• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନେ ନବୀନ ସରକାର କରି ଦେଇଥିଲେ ବନ୍ଦ । ହେଲେ ଆଜି ଖୋଲିବାକୁ ଯାଉଛନ୍ତି ମୋହନ ସରକାର । ବଡମ୍ୱା ଚିନିକଳ ଯାହା ଖୁବଶୀଘ୍ର ପୁଣିଥରେ ଖୋଲିବାକୁ ଯାଉଛି । ଆଉ ପୂରଣ ହେବାକୁ ଯାଉଛି ବଡମ୍ୱାବାସୀଙ୍କ ସ୍ୱପ୍ନ । ଏନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବଡମ୍ୱା ବିଧାୟକ ବିଜୟ ଦଳ ବେହେରା ।

ଏଥିରେ ସେ ବିଜେଡି ସରକାରକୁ ଟାର୍ଟେଟ କରି କହିଛନ୍ତି ପୁର୍ବତନ ବିଧାୟକ କିମ୍ବା ବିଜେଡି ସରକାରର ଶିଳ୍ପ ବୃଦ୍ଧି ପାଇ ଆନ୍ତରିକତା ନଥିଲା । ଏଣୁ ଚଳାଇ ପାରୁ ନଥିଲେ । ହେଲେ ବିଜେପି ସରକାର ଆସିବା ପରେ ଆଇନଗତ ଜାଲରୁ ହଟିଯାଇଛି ବଡମ୍ବା ଚିନିକଳ । ଆଉ ଖୁବ ଶୀଘ୍ର କ୍ୟାବିନେଟ ମଞ୍ଜୁରୀ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଶୁଭ ଦେବାକୁ ଯାଉଛନ୍ତି ।

ଅଧିକ ପଢନ୍ତୁ: ଅଣନିଶ୍ବାସୀ କଲାଣି ବେଆଇନ ଇଟାଭାଟି; ବିଷାକ୍ତ ଧୂଆଁ-ପାଉଁଶରେ ପ୍ରଦୂଷିତ ହେଉଛି ପରିବେଶ

୧୮୮୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଏହି ଚିନିକଳର ମୂଳଦୁଆ ପଡିଥିଲା । ସେତେବେଳେ ୪ହଜାର ୮୯୫ଜଣ ଚାଷୀଙ୍କ ଅଂଶଧନରେ ୧୨୩ ଏକର ଜମିରେ ସରକାର ଏହି ଚିନିଶିଳ୍ପ ଚଳାଇଥିଲେ । ହେଲେ ବିଜେଡି ସରକାର ଆସିବା ପରେ ୨୦୦୫ରେ ଏହାକୁ ୮ କୋଟି ୨୮ଲକ୍ଷ ଟଙ୍କାରେ ଵାଲାଜି ସୁଗାର ଆଣ୍ଡ ଏଲାଇଡ଼ କମ୍ପାନୀକୁ ବିକ୍ରି କରିଦେଲା ।

ଏଥିରେ କାଳେ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ହାତ ଥିଲା ବୋଲି ଅଭିଯୋଗ ଆସିଥିଲା । ତେବେ ୨୦୦୬ରେ ବାଲାଜି କମ୍ପାନୀ ମାତ୍ର ୫୧ ଲକ୍ଷ ୭୦ ହଜାର ଟଙ୍କା ଦେଇ ବିଜେଡି ସରକାରଙ୍କୁ ଧରି ୟୁନିୟନ ବ୍ୟାଙ୍କରୁ ୨୬୭ କୋଟି ୧୫ ଲକ୍ଷ ୨୪ ହଜାର ୯୩୫ ଟଙ୍କା ଲୋନ ନେଇ ଓଡିଶା ଛାଡି ଦେଇଥିବା ଜଣାପଡିଥିଲା ।

କାଳକ୍ରମେ ୨୦୧୧ ମସିହାରେ ଏହି ଶିଳ୍ପ ବନ୍ଦ ହୋଇ ପଡ଼ିଲା । ହେଲେ ପୁଣି ଏହା ଖୋଲୁଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ । ୨୦୨୩ରେ UNION ବ୍ୟାଙ୍କ ପକ୍ଷରୁ ୩୬୯ କୋଟି ୧୩ଲକ୍ଷ ୯୧୩ ଟଙ୍କାରେ ଚିନିକଳ ବିକ୍ରି ପାଇଁ ନୋଟିସ ଲଗାଇବା ପରେ ବିଧାୟକ ବିଜୟ ଦଳ ବେହେରା ଏନେଇ ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ।

୪ ମାସ ଆନ୍ଦୋଳନ ପରେ ARCS ପକ୍ଷରୁ ଥାନାରେ ମାମଲା ହୋଇଥିଲା । ତେବେ ମାମଲା ହାଇକୋର୍ଟରେ ଚାଲିବା ବେଳେ ଏବେ ସମସ୍ତ କେସର ଶୁଣାଣୀ ସରିଛି । ଆଉ ପୁଣି ଥରେ ଖୋଲିବାକୁ ଯାଉଛି ବଡ଼ମ୍ୱା ଓ ନରସିଂହପୁରର ଭାତହାଣ୍ଡି କୁହାଯାଉଥିବା ସୁଗାର ମିଲ୍ । ଏନେଇ ଆଖୁ ଚାଷୀଙ୍କ ମହଲରେ ଆନନ୍ଦ ଖେଳି ଯାଇଛି ।

ଏବେ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ବଡମ୍ବା ତହସିଲଦାରଙ୍କୁ ଜମି ମାପଚୁପ ପାଇଁ ନିର୍ଦ୍ଦେଶ ଆସିଛି । ଏ କାମ ସରିବା ପରେ ଶୁଭ ଦେଇ ଆରମ୍ଭ ହେବ ନୂଆ ଚିନି ଶିଳ୍ପ ।

ଅଧିକ ପଢନ୍ତୁ: ଭାଇ ଫେରିବା ବାଟକୁ ଅନାଇ ବସିଛି ମାନସିକ ବିକାରଗ୍ରସ୍ତ ଅସହାୟ ଭଉଣୀ

OTV is now on Whatsapp

Join and get latest news update delivered to you via whatsapp

Join Now