Advertisment

Stray Dogs: ବୁଲା କୁକୁରଙ୍କୁ ନେଇ ଚିନ୍ତାରେ ସହରବାସିନ୍ଦା; ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ...

ବ୍ରହ୍ମପୁର ସହରରେ ମାଳ ମାଳ ବୁଲା କୁକୁର । ବୁଲା କୁକୁରଙ୍କୁ ନେଇ ଚିନ୍ତାରେ ସହରବାସିନ୍ଦା । ବ୍ରହ୍ମପୁର ସହର ସାରା ବୁଲା କୁକୁରଙ୍କ ରାଜୁତି।

ଅଦ୍ୟତନ ହୋଇଛି
Stray Dogs

Stray Dogs

Advertisment

ବ୍ରହ୍ମପୁର ମହାନଗରରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ। ଯାହାକୁ ପାରୁଛନ୍ତି ଗୋଡାଉଛନ୍ତି, ଯାହାକୁ ଇଚ୍ଛା କାମୁଡ଼ୁଛନ୍ତି। ଛୋଟ ବଡ କାହାରିକୁ ଛାଡୁନାହାନ୍ତି। ବ୍ରହ୍ମପୁର ସହର ବାସିନ୍ଦାଙ୍କୁ ନୟାନ୍ତ କଲେଣି ବୁଲା କୁକୁର। ଦିନକୁ ଦିନ ବଢୁଥିବା କୁକୁରଙ୍କ ଉତ୍ପାତ ଯୋଗୁ ଚିନ୍ତାରେ ଲୋକେ। ତେଣେ ଖତ ଖାଉଛି ସହରରେ ୧୦ ବର୍ଷ ତଳୁ ତିଆରି ହୋଇଥିବା କୁକୁର ବନ୍ଧ୍ୟାକରଣ ଗୃହ।

Advertisment

ବ୍ରହ୍ମପୁର ସହରରେ ମାଳ ମାଳ ବୁଲା କୁକୁର । ବୁଲା କୁକୁରଙ୍କୁ ନେଇ ଚିନ୍ତାରେ ସହରବାସିନ୍ଦା । ବ୍ରହ୍ମପୁର ସହର ସାରା ବୁଲା କୁକୁରଙ୍କ ରାଜୁତି। ଗଲା ଆସିଲା ଯାହାକୁ ପାରୁଛନ୍ତି ଗୋଡାଉଛନ୍ତି, କାମୁଡ଼ୁଛନ୍ତି। ବୁଲା କୁକୁରଙ୍କ ପ୍ରାର୍ଦୁଭାବରେ ତ୍ରାହି ତ୍ରାହି ଡାକିଲେଣି ବ୍ରହ୍ମପୁର ବାସିନ୍ଦା। ସହରର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦ ସବୁଠି ବଢିଛି କୁକୁରଙ୍କ ସଂଖ୍ୟା। ସେମାନଙ୍କ ଉତ୍ପାତ ପାଇଁ ଦୁର୍ଘଟଣା ବି ବଢିଛି। ୨୦୨୨ ମସିହାରେ ଘଟିଥିବା ଏକ ଦୁର୍ଘଟଣାରେ ଗାନ୍ଧୀନଗର ଅଂଚଳରେ ୨ ଜଣ ମହିଳା ଜଣେ ଶିଶୁକୁ ନେଇ ଗାଡ଼ିରେ ଯାଉଥିବାବେଳେ କୁକୁର ଗୋଡାଇବାରୁ ଘଟିଥିଲା ଦୁର୍ଘଟଣା। ତେବେ ଏଇ ଗୋଟିଏ ଘଟଣା ନୁହେଁ, ବାରମ୍ବାର କୁକୁରଙ୍କ ଯୋଗୁ ହଇରାଣ ହେଉଛନ୍ତି ଲୋକେ। ତେଣେ ବ୍ରହ୍ମପୁର ମହାନଗର ନିଗମ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି ଏସପି।

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

ବ୍ରହ୍ମପୁର ବଙ୍ଗାଳୀ ସାହିରେ ଥିବା ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ଏକ କୁକୁର ବନ୍ଧ୍ୟାକରଣ ଘର ତିଆରି ହୋଇଛି। ୭ ବର୍ଷ ଘରଟି ବନ୍ଦ ରହିବାପରେ ଗତ ୨୦୨୧ ମସିହାରେ ପୁଣିଥରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଅସ୍ତ୍ରୋପଚାର ଗୃହକୁ କାର୍ଯ୍ୟକ୍ଷମ କରାଗଲା। କିନ୍ତୁ ତାପରେ ବି ଫଳ ଶୂନ। 

Advertisment

କୁକୁର ବନ୍ଧ୍ୟାକରଣ ଘର ଉପରେ ଗଛଲତା ମାଡ଼ିଗଲାଣି, ଗେଟ୍‌ରେ ଝୁଲୁଛି ବଡ଼ ତାଲା। ତେଣେ ମେୟର କହିଛନ୍ତି, ଆଗାମୀ ଦିନରେ ନୂଆ କର୍ମଚାରୀ ନିଯୁକ୍ତି ସହ ଗୃହ ପୁନଃକାର୍ଯ୍ୟକ୍ଷମ କରାଯିବ। କୁକୁରଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇଁ ଶୀଘ୍ର ପ୍ରତିକାର କରାଯିବାକୁ ଦାବି ହୋଇଛି। 

ଅଧିକ ପଢ଼ନ୍ତୁ: ତଥ୍ୟ ଦେଲା AI, ମାଡ଼ି ବସିଲା ବନ ବିଭାଗ, ୩ ଚମ୍ପଟ

Stray Dogs Dogs Odisha News Berhampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ