Advertisment

Ama Pokhari Yojana Failed: ବାଲେଶ୍ବରରେ ଫେଲ ଆମ ପୋଖରୀ ଜଳାଶୟ ନବୀ କରଣ ଯୋଜନା

ବାଲେଶ୍ବର ସହରରେ ଅଧାପନ୍ତରିଆ ଆମ ପୋଖରୀ ଜଳାଶୟ ନବୀ କରଣ ଯୋଜନା। ପାଖାପାଖି ୨ ବର୍ଷରେ ୬ଟି ପୋଖରୀର ସରିଛି ନବୀକରଣ। ଏବେବି ଆହୁରି ୨୧ଟି ପୋଖରୀ ଅଳିଆ ଆବର୍ଜନାରେ ଭର୍ତ୍ତି। ପୋଖରୀରେ କେଉଁଠି ଦଳ ଭର୍ତ୍ତି

ଅଦ୍ୟତନ ହୋଇଛି
mukta

mukta

Advertisment

ବାଲେଶ୍ବର ସହରରେ ଅଧାପନ୍ତରିଆ ଆମ ପୋଖରୀ ଜଳାଶୟ ନବୀ କରଣ ଯୋଜନା। ପାଖାପାଖି ୨ ବର୍ଷରେ ୬ଟି ପୋଖରୀର ସରିଛି ନବୀକରଣ। ଏବେବି ଆହୁରି ୨୧ଟି ପୋଖରୀ ଅଳିଆ ଆବର୍ଜନାରେ ଭର୍ତ୍ତି। ପୋଖରୀରେ କେଉଁଠି ଦଳ ଭର୍ତ୍ତି, ତ କେଉଁଠି ଗଛଲତାରେ ଭର୍ତ୍ତି। ଅପରିଷ୍କାର ପାଣି, ଗନ୍ଧମୟ ପରିବେଶରେ ସଢ଼ୁଛନ୍ତି ସହରବାସୀ। ଅଧାପନ୍ତରିଆ ସୌନ୍ଦର୍ଯ୍ୟକରଣ ହୋଇଛି ସତ ମାତ୍ର ସବୁ ମରାଯାଇଛି ବୋର୍ଡ।

Advertisment

ଅଧିକ ପଢ଼ନ୍ତୁ: ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି, ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର

କେଉଁଠି ଦଳ ଭର୍ତ୍ତି, କେଉଁଠି ଉଠିଗଲାଣି ଗଛଲତା, ଆଉ କେଉଁଠି ମଇଳା ପାଣି ସୃଷ୍ଟି କରିଛି ପୁତି ଗନ୍ଧମୟ ପରିବେଶ । ପୂର୍ବରୁ ଯେଉଁ ପୋଖରୀ ଲୋକଙ୍କ ଆବଶ୍ୟକତା ପୂର୍ଣ୍ଣ କରୁଥିଲା ଏବେ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ବାଲେଶ୍ବର ସହରର ବିଭିନ୍ନ ପୋଖରୀର ଏ ଦୁରାବସ୍ଥା । ସମୟ ସମୟରେ ସଫେଇ ଓ ମରାମତି ଅଭାବରୁ ଆଉ ବ୍ୟବହାର ଯୋଗ୍ୟ ହୋଇ ରହିନି ସହରର ଅନେକ ପୋଖରୀ । ମଶା, ମାଛି ଭଣଭଣ ପୋଖରୀରେ ସାପ ଭୟ ବି ରହୁଛି । ପୋଖରୀ ନବୀକରଣ ହେଲେ ଭୂତଳ ଜଳ ସ୍ତର କମିବା ସମସ୍ୟା ଦୂର ହୋଇ ପାରନ୍ତା। ଏପରକି ଲୋକଙ୍କ ନିତ୍ୟକର୍ମ କାର୍ଯ୍ୟରେ ଆସିପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକ।

Advertisment

ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ବାଲେଶ୍ବର ପୌରପାଳିକାର ୨୭ଟି ଜଳାଶୟକୁ ନବୀକରଣ କରାଯିବାର ଲକ୍ଷ୍ୟ ଥିଲା । ଉଦ୍ଦେଶ୍ୟ ଥିଲା, ଜଳାଶୟ ଗୁଡ଼ିକର ପଙ୍କ ଓ ଦଳ ଉଦ୍ଧାର କରାଯାଇ ଆବର୍ଜନା ମୁକ୍ତ କରାଯିବ। ପୋଖରୀ ଚାରିପଟେ ଆଲୋକୀକରଣ, ଚଲାପଥ ଓ ଛୋଟ ପିଲାଙ୍କ ପାଇଁ ଖେଳନା ସରଞ୍ଜାମର ବ୍ୟବସ୍ଥା କରାଯିବ। ହେଲେ ସବୁଠି ଅଧାରେ ଅଟକିଛି କାମ। ପୋଖରୀ କୂଳରେ ଶୋଭା ପାଉଛି ଆମ ପୋଖରୀ ଜଳାଶୟ ନବୀକରଣକର ହୋର୍ଡିଂ।

ଯୋଜନାକୁ ୨ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ମାତ୍ର ୬ଟି ଜଳାଶୟର ପୁନରୁଦ୍ଧାର କରାଯାଇ ପାରିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ବାଲେଶ୍ବର ମ୍ୟୁନିସିପାଲିଟିର ଅଧକ୍ଷ କହିଛନ୍ତି, ଯାହା ଅର୍ଥ ଥିଲା ସେଥିରେ ୬ ଗୋଟି ପୋଖରୀର ନବୀକରଣ ସରିଛି ଓ ୪ଟି ପୋଖରୀର ନବୀକରଣ ଚାଲିଛି । ସେହିପରି ୧୦ଟି ପୋଖରୀର ନବୀକରଣ ପାଇଁ ଟେଣ୍ଡର ଡକାଯାଇଛି, ଖୁବ ଶୀଘ୍ର ଅନ୍ୟ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ସରିବ। ତେବେ କେବେ ସରିବ ବାଲେଶ୍ଵର ପୌରାଞ୍ଚଳରେ ଥିବା ପୋଖରୀ ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ, ଆଉ ଲୋକେ ସୁବିଧା ପାଇପାରିବେ ତା ଉପରେ ସମସ୍ତଙ୍କର ନଜର।

Advertisment

ଅଧିକ ପଢ଼ନ୍ତୁ: ବହିଷ୍କାରର କାରଣ ଏଯାଏ ଜାଣି ପାରିନି- ସୌମ୍ୟରଞ୍ଜନ ପଟ୍ଟନାୟକ

Balasore Pond
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ