Advertisment

ନୂଆ ଢାଞ୍ଚାରେ ଆସୁଛି ‘ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା’; ନିର୍ବାଚିତ ପ୍ରତିନିଧିଙ୍କୁ କ୍ଷମତା ସହ ପଲ୍ଲୀସଭାକୁ ମିଳିବ ଗୁରୁତ୍ବ

ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।

author-image
Sujit kumar Swain
undefined

Bikasit Gaan Bikasit Odisha

ନୂଆ ସରକାରରେ ନୂଆ କରି ଆରମ୍ଭ ହେବେ ଆମ ଓଡିଶା ନବୀନ ଓଡିଶା ଯୋଜନା। ନାଁ ବଦଳିବ, ଢାଞ୍ଚା ବି ବଦଳିବ। ଯୋଜନାର ନାଁ ହେବ ବିକଶିତ ଗାଁ ବିକଶିତ ଓଡିଶା। ଯେଉଁଥିରେ ନିର୍ବାଚିତ ପ୍ରତିନିଧିଙ୍କୁ କ୍ଷମତା ମିଳିବା ସହ ଗୁରୁତ୍ବ ପାଇବ ଗ୍ରାମସଭା ଓ ପଲ୍ଲୀସଭା। ଏସବୁକୁ ଆଧାର କରି ଗାଇଡଲାଇନ ପ୍ରସ୍ତୁତ ହେଉଥିବା ସୂଚନା ଦେଇ, ଖୁବଶୀଘ୍ର ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ତେବେ ନୂଆ ଯୋଜନାରେ କଣ ପରିବର୍ତ୍ତନ ହେବ, ଆଉ କଣ ନୂଆ ହେବ ପଢନ୍ତୁ ଏହି ରିପୋର୍ଟ ।    

Advertisment

ଆଉ ଆମ ଓଡ଼ିଶା ନବୀନ ଓଡ଼ିଶା ନୁହେଁ । ଏଣିକି ବିକଶିତ ଗାଁ ବିକଶିତ ଓଡ଼ିଶା । ନୂଆ ସରକାରରେ ଯୋଜନାର ନୂଆ ରୂପ, ଢାଞ୍ଚା ବି ହେବ ନୂଆ । ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଏଭଳି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। କହିଛନ୍ତି, ୨ ଦିନରେ ଆସୁଛି ନୂଆ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶାର ଗାଇଡଲାଇନ। ଯେଉଁଥିରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ଦିଆଯିବ। ଗାଁ ଗାଁରେ ପଲ୍ଲୀ ସଭା ଆଉ ଗ୍ରାମ ସଭା ହେବ। ଲୋକଙ୍କ ପ୍ରସ୍ତାବ ଅନୁୟାୟୀ ଫାଇନାଲ ହେବ ପ୍ରକଳ୍ପ ତାଲିକା। ସରକାର ଦେଇଥିବା ଅର୍ଥରେ ଗାଁର କେଉଁ କେଉଁ ପ୍ରକଳ୍ପ କାମ ହେବ ତାହା ପଞ୍ଚାୟତସ୍ତରରେ ହିଁ ସ୍ଥିର ହେବ। ପୂର୍ବ ସରକାର ବେଳେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଥିଲା କହି ଆମ ସରକାରରେ ଏହି ଯୋଜନା ଲୋକଙ୍କ ମତାମତକୁ ନେଇ ଚାଲିବ ବୋଲି ସୂଚା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ପୂର୍ବ ବିଜେଡି ସରକାରରେ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାକୁ ନେଇ ବିବାଦକୁ ଆସିଥିଲା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା। ଏମିତିକି, କିଛି ସରପଞ୍ଚ ଏବଂ ସମିତିସଭ୍ୟ ଆନ୍ଦୋଳନକୁ ଓହ୍ଲାଇ ଥିବା ବେଳେ ବାଲେଶ୍ୱରର କିଛି ସରପଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେବଳ ସେତିକି ନୁହେଁ, ଏଇ ଯୋଜନାରେ ଏବେ ବି ଅନେକ କାମ ଅଧା ଅଧୁରା ପଡି ରହିଛି। ନିର୍ବାଚନ ପୂର୍ବରୁ ନଭେମ୍ବର ୨୦୨୩ରେ ୬ ହଜାର ୭୯୪ ପଞ୍ଚାୟତକୁ ଏହି ଯୋଜନାରେ ପ୍ରାୟ ୩ ହଜାର ୪୫୭ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ନବୀନ। ହେଲେ ତାର ମାତ୍ର ୩୦ରୁ ୪୦ ପ୍ରତିଶତ 
କାମ ହୋଇଥିବା ଗୃହରେ ସୂଚନା ଦେଇ ଅଧା ଥିବା କାମକୁ ପୂରା କରାଯିବ ବୋଲି କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ। 

Advertisment

ହେଲେ ବଡ଼ କଥା ହେଉଛି ଅନେକ ସ୍ଥାନରେ ଏବେ ବି ଏ ଯୋଜନାରୁ ଟଙ୍କା ଉଠାଯାଇଛି, କାମ ପୂରା ହୋଇନି। ଦୁର୍ନୀତି ଅଭିଯୋଗ ବି ଆସିଛି। ଯେମିତି ବାସୁଦେବପୁର ମନ୍ମଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ। ଆମ ଓଡିଶା ନବୀନ ଓଡିଶାରେ ୫ ଲକ୍ଷ ଟଙ୍କା ବ୍ୟୟରେ ଗତବର୍ଷ ନଭେମ୍ବର 5ରୁ ଏଠି ଆରମ୍ଭ ହୋଇଥିଲା ଶ୍ରେଣୀଗୃହ ନିର୍ମାଣ କାମ। ଲକ୍ଷ୍ୟ ଥିଲା ଡିସେମ୍ବର 31 ସୁଦ୍ଧା କାମ ସରିବ। ହେଲେ ଏଯାଏଁ କାମ ତ ସରିନି କିନ୍ତୁ ଯୋଜନାରୁ ୪ ଲକ୍ଷ ୪୪ ହଜାର ୩୯୩ ଟଙ୍କା ଉଠାଯାଇଛି। ତେଣୁ ଏଭଳି ସ୍ଥିତିରେ ନୂଆ ସରକାରଙ୍କ ନୂଆ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସରପଞ୍ଚ। ଅଭିଯୋଗ କରିଛନ୍ତି, ପୂର୍ବ ସରକାର ଅମଳରେ ଦଳୀୟ ଭିତ୍ତିରେ ଓ ସରକାରୀ ବାବୁଙ୍କ ଇଚ୍ଛାରେ କାମ ହେଉଥିଲା।

ପୁରୁଣା ଯୋଜନାରେ ପ୍ରତି ପଞ୍ଚାୟତ ପିଛା ୫୦ ଲକ୍ଷ ଟଙ୍କା ଦେଉଥିଲେ ବିଜେଡି ସରକାର। ନୂଆ ଯୋଜନାରେ ନୂଆ ସରକାର କେତେ ଦେଉଛନ୍ତି ଏବଂ ଗାଇଡଲାଇନରେ ଆଉ କଣ ବ୍ୟାବସ୍ଥା ଆଣୁଛନ୍ତି ତା ଉପରେ ନଜର। 

Scheme Minister
Advertisment
Advertisment