Advertisment

Anganwadi centers: ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର; ଯେନତେନ ପ୍ରକାରେ ହେଉଛି ପାଠପଢା

ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ରହିଛି ୨୦୮୩ଟି ଅଙ୍ଗନବାଡି କେନ୍ଦ୍ର। ବିଭାଗୀୟ ତଥ୍ୟ ଅନୁସାରେ, ୫୯୭ଟି ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ। ୩୦୮ଟି କେନ୍ଦ୍ର ଭଡ଼ାଘରେ, ୫୨ଟି ସ୍କୁଲ ଗୃହ ଏବଂ ୨୩୭ଟି ଅଙ୍ଗନବାଡି କେନ୍ଦ୍ର ଗୋଷ୍ଠୀ ଗୃହରେ ପରିଚାଳିତ ହେଉଛି। ଆଉ ଏହାରି ମଧ୍ୟରେ ୧୧୧ଟି ଘର ରହିଛି ବିପଦସଙ୍କୁଳ ସ୍ଥିତିରେ।

Anganwadi Center

Anganwadi Center

Advertisment

ରାୟଗଡା ଜିଲ୍ଲାରେ ସମନ୍ବିତ ଶିଶୁ ବିକାଶ ଯୋଜନାର ବିକଳ ଚିତ୍ର। କେଉଁଠି ଭଙ୍ଗା ଦଦରା ଘରେ, କେଉଁଠି ପିଣ୍ଡାରେ ତ ଆଉ କେଉଁଠି ଅଙ୍ଗନବାଡି କର୍ମୀଙ୍କ ଘରେ ଯେନତେନ ପ୍ରକାରେ ଚାଲିଛି କେନ୍ଦ୍ର। ପୁଣି କେଉଁଠି ମାସମାସ ଧରି ଅଙ୍ଗନବାଡି କର୍ମୀ ଆସୁନଥିବାରୁ କେନ୍ଦ୍ରରେ ଝୁଲୁଛି ତାଲା। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଛି ମାଳ ମାଳ ଅଭିଯୋଗର ଚିଠା।

Advertisment

ରାୟଗଡା ଜିଲ୍ଲା ବାଇସିଂ ପଂଚାୟତର ଦୁମାଗୁଡା ଅଙ୍ଗନବାଡି କେନ୍ଦ୍ର। ଯେଉଁଠି ଗଢାହୁଏ କୁନି କୁନି ପିଲାଙ୍କର ଭବିଷ୍ୟତ। କିନ୍ତୁ ମୂଳଦୁଆ ପଡୁପଡୁ ଭବିଷ୍ୟତ ଠେଲି ହୋଇଯାଇଛି ଅନ୍ଧାରକୁ। ଭଙ୍ଗା, ଦଦରା ଆଜବେଷ୍ଟସ ଛପର ଘରେ ବସି ପାଠ ପଢୁଛନ୍ତି ପିଲାଏ। ଯେଉଁଠି କାନ୍ଥ ଫାଟି ଆଁ କରିଛି, କବାଟ ଝରକା କେବଳ ନାଁକୁ ମାତ୍ର ଲାଖିଛି। ଭିତରେ ପଶୁ ପଶୁ ଚଟାଣର ସିମେଣ୍ଟର ଅବସ୍ଥା ନକହିବା ଭଲ। ଏଭଳି ସ୍ଥିତିରେ କୁନି କୁନି ପିଲାଙ୍କ ଅଙ୍ଗନବାଡି ଶିକ୍ଷାର ମୂଳଦୁଆ ଏଠି ପଡୁଛି।

ସେହିପରି ରାୟଗଡା ପୌରାଂଚଳ ଗୌତମ ନଗର ୧୧ ନଂ ୱାର୍ଡରେ ଥିବା ଅଙ୍ଗନବାଡି କର୍ମୀଙ୍କ ଘରେ ଯେନତେନ ପ୍ରକାରେ ଚାଲିଛି ପାଠପଢା। ସେହିପରି କାଶୀପୁର ବ୍ଲକ କାହ୍ନୁଗୁଡା ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲିଛି।ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସହ ଶିଶୁଙ୍କୁ ମିଳିପାରୁନି ପୁଷ୍ଠିକର ଖାଦ୍ୟ ଓ ଆନୁସଙ୍ଗିକ ସୁବିଧା। ମାସ ମାସ ଧରି ଏଠି ଅଙ୍ଗନବାଡି କର୍ମୀ ଆସୁନଥିବା ଅଭିଯୋଗ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକରେ ଏଇଭଳି ମାଳ ମାଳ ଅଭିଯୋଗର ଚିଠା ସାମ୍ନାକୁ ଆସିଛି।

Advertisment

ଅଧିକ ପଢ଼ନ୍ତୁ: ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ହେବ ଟ୍ରାଇ ସିଟି; ବଢ଼ିବ ସହରର କଳେବର

ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ରହିଛି ୨୦୮୩ଟି ଅଙ୍ଗନବାଡି କେନ୍ଦ୍ର। ବିଭାଗୀୟ ତଥ୍ୟ ଅନୁସାରେ, ୫୯୭ଟି ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ। ୩୦୮ଟି କେନ୍ଦ୍ର ଭଡ଼ାଘରେ, ୫୨ଟି ସ୍କୁଲ ଗୃହ ଏବଂ ୨୩୭ଟି ଅଙ୍ଗନବାଡି କେନ୍ଦ୍ର ଗୋଷ୍ଠୀ ଗୃହରେ ପରିଚାଳିତ ହେଉଛି। ଆଉ ଏହାରି ମଧ୍ୟରେ ୧୧୧ଟି ଘର ରହିଛି ବିପଦସଙ୍କୁଳ ସ୍ଥିତିରେ। ସେଇଭଳି ରାୟଗଡା ପୌରାଂଚଳରେ ଥିବା ୨୭ଟି କେନ୍ଦ୍ର ମଧ୍ୟରୁ ୧୩ଟିର ନିଜସ୍ବ ଘର ନଥିବାବେଳେ ବାକି କେନ୍ଦ୍ର ଗୁଡିକ ଭଡା ଘରେ ନତୁବା ଅଙ୍ଗନବାଡି କର୍ମୀଙ୍କ ଘରେ ଚାଲିଥିବା ସୂଚନା ମିଳିଛି। କେବଳ ଗୃହ ନୁହେଁ, ୬୯ଟି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ପଦବୀ ଖାଲି ପଡିଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରିଥିଲେବି ସେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ସହଦେବ ହତ୍ୟା ଘଟଣା: ସସପେନ୍ସ ନୁହେଁ, ପଦାକୁ ଆସୁଛି ଛାତି ଥରେଇ ଦେଲା ପରି ସତ !

Anganwadi Centre
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ