Advertisment

India Enemy:ସକ୍ରିୟ ହେଉଛନ୍ତି ULFAର କମାଣ୍ଡର

ନିଦ ହଜାଇ ଦେଇଛି ଗୁଇନ୍ଦା ରିପୋର୍ଟ। ସକ୍ରିୟ ହେଉଛନ୍ତି ULFAର କମାଣ୍ଡର। ପରିଚାଳନା କରୁଛନ୍ତି ବାଂଲାଦେଶୀ ସେନା ଅଧିକାରୀ। ISI ଯୋଗାଇଦେଉଛି ଅସ୍ତ୍ରଶସ୍ତ୍ର ଏବଂ ପାଣ୍ଠି।

author-image
Manasranjan Mohanty
India Enemy

India Enemy

ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ଟାର୍ଗେଟରେ ଉତ୍ତର-ପୂର୍ବ ଭାରତ। ଗୁଇନ୍ଦା ସଂସ୍ଥାଗୁଡ଼ିକର ତାଜା ରିପୋର୍ଟ ସୁରକ୍ଷା ବ୍ୟବସ୍ଥାର ନିଦ ହଜାଇ ଦେଇଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବଂ ବାଂଲାଦେଶ ସେନାର କିଛି ଅଧିକାରୀ ଉତ୍ତର-ପୂର୍ବର କୁଖ୍ୟାତ ଆତଙ୍କବାଦୀ ସଂଗଠନ ULFA ର କମାଣ୍ଡରମାନଙ୍କୁ ଆଉଥରେ ସକ୍ରିୟ କରିବାରେ ଲାଗିପଡିଛନ୍ତି।

Advertisment

ଢାକାର ଏକ କୋଠରୀରେ ULFA ମୁଖ୍ୟ ପରେଶ ବରୁଆଙ୍କ ସହିତ ଏକ ଗୁପ୍ତ ବୈଠକ ହୋଇଛି। ଏହି ବୈଠକରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ଗୁଇନ୍ଦା ସଂସ୍ଥା ଅନୁମାନ କରିଛି।

ତେବେ ଏ ସବୁ ମୂଳରେ ରହିଛି ମହମ୍ମଦ ୟୁନୁସଙ୍କ ସରକାର। ବାଂଲାଦେଶରେ ମହମ୍ମଦ ୟୁନୁସ କ୍ଷମତାକୁ ଆସିବା ପରେ, ଆତଙ୍କବାଦୀ ନେଟୱାର୍କକୁ ଏକ ନୂଆ ମୌକା ମିଳିଛି। ପରେଶ ବରୁଆଙ୍କ ସମେତ ଅନେକ ବଡ ବଡ଼ ଆତଙ୍କବାଦୀଙ୍କୁ ଜେଲରୁ ମୁକ୍ତ କରାଯାଇଛି।

Advertisment

ଗୁପ୍ତଚର ରିପୋର୍ଟରୁ ଜଣାପଡିଛି ଯେ ପରେଶ ବରୁଆ ବାଂଲାଦେଶର ବନ୍ଦରବାନ ଅଞ୍ଚଳର କାସାଲଙ୍ଗ ରିଜର୍ଭ ଫରେଷ୍ଟରେ ତିନୋଟି ତାଲିମ ଶିବିର ଠିଆ କରାଇଛି। ଏହି ଅଞ୍ଚଳ ଏତେ ଘଞ୍ଚ ଆଉ ଦୁର୍ଗମ ଯେ ବାହାର ଲୋକେ ଏଠାରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର।

ଏହି ଶିବିରଗୁଡ଼ିକୁ ଆରମ୍ଭ କରିବା ସହିତ ଏହାକୁ ପରିଚାଳନା କରିବାରେ କିଛି ବାଂଲାଦେଶୀ ସେନା ଅଧିକାରୀ ସାମିଲ ଅଛନ୍ତି। ଏହାଛଡା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ମଧ୍ୟ ଅସ୍ତ୍ରଶସ୍ତ୍ର ଏବଂ ପାଣ୍ଠି ଯୋଗାଇଦେଉଛି।

ତେବେ ଏଭଳି ଏକ ସାଂଘାତିକ ରିପୋର୍ଟ ଆସିବା ପରେ, ଭାରତୀୟ ସୁରକ୍ଷା ଏଜେନ୍ସିଗୁଡିକ ସକ୍ରିୟ ହୋଇଉଠିଛନ୍ତି। ସୀମାନ୍ତ ଅଞ୍ଚଳଗୁଡିକରେ ନଜର ବୃଦ୍ଧି କରାଯାଇଛି ଏବଂ ସୁରକ୍ଷା ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି।

India Pakistan’s Intelligence Agency ISI ULFA Claims Assam Blast
Advertisment
Related Articles
Advertisment