Advertisment

Gujarat Gambhira Bridge Collapse: ଭୁଶୁଡିଲା ବ୍ରିଜ୍; ଆଖି ସାମନାରେ ତାସ ଘର ପରି ମଡ଼ ମଡ଼ ହୋଇ ଭାଙ୍ଗିଗଲା…

ଆଖି ସାମନାରେ ତାସ ଘର ପରି ମଡ଼ ମଡ଼ ହୋଇ ଭାଙ୍ଗିଗଲା ମାହି ନଦୀ ଉପରେ ନିର୍ମତ ପୋଲର ଏକ ଅଂଶ । ପାଦରା ତାଲୁକାର ମୁଜପୁର ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Gujarat Gambhira Bridge Collapse

Gujarat Gambhira Bridge Collapse

ଗୁଜୁରାଟ ଭଦୋଦରାରେ ଦି ଫାଳ ହୋଇଗଲା ବ୍ରିଜ୍ । ଆଖି ସାମନାରେ ମଡ଼ ମଡ଼ ହୋଇ ଭାଙ୍ଗିଗଲା ମହିସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ବ୍ରିଜ୍। ଭଦୋଦରା ଜିଲ୍ଲା ପାଦରା ତାଲୁକାର ମୁଜପୁର ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି।

Advertisment

ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୦ ଜଣ ଆହତ ହୋଇଛନ୍ତି । ହଠାତ ବ୍ରିଜ ଭାଙ୍ଗିବା ପରେ ୨ଟି ଟ୍ରକ, ବୋଲେରୋ ଏବଂ ଏକ କାର ନଦୀ ଗର୍ଭକୁ ଫସି ପଡ଼ିଥିଲା । ଅନ୍ୟ ଏକ ଟ୍ରକ ବ୍ରିଜ ଉପରେ ଫସିରହିଛି ।

ଆଜି ସକାଳ ପ୍ରାୟ ୭ଟା ୩୦ ବେଳେ ହଠାତ ବ୍ରିଜର କିଛି ଅଂଶ ଭୁଶୁଡି ପଡିଥିଲା । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ବ୍ରିଜ ଭୁଶୁଡିବା ପରେ ଭଦୋଦରା ଜିଲ୍ଲାରୁ ଆନନ୍ଦ ଜିଲ୍ଲାକୁ ଗମନାଗମନ ପ୍ରଭାବିତ ହୋଇଛି।

Advertisment

ବ୍ରିଜ ଭୁଶୁଡିବା ନେଇ ସ୍ଥାନୀୟ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । କହିଛନ୍ତି, ବ୍ରିଜଟି ଦୀର୍ଘ ବର୍ଷ ପୁରୁଣା ହୋଇଥିବା ବେଳେ ମରାମତି ପାଇଁ ବହୁବାର ଦାବି ହୋଇଥିଲା, ମାତ୍ର ପ୍ରଶାସନ ଶୁଣୁନଥିବା ଅଭିଯୋଗ ହେଇଛି । ତେବେ ଅନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।

Over Bridge Collapses
Advertisment
Advertisment