Advertisment

Pravasi Bharatiya Divas: କାଲିଠୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି, ସାମିଲ ହେବେ ପ୍ରାୟ ୪ ହଜାର ପ୍ରବାସୀ

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଓଡ଼ିଶାରେ ଜମିଲାଣି NRI ମାନଙ୍କ ଭିଡ଼ । ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ, ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଆର୍ଶୀର୍ବାଦ କାମନା କରିଛନ୍ତି ।

କାଲିଠୁ ପ୍ରବାସୀ ଭାରତୀୟଙ୍କ ମହାମେଳି

କାଲିଠୁ ପ୍ରବାସୀ ଭାରତୀୟଙ୍କ ମହାମେଳି

Advertisment

ଆସନ୍ତାକାଲିଠାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି । ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ । ଏଥିପାଇଁ ଚଳଚଂଚଳ ରାଜଧାନୀ । ନବବଧୂ ଭଳି ସଜେଇ ହୋଇଛି ମନ୍ଦିର ମାଳିନୀ ଭୁବନେଶ୍ବର ସହର । କାନ୍ଥବାଡ଼ରେ ଓଡ଼ିଶା ଚିତ୍ରକଳାର ଛାପ । ଆଲୋକମାଳାରେ ଝଲସୁଛି ପୁରା ସହର । କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ ସହଭାଗିତାରେ ଜାନୁଆରୀ ୮ରେ ଜନତା ମଇଦାନରେ ପାଳନ ହେବ ଯୁବ ପ୍ରବାସୀ ଭାରତୀୟ ଦିବସ । ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ଥିମ୍ ପାଭିଲିୟନ ବି ଉଦଘାଟନ କରିବେ ମୋଦି । ଏଠାରୁ ଭର୍ଚୁଆଲ ମୋଡ୍ ରେ ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ସ୍ବତନ୍ତ୍ର ଟୁରିଷ୍ଟ ଟ୍ରେନ୍ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ମଧ୍ୟ ଲୋକର୍ପଣ କରିବେ ।

Advertisment

ଏପଟେ ଭୁବନେଶ୍ବର ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ଚିଲିକାର ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖାଇବାକୁ ସମାନ୍ତରାଳ ଭାବେ ଚାଲିଛି ସପ୍ତାହବ୍ୟାପୀ ଚିଲିକା ବିହଙ୍ଗ ଉତ୍ସବ। ତେଣେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କୋଣାର୍କ ସୂର୍ଯ୍ୟମନ୍ଦିର ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ଗତକାଲି କୋଣାର୍କ ଇକୋ ରିଟ୍ରିଟରେ ରାତ୍ରୀଯାପନ ପରେ ଆଜି ସକାଳ ୯ଟା ବେଳେ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରିବେ ଜୟଶଙ୍କର । ପ୍ରବାସୀ ଭାରତୀୟଙ୍କ କୋଣାର୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଓ SPଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ସୁରକ୍ଷା ବ୍ୟବସ୍ଥା, ପାର୍କିଂ, ଟ୍ରାଫିକ ଓ ଅନ୍ୟାନ୍ୟ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଅଧିକ ପଢ଼ନ୍ତୁ: ସମ୍ବଲପୁର ଡବଲ ମର୍ଡର ଘଟଣା: ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ

ଅନ୍ୟପଟେ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଓଡ଼ିଶାରେ ଜମିଲାଣି NRI ମାନଙ୍କ ଭିଡ଼ । ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ, ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଆର୍ଶୀର୍ବାଦ କାମନା କରିଛନ୍ତି । ବିଶେଷ ଆତିଥ୍ୟତା ପାଇ ବେଶ୍ ଖୁସି ହେବା ସହିତ, ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରି ବିମୋହିତ ହୋଇଥିଲେ ସୁଦୂର ଲଣ୍ଡନରୁ ଆସିଥିବା ପ୍ରବାସୀ ଭାରତୀୟ ।

Advertisment

ସେପଟେ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ୍ ଆଡଭାଇଜରି । ୮ ତାରିଖରୁ ୧୦ ଯାଏଁ କମିଶନରେଟ୍ ପୋଲିସର ଟ୍ରାଫିକ କଟକଣା ଜାରି ହୋଇଛି । VVIPଙ୍କ ଗସ୍ତକୁ ଦେଖି ନିର୍ଦ୍ଦିଷ୍ଟ ସମୟ ଓ ଅଞ୍ଚଳ ପାଇଁ କଟକଣା ଜାରି ହୋଇଛି । ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଅଞ୍ଚଳ, ପାୱାର ହାଉସ୍, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି, ଜୟଦେବ ବିହାର, ଜାଭିୟର, ନାଲକୋ ଛକ ଆଦି ଅଞ୍ଚଳ ପାଇଁ କଟକଣା ରହିଛି। VVIPଙ୍କ ଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ଅନ୍ୟ ଗାଡ଼ି ପ୍ରବେଶ ମନା କରାଯାଇଛି ।

ଅଧିକ ପଢ଼ନ୍ତୁ: ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି; ‘ଜନଜାତି ସଂପ୍ରଦାୟ ପାଇବେ ବେଶି ଉପକାର’

Advertisment
Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ