ବ୍ୟସ୍ତ ବହୁଳ ଓ ସମ୍ବେଦନଶୀଳ ସହର ଭଦ୍ରକକୁ ଜଗିଛି ଅଚଳ କ୍ୟାମେରା । ସହରରେ ଏବେ କାମ କରୁନି ସିସିଟିଭି କ୍ୟାମରା । ଭଦ୍ରକ ସହରକୁ ଘେରି ରହିଛି ଭଦ୍ରକ ସହରାଞ୍ଚଳ ଥାନା, ଗ୍ରାମାଞ୍ଚଳ ଥାନା ଓ ପୁରୁଣା ବଜାର ଥାନା । ରାଜ୍ୟର ବିଭିନ୍ନ ସହରେ ବଡ଼ବଡ଼ ଲୁଟ୍, ଡକାୟତି, ଦୁର୍ଘଟଣା ଘଟୁଥିବା ବେଳେ ଭଦ୍ରକରେ ମଧ୍ୟ ବିଭିନ୍ନ ସମୟରେ ଏପରି ଘଟଣା ଦେଖିବାକୁ ମିଳିଥାଏ କିନ୍ତୁ ଏଠାରେ ଅଚଳ ହୋଇପଡିଛି ସର୍ଭିନାଲ୍ସ ସିଷ୍ଟମ୍ ।
ଅଧିକ ପଢ଼ନ୍ତୁ: ଗାଡ଼ି ସଉକିନିଆ ନବ ଦାସଙ୍କ ଭାଇ!
Also Read
ସହରର ଛକ ଛକରେ ଲାଗିଛି ସିସିଟିଭି କ୍ୟାମରା ଲାଗିଥିଲେ ମଧ୍ୟ କ୍ୟାମେରା ଆଖିରେ ବନ୍ଧା ହୋଇଛି ଅନ୍ଧ ପୁଟୁଳି । ବ୍ୟସ୍ତ ବହୁଳ ଭଦ୍ରକ ସହରରେ ପ୍ରତିଦିନ ବଢିବାରେ ଲାଗିଛି ଅପରାଧୀକ କାର୍ଯ୍ୟକଳାପ । ଏହାକୁ ରୋକିବା, ଏବଂ ଅପରାଧୀଙ୍କୁ ଚିହ୍ନିବାକୁ ସହର ସାରା ଲାଗିଛି ସିସିଟିଭି । ହେଲେ ଏହା କେଉଁ କାମରେ ଆସୁଛି ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ ।
ଗତ କିଛି ମାସ ହେଲା ସହରରେ ଲାଗିଥିବା ୧୦୩ଟି କ୍ୟାମେରା କାମ କରୁନଥିବା ବେଳେ ଜିଲ୍ଲା ଗୁଇନ୍ଦା ବିଭାଗ କଣ୍ଟ୍ରୋଲ ରୁମରେ ଲାଗିଥିବା ଏଲସିଡି ବି ଏବେ ଅନ୍ଧାରରେ ରହିଛି । ଅଚଳ କ୍ୟାମରାକୁ ସଚଳ କରିବାକୁ ପ୍ରଶାସନ ଭୁଲି ଯାଇଥିବା ବେଳେ । ଏହି ଦାୟିତ୍ବ କାହାର ତାକୁ ନେଇ ବି ଆରମ୍ଭ ହୋଇଗଲାଣି ଛକାପଞ୍ଚା । ୨୦୨୩ ମସିହାରେ ଭଦ୍ରକ ସହରରେ ପୌରପାଳିକା ପକ୍ଷରୁ ଏହି କ୍ୟାମେରା ଲଗାଯାଇଥିଲା । ସ୍ବତନ୍ତ୍ର ଟେଣ୍ଡର ଦ୍ବାରା ଏକ ଘରୋଇ ସଂସ୍ଥା ୧୦୩ ଟି କ୍ୟାମେରା ଲଗାଇଥିଲା ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ବଢୁଛି ଚାଷୀ ଅସନ୍ତୋଷ...
ସହରରେ ଡକାୟତି, ଗାଡ଼ି ଚୋରି, ଲୁଟ୍ ରୋକିବା ଏବଂ ଅପରାଧୀଙ୍କୁ ଧରିବା ପାଇଁ ଏହି ସିସିଟିଭି ଗୁଡିକ ଲାଗିଥିଲା । ଏହା ସହ ଘଟଣା, ଅଘଟଣ, ଦୁର୍ଘଟଣାର ଚିତ୍ର କଏଦ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେଲେ ଏହାର ବ୍ୟବହାର ହେବ ବୋଲି ଆଶା କରାଯାଉଥିଲା । ପ୍ରାଥମିକ ପର୍ଯ୍ୟାୟରେ ଭଦ୍ରକ ବାଇପାସ୍, ମେଡିକାଲ୍ ଛକ, ଜିଲ୍ଲାପାଳଙ୍କ
କାର୍ଯ୍ୟାଳୟ, ଅପର୍ତ୍ତିବିନ୍ଧା ଛକ, ପୁରୁଣା ବଜାର, ଚରମ୍ପା, ତାହାଣିଗଡ଼ିଆ ଆଦି ସ୍ଥାନରେ ସିସିଟିଭି ଛାଇ ହୋଇ ଯାଇଥିଲା । କିନ୍ତୁ ଦୀର୍ଘ ୩ ବର୍ଷ ହେଲା ଲାଗିଥିବା କ୍ୟାମେରା ମରାମତି ଅଭାବରୁ ଅଚଳ ହୋଇ ପଡିଥିବା ଦେଖିବାକୁ ମିଳୁଛି । କିଛି କ୍ୟାମେରାର ତାର ଛିଣ୍ଡି ପଡିଥିବା ବେଳେ ଆଉ କିଛି କ୍ୟାମେରାରେ ୱାଇଫାଇ ସଂଯୋଗ ହେଉନାହିଁ । ବର୍ଷା, ବାତ୍ୟା, ପବନ ମାଡ଼ରେ କ୍ୟାମେରା ଗୁଡ଼ିକ ଅକାମୀ ହୋଇ ପଡ଼ିଛି । ଅଚଳ କ୍ୟାମେରା ସଚଳ ହେବାକୁ ଆବଶ୍ୟକ ଅର୍ଥ ଜିଲ୍ଲା ପ୍ରଶାସନ କାହିଁକି ଖର୍ଚ୍ଚ କରୁନି ତାକୁ ନେଇ ବଢୁଛି ଚର୍ଚ୍ଚା । କ୍ୟାମେରାରେ କଏଦ ହେଉଥିବା ଦୃଶ୍ୟ ଦେଖିବା ପୁଲିସ ବିଭାଗର କାମ ହୋଇଥିବା ବେଳେ ଅପରପକ୍ଷରେ , ମରାମତି କାର୍ଯ୍ୟ ପ୍ରଶାସନର ,କିନ୍ତୁ କାହିଁକି ସିସିଟିଭି କାର୍ଯ୍ୟକ୍ଷମ ହେଉନି ଏହାର ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ ।