Animesh Pradhan
IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର। ୨୦୨୩ ସିଭିଲ୍ ସର୍ଭିସ୍ ପରୀକ୍ଷୀରେ ଦ୍ବିତୀୟ ରାଙ୍କ ପାଇଥିବା ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ସୋସିଆଲ୍ ମିଡିଆ ଏକ୍ସରେ ନିଜେ ଏନେଇ ପୋଷ୍ଟ କରିଛନ୍ତି ଅନିମେଶ। ଭାରତ ସରକାରଙ୍କ କାର୍ମିକ, ସାଧାଣ ଅଭିଯୋଗ ମନ୍ତ୍ରାଣଳୟର ସୂଚନା ଅନୁସାରେ ୨୪ ନଂ ରାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରି, ୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି।
ସେହିପରି ୩୬ ନଂ ରାଙ୍କର ଓଡ଼ିଶାର ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର ମିଳିଛି। ଅପରପକ୍ଷେ ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍ ବକ୍ସି, ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା', ୭୧ନଂ ରାଙ୍କରେ ଥିବା କେରଳର ଫବି ରସିଦ,୧୨୫ନଂ ରାଙ୍କରେ ଥିବା ରାଜସ୍ଥାନର ମୃଣାଳିକା ରାଠୋର, ୨୦୪ନଂ ରାଙ୍କରେ ଥିବା ଦିଲ୍ଲୀର ଶୁଭ୍ରା ପଣ୍ଡା, ୨୩୯ନଂ ରାଙ୍କରେ ଥିବା ୟୁପିର ପୱନ କୁମାର, ୨୫୮ନଂ ରାଙ୍କର ମହାରାଷ୍ଟ୍ରର ବି.ଏସ୍ କଲ୍ୟାଣରାଓଙ୍କୁ ଓଡ଼ିଶା କ୍ୟାଡର ମିଳିଛି।
ଅଧିକ ପଢନ୍ତୁ: କ୍ୟାନସର ସହ ଯୁଝୁଥିଲା କୁନି ପୁଅ; ହସ୍ପିଟାଲ୍ରେ ଆଙ୍ଗୁଳି କାମୁଡି ଖାଇଲା ମୂଷା, ଚାଲିଗଲା ଜୀବନ !
୨୦୨୩ ସିଭିଲ୍ ସର୍ଭିସ୍ ପରୀକ୍ଷୀରେ କମାଲ୍ କରିଥିଲେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ। ସେ ବନିଥିଲେ ଦ୍ୱିତୀୟ IAS ଟପ୍ପର। ବିନା କୋଚିଂରେ ପ୍ରଥମ ପ୍ରୟାସରେ ବଡ଼ ସଫଳତା ପାଇଥିଲେ ଅନିମେଶ ପ୍ରଧାନ। ଘର ତାଙ୍କର ତାଳଚେରରେ। ବୟସ ମାତ୍ର ୨୪ ବର୍ଷ। କୌଣସି କୋଚିଂ ନନେଇ ୟୁପିଏସ୍ସି ପ୍ରଥମ ଆଟେମ୍ପଟରେ ଅଲ୍ ଇଣ୍ଡିଆ ରାଙ୍କ-ଟୁ ହାସଲ କରିଥିଲେ।
୨୦୨୧ ମସିହାରେ ବିଟେକ କଂପ୍ୟୁଟର ସାଇନ୍ସ ପାସ୍ କରିଥିଲେ। ପରେ ସେ ଚାକିରିରେ ଯୋଗଦେଇଥିଲେ। ଚାକିରି କରୁଥିଲେ ମଧ୍ୟ ଆଇଏଏସ୍ଟିଏ ହେବାକୁ ସ୍ୱପ୍ନ ଦେଖୁଥିଲେ। ହେଲେ ଚାକିରି ସହିତ ୟୁପିଏସସି ପ୍ରସ୍ତୁତି ଏତେ ସହଜ ନଥିଲା। ଏଥିପାଇଁ କରିବାକୁ ପଡ଼ିଥିଲା ବହୁ ସଂଘର୍ଷ। ଅନିମେଶଙ୍କ ସିଭିଲ୍ ସର୍ଭିସ୍ ପ୍ରସ୍ତୁତି ବେଳେ ଚାଲିଥିଲା ମାଆଙ୍କ କ୍ୟାନସର ଚିକିତ୍ସା। ଆଉ ଆଜି ଅନିମେଶ ଏତେ ବଡ଼ ସଫଳତା ପାଇଥିବା ବେଳେ, ଏହି ଖୁସି ଖବର ଶୁଣିବା ପାଖରେ ମାଆ ନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734317183.jpg)