Advertisment

Calcium Carbide Usage Prohibition: କ୍ୟାଲସିୟମ କାର୍ବାଇଡ ବ୍ୟବହାର ଉପରେ କଟକଣା ଲାଗୁ କଲା FSSAI, ଜାଣନ୍ତୁ କାହିଁକି

ଆଗକୁ ରଜ ଓ ସାବିତ୍ରୀ ଭଳି ଓଡ଼ିଆ ପର୍ବ ଆସୁଥିବା ବେଳେ ବଜାରରେ ଫଳର ଚାହିଦା ଆବଶ୍ୟକତା ଠାରୁ ଅଧିକ ବୃଦ୍ଧି ପାଇବ। ତେବେ କେବଳ ଆମ୍ବ ନୁହେଁ କଦଳୀ, ପଣସ ପରି ଫଳର ଚାହିଦା ମଧ୍ୟ ବୃଦ୍ଧି ପାଇବ। ଏପରି ସ୍ଥିତିରେ ବ୍ୟବସାୟୀ ମାନେ କ୍ୟାଲସିୟମ କାର୍ବାଇଡ ବ୍ୟବହାର କରି ପାରନ୍ତି।

mango

mango

Advertisment

ଆମ୍ବ ଭଳି ଫଳ ପାଚିବା ଲାଗି କ୍ୟାଲସିୟମ କାର୍ବାଇଡ ବ୍ୟବହାର ନକରିବାକୁ କଡ଼ା ଚେତାବନୀ ଦେଇଛି FSSAI । ଫଳ ପାଚିବା ଲାଗି କ୍ୟାଲସିୟମ କାର୍ବାଇଡ ବ୍ୟବହାରକୁ ବହୁ ପୂର୍ବରୁ ଭାରତରେ ନିଷେଧ କରାଯାଇଛି । ବିଷେଷ କରି ବର୍ତ୍ତମାନ ଆମ୍ବ ଅମଳ ରୁତୁ ହୋଇଥିବାରୁ ଆମ୍ବ ପାଚିବା ଲାଗି କିଛି ବ୍ୟବସାୟୀ କ୍ୟାଲସିୟମ କାର୍ବାଇଡ ବ୍ୟବହାର କରୁଥିବା FSSAI ନଜରକୁ ଆସିଛି । ତେଣୁ କ୍ୟାଲସିୟମ କାର୍ବାଇଡ ବ୍ୟବହାର ନକରିବାକୁ କହିଛି ଫୁଟ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ ଇଣ୍ଡିଆ ବା FSSAI ।

Advertisment

ଅଧିକ ପଢ଼ନ୍ତୁ: ସୁରକ୍ଷାବାହିନୀ ଗୁଳିରେ ୩ ହାର୍ଡକୋର୍ ମାଓବାଦୀ ନିହତ

ଆଗକୁ ରଜ ଓ ସାବିତ୍ରୀ ଭଳି ଓଡ଼ିଆ ପର୍ବ ଆସୁଥିବା ବେଳେ ବଜାରରେ ଫଳର ଚାହିଦା ଆବଶ୍ୟକତା ଠାରୁ ଅଧିକ ବୃଦ୍ଧି ପାଇବ। ତେବେ କେବଳ ଆମ୍ବ ନୁହେଁ କଦଳୀ, ପଣସ ପରି ଫଳର ଚାହିଦା ମଧ୍ୟ ବୃଦ୍ଧି ପାଇବ। ଏପରି ସ୍ଥିତିରେ ବ୍ୟବସାୟୀ ମାନେ କ୍ୟାଲସିୟମ କାର୍ବାଇଡ ବ୍ୟବହାର କରି ପାରନ୍ତି। ସାଧରଣତଃ ଫଳ ଗୁଡିକ ନିଜ ସମୟ ହେଲେ ପାଚିଥାଏ। ତେବେ ବଜାରର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ବ୍ୟବସାୟୀ ଭୁଲ ରାସ୍ତା ଆପଣାଉଥିବା ନଜର ଆସୁଛି। ଏହାର ସିଧାସଳଖ ପ୍ରଭାବ ଖାଉଥିବା ଲୋକର ସ୍ବାସ୍ଥ୍ୟାବସ୍ଥା ଉପରେ ପ୍ରଭାବ ପକାଇଥାଏ। କ୍ୟାଲସିୟମ କାର୍ବାଇଡ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ଏହାକୁ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନିୟମକୁ କଡାକଡି ପାଳନ କରିବେ, ନହେଲେ କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ ଦିଆଯାଇଛି। ଆମ୍ବ ଭଳି ଫଳ ପାଚିବା ପାଇଁ କ୍ୟାଲସିୟମ କାର୍ବାଇଡ ବ୍ୟବହାର କଲେ ଏହା ମନ୍ୟୁଷ୍ୟ ଶରୀରରେ କ୍ଷତି ପହଞ୍ଚାଇଥାଏ । ଏଭଳି ଉପାୟରେ ପାଚିବା ଫଳ ଖାଇଲେ ମୁଣ୍ଡ ବୁଲାଇବା, ବାରମ୍ବାର ଶୋଷ ଲାଗିବା, ଦୁର୍ବଳତା, ବାନ୍ତି ଆଦି ହେବାର ଆଶଙ୍କା ଥାଏ । ହେଲେ ଆମ୍ବ ଭଳି ଫଳ ପଚାଇବା ଲାଗି ଇଥିଲିନ ଗ୍ୟାସ୍ ବ୍ୟବହାର ପାଇଁ ଅନୁମତି ରହିଛି। ଇଥଲିନ୍ ଗ୍ୟାସ ମାନବ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରେନି।

Advertisment

ଅଧିକ ପଢ଼ନ୍ତୁ: ସୃଷ୍ଟି ହେଲା ଲଘୁଚାପ, ୩‌୬ ଘଣ୍ଟାରେ ଅବପାତ

Odisha FSSAI Raja Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ