Advertisment

Road accident: ବାଇକ ଆରୋହୀଙ୍କ ଉପରେ ଚଢିଗଲା ଟ୍ରକ

ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ବର ସିଆରପି ଛକସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ଓଭର ବ୍ରିଜରେ ବରମୁଣ୍ଡାରୁ ବାଣୀବିହାର ଅଭିମୁଖେ ଯାଉଥିବା ଜଣେ ବାଇ ଆରୋହୀଙ୍କୁ ପଛପଟୁ କୌଣସି ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
accident

accident

ବୁଧବାର ବିଳମ୍ବିତ ରାତିରେ ରାଜଧାନୀରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଯାହାଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା । ଭୁବନେଶ୍ବର ସିଆରପି ଛକସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ଓଭର ବ୍ରିଜରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇ ସ୍ଥାନୀୟ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିବା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । 

Advertisment

ଅଧିକ ପଢ଼ନ୍ତୁ: ବନ୍ଧା ସରିଥିଲା ଟେଣ୍ଟ, କୁଣିଆ ବି ଆସି ସାରିଥିଲେ...କିନ୍ତୁ ଘର ଫାଟୁଛି କାନ୍ଦ ବୋବାଳିରେ

ମିଳିଥିବା ସୂଚନା ମୁତାବକ, ୧୬ ନମ୍ବର ଜାତୀୟ ରାଜପଥ ଓଭର ବ୍ରିଜ ଦେଇ ବାଇକ ଆରୋହୀ ଜଣଙ୍କ ବରମୁଣ୍ଡାରୁ ବାଣୀବିହାର ଅଭିମୁଖେ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ପରେ ବାଇକ ଚାଳକଙ୍କ ଉପରେ ସଂପୃକ୍ତ ଗାଡି ଚଢି ଯିବା ସହ ୫୦ ମିଟର ଯାଏଁ ଘୋଷାଡି ନେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଉକ୍ତ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ସାରିବା ପରେ ଟ୍ରକ ଦ୍ରୁତଗତିରେ ପଳାଇଥିଲା । ତେବେ ବାଇକରେ ବସିଥିବା ଆଉ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ରହିଛି । ତେବେ ମୃତକ ଓ ଆହତଙ୍କ ପରିଚୟ ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହ ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ତାତି ଥିଲେ । ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିବା ବେଳେ ପୋଲିସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । 

Advertisment

ଅଧିକ ପଢ଼ନ୍ତୁ: ବିଳମ୍ବିତ ରାତିରେ ଦୋକାନ ଭିତରକୁ ପଶିଗଲା କଣ୍ଟେନର...ଡ୍ରାଇଭରକୁ ଛାଡ଼ିଦେଲା ପୋଲିସ୍

Bhubaneswar Accident
Advertisment
Advertisment