Advertisment

Subhadra Scheme:ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଟଙ୍କା, ୧ କୋଟି ହିତାଧିକାରୀଙ୍କୁ ତୃତୀୟ କିସ୍ତି

ରାଜ୍ୟର ୧ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଯାଇଛି। ସେମାନଙ୍କ ମଧ୍ୟରୋ କୋରାପୁଟ କୋଟିଆରେ ଆଦୌ ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ଏକାବେଳେ ତିନିଟି କିସ୍ତି ପ୍ରଦାନ କରାଯାଇଛି।

author-image
Manasranjan Mohanty
ଅଦ୍ୟତନ ହୋଇଛି
Subhadra Scheme

Subhadra Scheme

ରାକ୍ଷୀରେ ଆସିଲା ସୁଭଦ୍ରା ଟଙ୍କା। ଜୟପୁରରେ ସ୍ବତନ୍ତ୍ର ଉତ୍ସବରେ ଆଜି ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ୧ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଯାଇଛି। ସେମାନଙ୍କ ମଧ୍ୟରୋ କୋରାପୁଟ କୋଟିଆରେ ଆଦୌ ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ଏକାବେଳେ ତିନିଟି କିସ୍ତି ପ୍ରଦାନ କରାଯାଇଛି।

Advertisment

ଆଜିର ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ପୂର୍ବ ସରକାରଙ୍କ ଟାର୍ଗେଟ୍ କରିବା ସହ ସୁଭଦ୍ରା ଯୋଜନାର ଟଙ୍କା ରାଜ୍ୟର ମହିଳାଙ୍କ ସଶକ୍ତିକରଣ ଲାଗି ଏକ ମହତ ଯୋଜନା। ଯାହାକୁ ସରକାରଙ୍କ ଆନ୍ତରିକତା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ସେହିଭଳି ସରକାର କଥାରେ ନୁହେଁ, କାମରେ କରି ଦେଖାଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ।

ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ (SODC) ହେବାକୁ ଯାଉଛି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ଏନେଇ ଟାସ୍କ ଫୋର୍ସ ଗଠନ ହୋଇଛି । ପୂର୍ବ ସରକାର ଦକ୍ଷିଣ ଓଡ଼ିଶା ବିକାଶକୁ ଗୁରୁତ୍ବ ଦେଉ ନଥିଲେ । ଆମ ସରକାର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରତ୍ନଗର୍ଭା କୋରାପୁଟର ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ୭୬୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦ୍‌ଘାଟନ ହୋଇଛି । ବିଶେଷକରି ୪ଟି ବର୍ଗ- ଗରିବ, ମହିଳା, କୃଷକ, ଯୁବକଙ୍କ ବିକାଶକୁ ଗୁରୁତ୍ବ ଦେଉଛନ୍ତି ସରକାର ।

Advertisment

ଜୟପୁରରେ ସୁଭଦ୍ରା ୩ୟ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ ହୋଇଛି। ଏହି ଅବସରରେ ଜଗତସିଂହପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ମନ୍ତ୍ରୀ ସମ୍ପଦ ସ୍ବାଇଁ, ବିଧାୟକ, ଜିଲ୍ଲାପାଳ ପ୍ରମୁଖ। ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ମହିଳାମାନେ ପାଉଥିବା ଟଙ୍କା କିଭଳି ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିପାରୁଛି, ସେନେଇ ମତ ରଖିଥିଲେ ଅତିଥିଗଣ।

ଏହି ଅବସରରେ ସୁଭଦ୍ରା ପ୍ରଥମ କିସ୍ତି ପାଇଥିବା ଏରସମା ବ୍ଲକର ରଶ୍ମିତା ଦାସ ନିଜ ଅନୁଭୂତି ବାଣ୍ଟିଥିଲେ। ସୁଭଦ୍ରା ଟଙ୍କା ପାଇବା ପରେ କୁକୁଡା ଫାର୍ମ କରିବା ସହ ପରିବା ଚାଷ ଆରମ୍ଭ କରି ସ୍ବାବଲମ୍ବୀ ହେବାସହ ଉପାର୍ଜିତ ଅର୍ଥରେ ପିଲାଙ୍କୁ ଭଲ ପାଠ ପଢାଇବାକୁ ସକ୍ଷମ ହୋଇଥିଲେ ବୋଲି କହିଛନ୍ତି ରଶ୍ମିତା।...

Odisha Government
Advertisment
Related Articles
Advertisment