Advertisment

Chief minister’s Grievance: ସିଏମଙ୍କ ତ୍ୱରିତ୍ୱ ଆକ୍ସନ; ରୋଗୀଙ୍କୁ ଦେଖୁ ଦେଖୁ ତୁରନ୍ତ ପଠାଇଲେ ହସ୍ପିଟାଲ

ଚିକିତ୍ସା ପାଇଁ ପୁଅକୁ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ ବାପା। ହେଲେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା କ୍ଷଣି ମୁଖ୍ୟମନ୍ତ୍ରୀଙ୍କ ଆଖି ପଡ଼ିଥିଲା ଆଲୋକଙ୍କ ଉପରେ।

author-image
Tapaswini Nayak
ଅଦ୍ୟତନ ହୋଇଛି
CMO

CMO

ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତ୍ୱରି‌ତ୍ୱ ଆକ୍ସନ। ଅଭିଯୋଗ ପ୍ରକୋଷ୍ଠକୁ ଗୁହାରି ପାଇଁ ଆସିଥିବା ରୋଗୀଙ୍କୁ ଦେଖୁ ଦେଖୁ ତୁରନ୍ତ ହସ୍ପିଟାଲ ପଠାଇଲେ ସିଏମ ମୋହନ।

Advertisment

ଅଭିଯୋଗ ପ୍ରକୋଷ୍ଠରୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ।  ଆଜି ଏପରି ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦେଖିବାକୁ ମିଳିଛି। 

ବାଲାଙ୍ଗିର ସଇଁତଳାର ୧୨ ବର୍ଷର ଆଲୋକ ବଧିର। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ। ସେ ଠିକ୍‌ରେ ଚାଲୁ ପାରୁନଥିଲେ। ପୁଅର ଚିକିତ୍ସା ପାଇଁ ବାପା ମାଆ ବହୁତ ମେଡିକାଲ ବୁଲିଲେଣି, ହେଲେ ରୋଗ ଭଲ ହେଉ ନାହିଁ। ଆଉ ବାପାମା’ଙ୍କ ପାଖରେ ପୁଅକୁ ଭଲ କରିବା ପାଇଁ ସମ୍ବଳ ନାହିଁ। ପୁଅର ଚିକିତ୍ସାରେ ବାଧକ ସାଜିଛି ଅର୍ଥ।

Advertisment

ଚିକିତ୍ସା ପାଇଁ ପୁଅକୁ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ ବାପା। ହେଲେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା କ୍ଷଣି ମୁଖ୍ୟମନ୍ତ୍ରୀ ଆଖି ପଡ଼ିଥିଲା ଆଲୋକଙ୍କ ଉପରେ। ସିଧାସଳଖ ଆଲୋକଙ୍କ ପାଖକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା କଥା ପଚାରି ବୁଝିଥିଲେ।

ଆଉ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସପିଟାଲ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: ସାବଧାନ ! ଆପଣ ଆଲମିରାରେ ମିରର୍ ଲଗାଇଛନ୍ତି କି...ଆସିବ ଏହି ବିପଦ...

Bhubaneswar CMO Mohan Majhi
Advertisment
Advertisment