/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744466761.jpg)
Supreme Court Bill Decision Deadline
କୌଣସି ବିଲ୍କୁ ମଞ୍ଜୁର କରିବେ କି ନାହିଁ, ୩ ମାସ ଭିତରେ ନିଷ୍ପତ୍ତି ନେବେ ରାଷ୍ଟ୍ରପତି। ସୁପ୍ରିମକୋର୍ଟଙ୍କ ଇଏ ଐତିହାସିକ ରାୟ। ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ଧାର୍ଯ୍ୟ କଲେ ସର୍ବୋଚ୍ଚ ଅଦାଲତ।
କହିଲେ- କୌଣସି ରାଜ୍ୟ ବିଧାନସଭାରେ ପାରିତ ହେବା ପରେ, ରାଜ୍ୟପାଳଙ୍କ ତରଫରୁ ତର୍ଜମା ପାଇଁ ଆସିଥିବା ବିଧେୟକ ଉପରେ ସର୍ବାଧିକ ୩ ମାସ ଭିତରେ ନିଷ୍ପତ୍ତି ନେବେ ରାଷ୍ଟ୍ରପତି। ଜଷ୍ଟିସ୍ ଜେ.ବି. ପାର୍ଡିୱାଲା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ରାଷ୍ଟ୍ରପତିଙ୍କୁ ଏହି ଡେଡଲାଇନ୍ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ରାଜ୍ୟରେ ୱକଫ ବିଲ ଲାଗୁ କରେଇ ଦେବୁନି, ସରକାରଙ୍କୁ ମମତାଙ୍କ ଚ୍ୟାଲେଞ୍ଜ
ବିଲ୍କୁ ମଞ୍ଜୁରୀ ଦେବେ କି ଦେବେନାହିଁ, ସେସଂପର୍କରେ ରାଷ୍ଟ୍ରପତି ୩ ମାସ ଭିତରେ ନିଷ୍ପତ୍ତି ନେବା ଉଚିତ। ତା ଠୁ ଅଧିକ ବିଳମ୍ବ ହେଲେ ଏହାର ଉଚିତ କାରଣ ଦର୍ଶାଇବାକୁ ପଡ଼ିବ ଏବଂ ସଂପୃକ୍ତ ରାଜ୍ୟକୁ ସୂଚିତ କରିବାକୁ ପଡ଼ିବ। ରାଜ୍ୟ ମାନଙ୍କୁ ମଧ୍ୟ ଏଦିଗରେ ସହଯୋଗ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ଦାୟର ଯାଚିକା ଉପରେ ରାୟ ଦେଇ ଏହା କହିଛନ୍ତି ସୁପ୍ରିମକୋର୍ଟ।
ତାମିଲନାଡ଼ୁ ବିଧାନସଭାରେ ପାରିତ ୧୦ଟି ବିଲ୍କୁ ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଯାଇଥିବା ଦର୍ଶାଇ ସଂରକ୍ଷିତ ରଖିଥିଲେ ରାଜ୍ୟପାଳ ଆର୍.ଏନ୍.ରବି। ତେବେ ମାମଲାର ଶୁଣାଣି କରି ରାଜ୍ୟପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ତ୍ରୁଟିପୂର୍ଣ୍ଣ ଓ ବେଆଇନ ଦର୍ଶାଇବା ସହ, ୧୦ଟି ବିଲ୍ ଉପରେ ମୋହର ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ବିଲ୍କୁ ସ୍ଥଗିତ ବା ସଂରକ୍ଷିତ ରଖିବା ପାଇଁ ରାଜ୍ୟପାଳଙ୍କ ଅଧିକାର ସଂପର୍କରେ ଉଦ୍ଦିଷ୍ଟ ସମ୍ବିଧାନର ଧାରା ୨୦୦ ଏବଂ ବିଲ୍ ସଂପର୍କରେ ନିଷ୍ପତ୍ତି ନେବା ପାଇଁ କୌଣସି ସମୟ ସୀମା ଉଦ୍ଦିଷ୍ଟ ନଥିବା ଧାରା ୨୦୧ ଉପରେ ମଧ୍ୟ ସୁପ୍ରିମକୋର୍ଟ ଟିପ୍ପଣୀ ରଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)