• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଭୁବନେଶ୍ବର AIIMSରେ CBI ରେଡ୍ । ବଡ ଧରଣର ନିଯୁକ୍ତି ସ୍କାମ୍ ନେଇ ଚାଲିଛି ମାରାଥନ ରେଡ୍ । ଏମ୍ସରେ ବିଭିନ୍ନ ପଦପଦବୀ ପାଇଁ ନିଯୁକ୍ତିରେ ବଡ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଜାଲ୍ ଡକ୍ୟୁମେଣ୍ଟ ଦେଖାଇ ଚାକିରି ଦିଆଯାଇଥିବା ଅଭିଯୋଗ ଆସିଥିଲା । ଏନେଇ CBI ପକ୍ଷରୁ ଯାଞ୍ଚ କରାଯିବା ପରେ ଅନିୟମିତତା ସମ୍ପର୍କରେ ଜାଣିବାକୁ ପାଇଥିଲା ।  ଆଜି ଏହି ମାମଲରେ CBI ଏମ୍ସରେ ଚଢଉ କରିଛି ।  

ଭୁବନେଶ୍ବର CBI ପକ୍ଷରୁ 9 ଜଣିଆ ଟିମ୍ ଚଢଉରେ ସାମିଲ ଅଛନ୍ତି । ମୋଟ ୨୭ ଲୋକଙ୍କୁ ପଚରାଉଚରା କରାଯାଇଛି । ମାଳ ମାଳ ପିଟିସନ ପଡିବା ପରେ ଆଜି ଚଢ଼ାଉକୁ ବ୍ୟାପକ କରିଛି ସିବିଆଇ । ଗାଜିଆବାଦ ଓ ଗୋରଖପୁରର ଜାଲ୍ ଡକ୍ୟୁମେଣ୍ଟ ଜରିଆରେ ଭୁବନେଶ୍ୱରର ୫ ଜଣ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଛି । 

ଅଧିକ ପଢ଼ନ୍ତୁ:  ପୂରଣ ହେବ ପ୍ରଫେସର୍ ପଦବୀ; ଦରମା ୨ଲ‍କ୍ଷ ୨୦ହଜାର

ସର୍ବ ଭାରତୀୟ ସ୍ତରରେ ଏମ୍ସରେ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିବା ବେଳେ ଭୁବନେଶ୍ୱର ଏମ୍ସ ନିଜସ୍ୱ ପରୀକ୍ଷା କରି ନିଯୁକ୍ତି ଦେଇଥିବା ଅଭିଯୋଗ ଆସିଛି । ଯାହାକି ଏମ୍ସ ନିଯୁକ୍ତି ପ୍ରକ୍ରିୟା ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ । ଏହି ଅଭିଯୋଗ ପରେ ଆଜି ୯ ଜଣିଆ ଟିମ ମାରାଥନ ରେଡ୍ ଓ ଖୋଳତାଡ଼ ଚଳାଇଛନ୍ତି । 

ଗୋଟିଏ ପରିବାରର 5 ଜଣ ଚଞ୍ଚକତା କରି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ହାତେଇ ନେଇଥିବା ଜଣାପଡିଛି । ଜୁଲାଇ 1 2023 ମାସରେ 7 ଶହ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞପ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now