/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754627375.jpg)
Emergency Negligence
ପୁଣି ପଦାରେ ପଡ଼ିଲା ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥାର ବିକଳ ଚିତ୍ର। ଅଧାବାଟରେ ଅଟକିଲା ଗର୍ଭବତୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ। ପୂର୍ବଭଳି କୌଣସି ଚକା ପଙ୍କଚର୍ କି ଯାନ୍ତ୍ରିକ ତ୍ରୁଟି ନୁହେଁ। ମଦ ପିଇ ନିଶାରେ ଶୋଇପଡ଼ିଲେ ଡ୍ରାଇଭର୍ ବାବୁ। ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଆର୍. ଉଦୟଗିରି ଅଞ୍ଚଳରୁ।
ଅଭିଯୋଗ ଅନୁସାରେ, କାନିକିପଦର୍ ଗାଁର ବିଜୟ ରଇତଙ୍କ ପତ୍ନୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଯିବା ବେଳେ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ ଯୋଗୁଁ ବେପରୁଆ ଗାଡ଼ି ଚଳାଉଥିଲେ ଏବଂ ଅଧାବାଟରେ ଗାଡ଼ି ରୋକିଦେଇ ଶୋଇ ପଡ଼ିଲେ ବୋଲି ଅଭିଯୋଗ କରିଛନ୍ତି ବିଜୟ।
ଏହାପରେ ବାଧ୍ୟ ହୋଇ ସେ ଅନ୍ୟ ଏକ ଗାଡ଼ି ଭଡ଼ା କରି ବିଳମ୍ବିତ ରାତିରେ ପତ୍ନୀଙ୍କୁ ବ୍ରହ୍ମପୁର ଆଣିଥିଲେ। ତେବେ ଏନେଇ ସଂପୃକ୍ତ ଡ୍ରାଇଭର୍ କିମ୍ବା ୧୦୮ ଆମ୍ବୁଲାନ୍ସ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)