Advertisment

Bhubaneswar airport: ବିମାନ ବନ୍ଦରକୁ ବିପଦ ବଡ଼ ବଡ଼ ଗଛ ଆଉ ବେଆଇନ ନିର୍ମାଣ

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ପ୍ରଶ୍ନ ଉଠୁଛି, କେତେ ସୁରକ୍ଷିତ ଭୁବନେଶ୍ବର ବିମାନ ବନ୍ଦର ? ଖୋଦ୍ ଏୟାରପୋର୍ଟ ନିର୍ଦ୍ଦେଶକଙ୍କ କହିବା କଥା, ବିମାନ ବନ୍ଦରର ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ମାର୍ଗରେ ରହିଛି ପ୍ରତିବନ୍ଧକ। ଏହାର କାରଣ ପାଚେରୀ ନିକଟରରେ ଥିବା ବଡ଼ ବଡ଼ ଗଛ ଓ ବେଆଇନ ଉଚ୍ଚ ଅଟ୍ଟାଳିକା।

author-image
Saroj Kumar Jena
ଅଦ୍ୟତନ ହୋଇଛି
Bhubaneswar airport

Bhubaneswar airport

ଭୁବନେଶ୍ବରରେ ବିମାନ ବନ୍ଦରକୁ ବିପଦ ବଡ଼ ବଡ଼ ଗଛ ଆଉ ବେଆଇନ ନିର୍ମାଣ। ବିମାନ ଉଡ଼ାଣ ଓ ଅବତରଣ ମାର୍ଗରେ ସାଜୁଛି ପ୍ରତିବନ୍ଧକ। ଗଛ ଉପରେ ପକ୍ଷୀ ରହୁଥିବାରୁ ବିମାନକୁ ବିପଦରେ ପକାଇବାର ଯଥେଷ୍ଟ ଆଶଙ୍କା ବି ରହିଛି।

Advertisment

ସୂଚନା ଅନୁସାରେ ଭୁବନେଶ୍ବର ବିମାନବନ୍ଦରରେ ପ୍ରତିମାସରେ ୩ରୁ ୪ଟି ପକ୍ଷୀମାଡ଼ ଘଟଣା ଦେଖିବାକୁ ମିଳୁଛି। ଗତବର୍ଷ କିନ୍ତୁ ବାର୍ଡହିଟ୍ ସଂଖ୍ୟା ପ୍ରାୟ ୬ ଥିଲା। ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି, ବିମାନର ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ନିକଟରେ ବିଡିଏ, ବିଏମ୍ସି ଓ ସାଧାରଣ ପ୍ରଶାସନ ବିଭାଗ ସହ ମିଳିତ ଭାବେ ଏକ ସର୍ଭେ କରାଯାଇଥିଲା।

ଅଧିକ ପଢନ୍ତୁ: ଅହମ୍ମଦାବାଦ ଦୁର୍ଘଟଣା ପରେ ଚେତା ପଶିଲା, ବିମାନ ଉଡ଼ାଣ ପୂର୍ବରୁ ହେବ ଏହିସବୁ ଯାଞ୍ଚ...

Advertisment

ଏଥିରେ ବିମାନ ଉଡ଼ାଣ ଓ ଅବତରଣ ପାଇଁ ପ୍ରତିବନ୍ଧକ ସାଜୁଥିବା ଅନେକ ବଡ଼ ବଡ଼ ଗଛ ତଥା ବେଆଇନ ନିର୍ମାଣକୁ ଚିହ୍ନଟ କରାଯାଇଛି। ଗତମାସରେ ଏୟାରଫିଲ୍ଡ ଏନଭରନମେଣ୍ଟ ମ୍ୟାନେଜମେଣ୍ଟ କମିଟି ବା AEMC ବୈଠକରେ ଏନେଇ କମିଟି ଅଧ୍ୟକ୍ଷ ତଥା ବିଏମସି କମିଶନରଙ୍କୁ ଅବଗତ କରାଯାଇଛି। ଖୁବଶୀଘ୍ର ଗଛଗୁଡ଼ିକୁ କାଟିବା ସହ ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

ପ୍ରଶ୍ନ ଉଠୁଛି, ଏସବୁ ଗଛ ଓ ଘର ତ’ ବିମାନବନ୍ଦର ବାଉଣ୍ଡାରୀ ବାହାରେ ଅଛି, ତେବେ ତାହା କିଭଳି ବିପଦ ସୃଷ୍ଟି କରୁଛି? ପାଇଲଟଙ୍କ ମତରେ, ବିମାନର ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ପାଇଁ କ୍ଲିୟର ଫନେଲ ପାଥ୍ ଦରକାର। ଆପ୍ରୋଚ୍ ଓ ଟେକ୍ ଅଫ୍ ମାର୍ଗରେ ରନୱେର ସେଣ୍ଟ୍ରାଲ ଲାଇନ୍ ରୁ ଉଭୟ ପାର୍ଶ୍ବରେ ୪୫ ଡିଗ୍ରୀରେ ୫ ନଟିକାଲ୍ ମାଇଲ୍ ଯାଏଁ ପାଇଲଟଙ୍କୁ ସ୍ପଷ୍ଟ ଦୃଶ୍ୟମାନ ହେବା ଆବଶ୍ୟକ। କୌଣସି ପ୍ରତିବନ୍ଧକ ରହିବା ଅନୁଚିତ।

ବିମାନ ଅବତରଣ ବେଳେ ବିମାନକୁ ଧୀରେ ଧୀରେ ତଳକୁ ଖସାଇବାକୁ ପଡ଼େ। ଏହି ସମୟରେ ପବନ ବା ଅନ୍ୟ କୌଣସି ଜରୁରୀ ସ୍ଥିତିରେ ତତ୍କାଳ ଲ୍ୟାଣ୍ଡିଂ କରିବାକୁ ଥିଲେ, ଏସବୁ ପ୍ରତିବନ୍ଧକ କାରଣରୁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ତେଣୁ ରନୱେ ତିଆରି ସମୟରେ ଉଭୟ ଆପ୍ରୋଚ୍ ଓ ଟେକ୍ ଅଫ୍ ପାଥ୍ ରେ ଅଧିକ ପ୍ଲେନ୍ ସ୍ପେସ୍ ରଖାଯିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା; ପ୍ରିୟ ଜନଙ୍କ ମରଶରୀର ପାଇଁ ଅସମ୍ଭବ ଭିଡ଼...

Advertisment
Related Articles
Advertisment