/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726108157.jpg)
12-hour dawn-to-dusk
ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ। ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରୁଛି ଚକଧର ସମନ୍ବୟ ସମିତି। ସମିତି ପକ୍ଷରୁ ୪୯ନଂ ଜଗମୋହନପୁର ଠାରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମୋଟର ଅଟକି ରହିଛି ।
Advertisment
ସେପଟେ ତେଲକୋଇକୁ ଡ୍ୟୁଟିରେ ଯାଉଥିବା ବେଳେ କାଞ୍ଜି ପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପୋଲିସ ବସ । ଦୁର୍ଘଟଣା, ୫ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ବହୁ ବର୍ଷ ପରେ ପୂର୍ଣ୍ଣକାଳୀନ ଅଧିବେଶନ
ଅନ୍ୟପଟେ ଆଜି କୁଚିଣ୍ଡାରୁ ଗଡିବନି ଘରୋଇ ବସ । ବସ ଚଳାଚଳ ବନ୍ଦ ନେଇ ଡାକରା ଦେଇଚି ଘରୋଇ ବସ୍ ମାଲିକ ସଂଘ । କୁଚିଣ୍ଡା - ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ବିବାଦରେ କୁଚିଣ୍ଡା ଥାନା ଅଧିକାରୀଙ୍କ ହସ୍ତକ୍ଷେପକୁ ବିରୋଧ କରି ଏଭଳି ଡାକରା ଦେଇଛି ସଂଘ ।
Advertisment
ଏନେଇ ଉପଜିଲ୍ଲାପାଳ, ଏସଡିପିଓ, ଥାନା ଅଧିକାରୀଙ୍କୁ ଦାବି ଜଣାଇଛି ଘରୋଇ ବସ ମାଲିକ ସଂଘ। ଫଳରେ କୁଚିଣ୍ଡାରୁ ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ ଓ ରାଉରକେଲାକୁ ବସ୍ ଯାତ୍ରା ବନ୍ଦ ରହିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)