Advertisment

Bhubaneswar Underground Metro: ଅକ୍ଷତ ରହିବ ରାଜଧାନୀର ସୌନ୍ଦର୍ଯ୍ୟ, ମାଟି ତଳେ ଦୌଡ଼ିବ ମେଟ୍ରୋ ଟ୍ରେନ୍

ଅକ୍ଷତ ରହିବ ରାଜଧାନୀର ସୌନ୍ଦର୍ଯ୍ୟ। ବଦଳିବ ଭୁବନେଶ୍ବର ମେଟ୍ରୋ ରୂପରେଖ। ମାଟି ଉପରେ ନୁହେଁ, ମାଟି ତଳେ ଦୌଡ଼ିବ ମେଟ୍ରୋ ଟ୍ରେନ୍। ରୁଟ୍ ବି ବଦଳିବ। ନିର୍ମାଣ ହେବ ଭୂତଳ ମେଟ୍ରୋ ପ୍ରକଳ୍ପ। ଭୁବନେଶ୍ବରରେ ଇଣ୍ଡିଆନ ବିଲ୍ଡିଂସ୍ କଂଗ୍ରେସ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

metro

metro

Advertisment

ଭୁବନେଶ୍ବର ସୌନ୍ଦର୍ଯ୍ୟ ପାଇଁ ବଦଳିବ ମେଟ୍ରୋ ଚେହେରା। ମାଟି ଉପରେ ନ ଯାଇ ମାଟି ତଳେ ଗଡ଼ିବ। ଏମିତିକି ସଂଶୋଧିତ ମେଟ୍ରୋ ପ୍ରକଳ୍ପରେ ରୁଟ୍ ବି ବଦଳିବ। ଭୁବନେଶ୍ବର ମେଟ୍ରୋକୁ ନେଇ ପୂର୍ତ୍ତ ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ଏହାର ବାସ୍ତବତାକୁ ନେଇ ଜୋର୍ ଧରିଛି ମେଟ୍ରୋ ଚର୍ଚ୍ଚା। ତେବେ ବିଶେଷଜ୍ଞ କହିଛନ୍ତି, ଭୁବନେଶ୍ବରରେ ସମ୍ଭବ ଭୂତଳ ମେଟ୍ରୋ। ହେଲେ ପ୍ରକଳ୍ପ ଖର୍ଚ୍ଚ ୩-୪ ଗୁଣା ବଢ଼ିଯିବ।

Advertisment

ଅକ୍ଷତ ରହିବ ରାଜଧାନୀର ସୌନ୍ଦର୍ଯ୍ୟ। ବଦଳିବ ଭୁବନେଶ୍ବର ମେଟ୍ରୋ ରୂପରେଖ। ମାଟି ଉପରେ ନୁହେଁ, ମାଟି ତଳେ ଦୌଡ଼ିବ ମେଟ୍ରୋ ଟ୍ରେନ୍। ରୁଟ୍ ବି ବଦଳିବ। ନିର୍ମାଣ ହେବ ଭୂତଳ ମେଟ୍ରୋ ପ୍ରକଳ୍ପ। ଭୁବନେଶ୍ବରରେ ଇଣ୍ଡିଆନ ବିଲ୍ଡିଂସ୍ କଂଗ୍ରେସ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି, ଭୂତଳ ମାର୍ଗରେ ଭୁବନେଶ୍ବର ମେଟ୍ରୋ ଚଳାଚଳ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB

ମାଟି ଉପରେ ଅର୍ଥାତ୍ ଏଲିଭେଟେଡ୍ ରୁଟ୍ ରେ ମେଟ୍ରୋ ପ୍ରକଳ୍ପ ହେଲେ ମନ୍ଦିରମାଳିନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟ ନଷ୍ଟ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଣୁ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ଭୁବନେଶ୍ବର ଭୂତଳ ମେଟ୍ରୋ ରେଳ ପ୍ରକଳ୍ପର ନୂଆ ଆଲାଇନମେଣ୍ଟ ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ବିଭାଗକୁ କୁହାଯାଇଛି। ଏଥିପାଇଁ ଖୁବ୍ଶୀଘ୍ର ବିଭାଗ ସର୍ଭେ କାର୍ଯ୍ୟ ଆରମ୍ଭ କରିବ। ଆଲାଇନମେଣ୍ଟ ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେବ ଭୁବନେଶ୍ବର ମେଟ୍ରୋ କାମ।

Advertisment

୨୦୨୪ ଜାନୁଆରୀ ପହିଲାରେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଶୁଭ ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬ ହଜାର ୨୨୫ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବର ବିମାନବନ୍ଦରଠାରୁ କଟକ ତ୍ରିଶୂଳିଆ ମଧ୍ୟରେ ୨୦ ଷ୍ଟେସନ ବିଶିଷ୍ଟ ଏହି ମେଟ୍ରୋ ରେଳ ପ୍ରକଳ୍ପ ଲାଗି ମାଟି ପରୀକ୍ଷା ବି ସରିଥିଲା। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାମ ସାରି ମେଟ୍ରୋ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ସରକାର ବଦଳିବା ପରେ ଅଟକିଗଲା ମେଟ୍ରୋ କାମ। ସମ୍ପୂର୍ଣ୍ଣ ଏଲିଭେଟେଡ୍ ରୁଟ୍ ସହ ପ୍ରକଳ୍ପକୁ କଟକ ଯାଏଁ ସମ୍ପ୍ରସାରିତ କରିବା ଉଦ୍ଦେଶ୍ୟରେ ନୂଆ ଡିପିଆର୍ ପାଇଁ କାମ ବନ୍ଦ ଥିବା କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ। ହେଲେ ଏବେ ମେଟ୍ରୋ ପ୍ରକଳ୍ପ ସଂପୂର୍ଣ୍ଣ ଅଣ୍ଡରଗ୍ରାଉଣ୍ଡ ହେବ। ପ୍ରଶ୍ନ ଉଠୁଛି, ଭୁବନେଶ୍ବରରେ ସମ୍ଭବ ତ’ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ? ମେଟ୍ରୋ ବିଶେଷଜ୍ଞଙ୍କ ମତରେ, ଭୁବନେଶ୍ବର ସହରରେ ଉଭୟ ଏଲିଭେଟେଡ୍ ଓ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପ୍ରକଳ୍ପ ସମ୍ଭବ। ଯେଉଁଠି ଏଲିଭେଟେଡ୍ ରୁଟ ସମ୍ଭବ ହୋଇ ନଥାଏ, ସେଠାରେ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପ୍ରକଳ୍ପ କରାଯାଇଥାଏ। କାରଣ ଏଲିଭେଟେଡ୍ ତୁଳନାରେ ଅଣ୍ଡରଗ୍ରାଉଣ୍ଡ ପ୍ରକଳ୍ପରେ ୩ରୁ ୪ ଗୁଣା ଅଧିକ ଅର୍ଥ ଖର୍ଚ୍ଚ ହେବ। ଅର୍ଥାତ୍ ଯଦି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଚାଲେ, ତେବେ ସରକାରଙ୍କୁ ପ୍ରାୟ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ହେଲେ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ନିର୍ମାଣ ବେଳେ ମେଟ୍ରୋ ଲାଇନର ଆଖପାଖରେ ଥିବା ବିଲ୍ଡିଂ ସୁରକ୍ଷା ଉପରେ ବି ଧ୍ୟାନ ଦେବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ: କିଏ ଏହି ପ୍ରିୟା ସରୋଜ, ଯାହାଙ୍କ ସହ ନିର୍ବନ୍ଧ କରିଛନ୍ତି କ୍ରିକେଟର ରିଙ୍କୁ ସିଂ

Advertisment
Bhubaneswar Metro Rail Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ