Advertisment

University Discipline Action: ବିଶୃଙ୍ଖଳିତ ଆଚରଣ: ଭିସୁଟର ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଫାଇନ ଟଙ୍କା ମେ’ ମାସ ୯ ତାରିଖ ସୁଦ୍ଧା ନ ଦେଲେ ଦିନକୁ ୧୦୦ ଟଙ୍କା ହିସାବ ରେ ଅତିରିକ୍ତ ଟଙ୍କା ଦେବାକୁ ପଡିବବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
sambalpur

sambalpur

ବିଭିନ୍ନ ପ୍ରକାର ବିଶୃଙ୍ଖଳିତ କାର୍ଯ୍ୟକଳାପ ଓ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବୁର୍ଲା ଭିସୁଟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ବିରୁଦ୍ଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏକକାଳୀନ ୧୦୦ ଛାତ୍ରଙ୍କ ଉପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ।

Advertisment

ଏ ନେଇ university deciplinary committee for students ଓ କୁଳପତିଙ୍କ ଅନୁମୋଦନ କ୍ରମେ କୁଳସଚିବ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିଛନ୍ତି । କମ୍ ଉପସ୍ଥିତି ସହ ବିଶୃଙ୍ଖଳିତ ଆଚରଣକୁ ନେଇ ଛାତ୍ରଛାତ୍ରୀଙ୍କ ଉପରେ ଏହି  କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଅଧିକ ପଢ଼ନ୍ତୁ: 'ପହଲଗାମ୍‌ ପୀଡିତଙ୍କୁ ନିଶ୍ଚୟ ନ୍ୟାୟ ମିଳିବ, ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯିବ'; ଭରସା ଦେଲେ ମୋଦି

Advertisment

ଭିନ୍ନ ଭିନ୍ନ ପ୍ରକାରର ବିଶୃଙ୍ଗଳା ପାଇଁ ଅଲଗା ଅଲଗା ଦଣ୍ଡ ବିଧାନ ସହ ଆର୍ଥିକ ଦଣ୍ଡ ବା ଫାଇନ ମଧ୍ୟ କରା ଯାଇଛି । ବିଶେଷ କରି ଗ୍ରେଡ ହ୍ରାସ ଓ ୧ ହଜାରରୁ ୫୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇଛି । ଫାଇନ ଟଙ୍କା ମେ’ ମାସ ୯ ତାରିଖ ସୁଦ୍ଧା ନ ଦେଲେ ଦିନକୁ ୧୦୦ ଟଙ୍କା ହିସାବରେ ଅତିରିକ୍ତ ଟଙ୍କା ଦେବାକୁ ପଡିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସେହିପରି ସେହି ଛାତ୍ରଛାତ୍ରୀମାନେ ବିଶ୍ଵବିଦ୍ୟାଳୟର କ୍ରୀଡା, ପୁରସ୍କାର ଓ ପ୍ରତିନିଧିତ୍ଵ ମୂଳକ କାର୍ଯ୍ୟକଳାପରେ ଭାଗୀଦାର ହୋଇ ପାରିବେ ନାହିଁ ବୋଲି କୁହାଯାଇଛି।

ଅଧିକ ପଢ଼ନ୍ତୁ: ହଜାରେ ଟଙ୍କାର ଭତ୍ତା ପାଇବାକୁ ଖର୍ଚ୍ଚ କରୁଛନ୍ତି ୫ ଶହ, ଯାଉଛନ୍ତି ୬୦ କି.ମି.

VSSUT Burla VSSUT
Advertisment
Advertisment