/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752037983.jpg)
BJP Leader Jagannath Pradhan
ଆଜି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିବ କି ବେଲ୍ ? ଆଜି ଜଗନ୍ନାଥ ପ୍ରଧାନଙ୍କ ଜାମିନ୍ ଆବେଦନର ଶୁଣାଣି କରିବେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ।ଜଗା ପ୍ରଧାନଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ କରିଛନ୍ତି ଜାମିନ୍ ଆବେଦନ ।ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଜଗନ୍ନାଥ ପ୍ରଧାନ ।
Advertisment
ଗତ ଗୁରୁବାର ଦିନ ରାତିରେ ଜଗା ପ୍ରଧାନ ଭୁବନେଶ୍ବର ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ।ଏହାପରେ ତାଙ୍କୁ ଗିରଫ କରିଥିଲା ପୋଲିସ।ଭୁବନେଶ୍ବର SDJM କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । FIR, ପୀଡ଼ିତଙ୍କ ବୟାନ ଓ ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରିଥିଲା ପୋଲିସ ।ଜଗାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪/ ୩୩୩, ୩୫୧(୨), ୫୪/୬୧(୨) ଏବଂ ଦଫା ୬୨ ଲାଗିଛି ।
ଅଧିକ ପଢନ୍ତୁ: ଭୁଶୁଡିଲା ବ୍ରିଜ୍; ଆଖି ସାମନାରେ ତାସ ଘର ପରି ମଡ଼ ମଡ଼ ହୋଇ ଭାଙ୍ଗିଗଲା…
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)