Advertisment

Rath Yatra 2025: ଅନ୍ତିମ ପର୍ଯ୍ୟାୟରେ ରଥ କାମ, ଏବେ ଖାଲି ମହାପ୍ରଭୁଙ୍କୁ ଅପେକ୍ଷା...

ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା । ତିନି ରଥର କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଖାଲି ମହାପ୍ରଭୁଙ୍କୁ ଅପେକ୍ଷା । ତିନି ରଥର ସୌନ୍ଦର୍ଯ୍ୟକରଣରେ ଶେଷ ସ୍ପର୍ଶ ଦେଉଛନ୍ତି ରୂପକାର ସେବକ ।

author-image
Namita Biswal
ଅଦ୍ୟତନ ହୋଇଛି
Rath Yatra 2025

Rath Yatra 2025

ଅନ୍ତିମ ପର୍ଯ୍ୟାୟରେ ତିନି ରଥର କାମ । ଏବେ ଖାଲି ମହାପ୍ରଭୁଙ୍କୁ ଅପେକ୍ଷା...ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଆଜି ଦ୍ବିତୀୟ ଭୋଗ ମଣ୍ଡପ ପରେ ଶ୍ରୀଜିଉଙ୍କର ବନକଲାଗି । ସେପଟେ ତିନିରଥର ସୌନ୍ଦର୍ଯ୍ୟକରଣରେ ଶେଷ ସ୍ପର୍ଶ ଦେଉଛନ୍ତି ରୂପକାର ସେବକ । ନିହଣ ମୁଗୁରରେ ରୂପକାରମାନେ ନିଖୁଣ ଭାବରେ ରାହୁମୁଣ୍ଡ, ମଗର ମୁଣ୍ଡ, ଆୟୁଧ ଖୋଦେଇ କରିଛନ୍ତି। 

Advertisment

ବଡ଼ଦାଣ୍ଡକୁ ଆସିବେ କାଳିଆ ସାଆନ୍ତ। ଉଚ୍ଛନ୍ନ ହେଲାଣି ଭକତ ମନ। ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ। ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ଆଉ ମାତ୍ର ଦୁଇଦିନ ବାକି । ସେଥିପାଇଁ ବିଶ୍ବକର୍ମା ମହାରଣାଙ୍କଠୁ ରୂପକାର ସେବକଙ୍କ ପର୍ଯ୍ୟନ୍ତ ସମସ୍ତେ ତରତର, ସମସ୍ତେ ବ୍ୟସ୍ତ। ନିମଗ୍ନ ହୋଇପଡ଼ିଛନ୍ତି ମହାରଣା, ରୂପକାର ଓ ଚିତ୍ରକାର ସେବକ । 

Advertisment


ଅଧିକ ପଢନ୍ତୁ; ଆଧୁନିକତାର ଛାପରେ ହଜିଗଲାଣି କଂସା ବାସନ...ହାତବାନ୍ଧି ବସିଛି କାରିଗର

ରଥର ପ୍ରଭାକୁ ଅତି ଯତ୍ନରେ, ଉତ୍ସାହରେ ପ୍ରସ୍ତୁତ କରୁଛନ୍ତି ବିଶ୍ବକର୍ମା ମହାରଣା। ଇଏ ହେଉଛି ସେହି ପ୍ରଭା। ଯେଉଁ ପ୍ରଭାରେ ଆଉଜି ବସିବେ ସ୍ବୟଂ ଜଗତର ନାଥ ଜଗନ୍ନାଥ । ଅତି ନିଖୁଣ ଭାବେ ରାହୁମୁଣ୍ଡ, ମଗର ମୁଣ୍ଡ ଏବଂ ଆୟୁଧକୁ ମଧ୍ୟ ଖୋଦେଇ କରାଯାଉଛି । ସେହିଭଳି ରଥର ଚକ, ଦଣ୍ଡା, ଗୁଜ ଆଦି ବାହ୍ୟ ଅଂଶକୁ ରଙ୍ଗ କରୁଛନ୍ତି ଚିତ୍ରକର ସେବାୟତ । ଘୋଡ଼ା ଓ ସାରଥୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । 

ଏପଟେ ଆଜି ଅଣସରର ଚତୁର୍ଦ୍ଦଶୀ ନୀତି। ଦ୍ବିତୀୟ ଭୋଗ ମଣ୍ଡପ ପରେ ଶ୍ରୀଜିଉଙ୍କର ବନକଲାଗି ବିଧି ରହିଛି। ଅଣସର ଘରେ ଦତ୍ତମହାପାତ୍ର ସେବାୟତମାନେ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ । ୨୬ ତାରିଖରେ ଦଇତାପତି ସେବକ ଚକା ଅପସର ଲାଗି କରିବା ପରେ ଠାକୁରମାନଙ୍କ ନିକଟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ବଢିଥାଏ । ପଟିଦିଅଁଙ୍କୁ ବିମଳା ମନ୍ଦିର ପାର୍ଶ୍ବ ମଣ୍ଡଣି ଘରକୁ ବିଜେ କରାଯିବା ପରେ ଭକ୍ତଙ୍କୁ ନବଯୌବନ ଦର୍ଶନ ସୁଯୋଗ ଲାଭ ହୋଇଥାଏ ।    

ଅନ୍ତିମ ପର୍ଯ୍ୟାୟରେ ତିନି ରଥର କାମ । ଏବେ ଖାଲି ଅପେକ୍ଷା ମହାପ୍ରଭୁଙ୍କୁ...

Chariot Construction Puri Rath Yatra
Advertisment
Advertisment