/odishatv-khabar/media/post_attachments/uploadimage/library/16_9/16_9_0/BSF_Jawan_1748490503.jpg)
BSF Jawan
ଚିକିତ୍ସାଧୀନ ଅବସ୍ଥାରେ ଜଣେ BSF ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଦେମାଳ ଗାଁର ରାଜକିଶୋର ମହାଳିକ। ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ସେ ଯକ୍ଷ୍ମା ରୋଗରେ ଆକ୍ରନ୍ତ ଥିଲେ।
Advertisment
ଅଧିକ ପଢ଼ନ୍ତୁ: କାୟା ବିସ୍ତାରିଲାଣି କୋରନା; ୩ ରାଜ୍ୟରେ ୭ ଜୀବନ ବି ନେଲାଣି ନୂଆ ସଂକ୍ରମଣ
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ରାଜକିଶୋରଙ୍କ ମରଶରୀର ଜନ୍ମମାଟିରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। BSF ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା।
Advertisment
ଅଧିକ ପଢ଼ନ୍ତୁ: ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା, ଏଣିକି ୩୨ ନୁହେଁ ୪୨ ବର୍ଷ ପର୍ଯ୍ୟନ୍ତ କରିପାରିବେ ଆବେଦନ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)