Advertisment

Berhampur Municipal Corporation Meeting: BeMC ବୈଠକରେ ହୋହଲ୍ଲା; ମୁହାଁମୁହିଁ ହେଲେ ଦୁଇ କର୍ପୋରେଟର ଗୋଷ୍ଠୀ...

ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହୋହଲ୍ଲା। ଉଠି ଚାଲିଗଲେ ମେୟର, କମିଶନର୍, ଅଧାରେ ବନ୍ଦ ବୈଠକ । ମୁଖ୍ୟ ଫାଟକ ଆଗରେ ଧାରଣା ଦେଲେ କର୍ପୋରେଟର୍ ।

author-image
Sujit kumar Swain
Berhampur Municipal Corporation Meeting

Berhampur Municipal Corporation Meeting

ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହୋହଲ୍ଲା । ନବଗଠିତ ଷ୍ଟାଣ୍ଡିଂ କମିଟିକୁ ନେଇ ବୈଠକରେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ ହୋଇଛି । ଦୁଇ କର୍ପୋରେଟର ଗୋଷ୍ଠୀ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ପରେ ବୈଠକ ଅଧାରୁ ଉଠି ପଳାଇଲେ ମେୟର ଓ କମିଶନର । ପରେ ବିଇଏମସି ଅଫିସ ମୁଖ୍ୟ ଫାଟକ ଆଗରେ କର୍ପୋରେଟର ଧାରଣା ଦେଇଥିବା ବେଳେ, ସେପଟେ କିନ୍ତୁ ମେୟର କହିଛନ୍ତି ସବୁ ସମସ୍ୟାର ସମାଧାନ ହେବ ।

Advertisment

ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହୋହଲ୍ଲା। ମୁହାଁମୁହିଁ ହେଲେ ଦୁଇ କର୍ପୋରେଟର ଗୋଷ୍ଠୀ । ଉଠି ଚାଲିଗଲେ ମେୟର, କମିଶନର୍, ଅଧାରେ ବନ୍ଦ ବୈଠକ । ମୁଖ୍ୟ ଫାଟକ ଆଗରେ ଧାରଣା ଦେଲେ କର୍ପୋରେଟର୍ । ଆଜି ବ୍ରହ୍ମପୁର ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ ବେଳେ ଦେଖିବାକୁ ମିଳିଥିଲା ଏଭଳି ହାଇଡ୍ରାମା । ଗତ କିଛି ଦିନ ତଳେ କର୍ପୋରେଟର ମାନଙ୍କ ମଧ୍ୟରେ ଫାଟ ଦେଖିବାକୁ ମିଳିଥିବା ବେଳେ, ଆଜିର ବୈଠକରେ ଉଗ୍ରରୂପ ନେଇଥିଲା ବିବାଦ । ନବଗଠିତ ଷ୍ଟାଣ୍ଡିଂ କମିଟିକୁ ନେଇ ପ୍ରଶ୍ନ ଉଠାଇବା ସହ, ସଫେଇ ବ୍ୟବସ୍ଥାକୁ ନେଇ ବର୍ଷିଥିଲେ କର୍ପୋରେଟର ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ସମ୍ବୋଧନ: କହିଲେ-ସମ୍ଭାବନାର ଭୂଖଣ୍ଡ ଓଡ଼ିଶା

ଏପରକି କିଛି କର୍ପୋରେଟର ସିଧା ସଳଖ କମିଶନରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଯାହାକୁ ନେଇ ବୈଠକ ଅଧାରୁ କମିଶନର ଓ ମେୟର ଉଠି ଚାଲିଯାଇଥିଲେ। ପରେ କିଛି କର୍ପୋରେଟର ମହାନଗର ମୁଖ୍ୟ ଫାଟକ ବନ୍ଦ କରି ଧାରଣା ଦେବା ସହ ଗୋ-ବ୍ୟାକ୍ ନାରା ଦେଇଛନ୍ତି । ଧାରଣାରତ କର୍ପୋରେଟରଙ୍କୁ ମେୟର ବହୁବାର ବୁଝାଇଥିଲେ ସୁଦ୍ଧା, ଧାରଣାରୁ ଉଠିନଥିଲେ କର୍ପୋରେଟର । ଅନ୍ୟପଟେ କମିଶନର କହିଛନ୍ତି, ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ପ୍ରସଙ୍ଗରେ ସେ ଉପସ୍ଥିତ ଅଧିକାରୀଙ୍କୁ ଜଣାଇଛନ୍ତି ।  

Advertisment

ସେପଟେ ମେୟରଙ୍କ ସପକ୍ଷବାଦୀ କାଉନସିଲର ନିର୍ଦ୍ଦିଷ୍ଟ ନାଁ ନେଇ ଏହା ପଛରେ ଜଣଙ୍କ ଇସାରା କାମ କରୁଥିବା କଥା କହିଛନ୍ତି। ତେବେ କିଛି ଦିନ ଧରି କୁହୁଳୁ ଥିବା ଦୁଇ କର୍ପୋରେଟର ଗୋଷ୍ଠୀଙ୍କ ଗଣ୍ଡଗୋଳ ନେଇ ଆଜି ସହରରେ ଚର୍ଚ୍ଚା ଧରିଛି ।

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

BJD Berhampur BeMC Berhampur Municipal Corporation
Advertisment
Advertisment