Advertisment

Attack on Former MLA's Vehicle: ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ, ପଥର ମାଫିଆଙ୍କୁ ଦୋଷ ଦେଲେ ପ୍ରଣବ

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରବିବାର ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି। ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମା ଙ୍କ ଦର୍ଶନ କରିବାକୁ ନିଜର ସମର୍ଥକ ମାନଙ୍କ ସହ ଯାଉଥିଲେ ପ୍ରଣବ। ସେଠାରେ କିଛି ଲୋକ ଲୋକ ପ୍ରଣବଙ୍କ ଗାଡିକୁ ଅଟକାଇବା ସହ ଝଗଡା କରିଥିଲେ।

attack

attack

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରବିବାର ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି। ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମା ଙ୍କ ଦର୍ଶନ କରିବାକୁ ନିଜର ସମର୍ଥକ ମାନଙ୍କ ସହ ଯାଉଥିଲେ ପ୍ରଣବ। ସେଠାରେ କିଛି ଲୋକ ଲୋକ ପ୍ରଣବଙ୍କ ଗାଡିକୁ ଅଟକାଇବା ସହ ଝଗଡା କରିଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ରାଷ୍ଟ୍ରପତିଙ୍କ ପାଇଁ ଡେଡଲାଇନ୍...

ଘଟଣାସ୍ଥଳରେ ପ୍ରଣବଙ୍କ ସମର୍ଥକ ମାନେ ପହଞ୍ଚିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇଥିଲା। ପ୍ରଣବଙ୍କୁ ଅଟକାଇବାକୁ ଆସିଥିବା କିଛି ବ୍ୟକ୍ତି ଠେଙ୍ଗାରେ ଗାଡିକୁ ପିଟିବା ଫଳରେ ତାଙ୍କ ଗାଡିର ବନେଟ ଚେପା ହୋଇ ଯାଇଛି। ଖବର ପାଇ ଜେନାପୁର IIC ସେଠାରେ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Advertisment

ପରେ ପ୍ରଣବ ପୂର୍ବ ଯୋଜନା ଅନୁସାରେ ଯଜ୍ଞ ସ୍ଥଳକୁ ଯାଇ ମା ଙ୍କ ଦର୍ଶନ କରି ଫେରି ଯାଇଥିଲେ। ଗାଡି ଉପରକୁ ହୋଇଥିବା ଆକ୍ରମଣ ଘଟଣାକୁ ସ୍ବୀକାର କରିବା ସହ ଆରୁହା, ଡଙ୍କାରି ଅଞ୍ଚଳର ପଥର ମାଫିଆ ମାନେ ଏପରି ଘଟାଇଥିବା କହିଛନ୍ତି।

ପୂର୍ବରୁ ମଧ୍ୟ ୧୭ ଅକ୍ଟୋବର ୨୦୨୪ରେ ପ୍ରଣବଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଥିଲା। ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ଧର୍ମଶାଳାର କୁରିକଣା ଠାରେ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ବର୍ତ୍ତମାନର ନିର୍ବାଚିତ ବିଧାୟକ ଓ ତାଙ୍କ ସମର୍ଥିତ କର୍ମୀଙ୍କୁ ଦୋଷ ଦେଇଥିଲେ ପ୍ରଣବ। ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ଲଢୁଥିବା ହିମାଂଶୁ ଶେଖର ସାହୁ ୪୧୫୦ ଭୋଟରେ ପ୍ରଣବ ବଳବନ୍ତରାୟଙ୍କୁ ପରାସ୍ତ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ:  ୱକ୍‌ଫ ବିଲକୁ ବିରୋଧ କରି ପଶ୍ଚିମବଙ୍ଗରେ ହିଂସା, ଚାଲିଗଲା ୩ ଜୀବନ

Attack Dharmasala Pranab Balabantaray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ