେରନ୍ତା କୋଭିଡ୍ ପଜିଟିଭ୍

ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନାନା ରୋଗରେ ପୀଡ଼ିତ ଥିଲେ। ତେବେ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ସେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ଓଡିଶାରେ ପୁଣି ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପସିଲାଣି।

Advertisment

ଅନ୍ୟପକ୍ଷରେ  ଦେଶରେ ପ୍ରତିଦିନ ବଢୁଛି କରୋନା ଲହର। କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମାଡିଲାଣି କରୋନା।

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇଲା କି କରୋନାର ନୂଆ ଲହର ? ଦିନକରେ ୨ ଜଣଙ୍କ ମୃତ୍ୟୁକୁ ନେଇ ବଢିଲା ଟେନସନ୍...

Odisha COVID-19 India COVID19 Updates
Advertisment
Advertisment