/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749381505.jpg)
Metro Rail Plan Changed
ମେଟ୍ରୋ ପ୍ରକଳ୍ପ ନେଇ ପୂର୍ତ୍ତମନ୍ତ୍ରୀଙ୍କ ବଡ଼ ସୂଚନା । ରାସ୍ତା ନୁହେଁ ମାଟି ତଳେ ମେଟ୍ରୋ ଗଡ଼ିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । "ଭୁବନେଶ୍ୱରରେ ଏଲିଭେଟେଡ୍ ମେଟ୍ରୋ ହେବନାହିଁ । ଏଥିପାଇଁ ନୂଆ ଆଲାଇନମେଣ୍ଟ ତିଆରି କରିବ ନଗର ଉନ୍ନୟନ ବିଭାଗ। ଯେଉଁଥିପାଇଁ ସର୍ଭେ ହେବ । ସର୍ଭେ ପାଇଁ ସମୟ ଲାଗିବ । ଏଲିଭେଟେଡ୍ ମେଟ୍ରୋ ହେଲେ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବ । ଏହାକୁ ଦୃଷ୍ଟିରେ ରଖି ଅଣ୍ଡର ଗ୍ରାଉଣ୍ଡ ମେଟ୍ରୋ କରିବାକୁ ଯୋଜନା କରାଯାଇଛି" ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଭୁବନେଶ୍ୱରରେ ମେଟ୍ରୋ ଚଳାଚଳ ପାଇଁ ନୂଆ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ମେଟ୍ରୋ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଗଠନ ହୋଇଥିବା ନୂଆ କମିଟି ମେଟ୍ରୋ ଚାଲୁଥିବା ସହରକୁ ଯାଇ ତଥ୍ୟ ସଂଗ୍ରହ କରିଥିଲା । କମିଟିର ସୁପାରିସ ଆଧାରରେ ଖୁବଶୀଘ୍ର ଡିପିଆର୍ ପ୍ରସ୍ତୁତି ସରିବ ବୋଲି କୁହାଯାଇଥିଲା । ହେଲେ ଏବେ ମେଟ୍ରୋ ଡିପିଆର୍ ବିଷୟରେ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ ମଧ୍ୟ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପାଇଁ ଯୋଜନା ଚାଲିଥିବା ମନ୍ତ୍ରୀ କହିଛନ୍ତି । ଗତ କିଛି ଦିନ ତଳେ ମଧ୍ୟ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ନେଇ ମନ୍ତ୍ରୀ ସୂଚନା ଦେଇଥିଲେ । ଆଜି ପୁଣି ଥରେ ଏହାକୁ ଦୋହରାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)