Subhadra Yojana: ମିସମ୍ୟାଚ୍ ଯୋଗୁ ଆକାଉଣ୍ଟକୁ ଯାଇପାରୁନି ‘ସୁଭଦ୍ରା’ ଟଙ୍କା, ସିଙ୍ଗଲ୍ ଆକାଉଣ୍ଟ ଦେବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ଅପିଲ

'ସୁଭଦ୍ରା' ଆବେଦନ ବେଳେ ଆପଣ ଦେଇଥିବା ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ଅଛି କି ? ଗୋଟିଏ ମୋବାଇଲ ନମ୍ବରରେ ଅଧିକ ଆକାଉଣ୍ଟ ଲିଙ୍କ୍ ଥିଲେ ଦେଖାଉଛି ମିସ୍ ମ୍ୟାଚ୍ ।

ସୁଭଦ୍ର ପାଇଁ ଦିଅ ସିଙ୍ଗିଲ୍‌ ଆକାଉଣ୍ଟ

ସୁଭଦ୍ରାରେ ଆବେଦନ କରିଥିବା ୫ ଲକ୍ଷ ମହିଳାଙ୍କ ନମ୍ବର ଆଉ ଆକାଉଣ୍ଟ ଦେଖାଉଛି ମିସ୍ ମ୍ୟାଚ୍ । ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ହୋଇଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ସୁଭଦ୍ରା ଯୋଜନାରେ ସେମାନେ ସାମିଲ ହୋଇ ପାରୁନାହାନ୍ତି । ତେଣୁ ସିଙ୍ଗଲ ଆକାଉଣ୍ଟ ନମ୍ବର ଦେବାକୁ ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଅନ୍ୟପଟେ ବାଦ୍ ପଡିଥିବା ୨ ଲକ୍ଷ ୬୭ ହଜାର ଆବେଦନରୁ ନୋଡାଲ୍ ଏଜେନ୍ସି ରିପୋର୍ଟ ଆଧାରରେ ଯୋଗ୍ୟ ହିତାଧିକାରୀ ବାଛିବାକୁ ଆଜି ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଅଧିକ ପଢ଼ନ୍ତୁ: ବଦ୍ରି ଖୋଲିଲେ ବିଜେଡି ନେତାଙ୍କ ଗୁମର; କହିଲେ, ୫ ବର୍ଷ ପୂର୍ବରୁ ସରକାର ଗଠନ ଅବାସ୍ତବ ଚିନ୍ତାଧାରା

'ସୁଭଦ୍ରା' ଆବେଦନ ବେଳେ ଆପଣ ଦେଇଥିବା ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ଅଛି କି ? ଗୋଟିଏ ମୋବାଇଲ ନମ୍ବରରେ ଅଧିକ ଆକାଉଣ୍ଟ ଲିଙ୍କ୍ ଥିଲେ ଦେଖାଉଛି ମିସ୍ ମ୍ୟାଚ୍ । ସେଥିପାଇଁ ବାଦ୍ ପଡିପାରେ ଆପଣଙ୍କ ଆବେଦନ । ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ରହିଛି ଏଭଳି ସମସ୍ୟା । ତା ଭିତରେ ଆପଣଙ୍କ ଆବେଦନ ନାହିଁ ତ ? ଥିଲେ ଶୀଘ୍ର ଯାଞ୍ଚ କରନ୍ତୁ ଏବଂ ସିଙ୍ଗଲ ଆକାଉଣ୍ଟ ଦିଅନ୍ତୁ । ଦେଲେ ମିଳିବ ସୁଭଦ୍ରା ଟଙ୍କା । ଆଜି ପୁଣିଥରେ ସିଙ୍ଗଲ ଆକାଉଣ୍ଟ ନମ୍ବର ଦେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଅନ୍ୟପଟେ ବାଦ୍ ପଡିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ବିଚାର ପାଇଁ ବି ଆଜି ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ଆବେଦନଗୁଡିକୁ ଯାଞ୍ଚ ପାଇଁ ବିଡିଓମାନଙ୍କୁ ଦିଆଯାଇଥିଲା ନୋଡାଲ ଏଜେନ୍ସି ଦାୟିତ୍ୱ । କାହାର ଅଧିକ ଜମି ଥିବାରୁ କଟିଥିଲା ତ କେଉଁଠି ଅଙ୍ଗନୱାଡି ଏବଂ ଅନ୍ୟ ସହାୟିକା ଚାକିରିକୁ ସରକାରୀ ଚାକିରି ଦର୍ଶାଇ ବାଦ୍ ଦିଆଯାଇଥିଲା । ନୋଡାଲ ଏଜେନ୍ସି ଦେଇଥିବା ରିପୋର୍ଟ ଆଧାରରେ ବାଦ୍ ପଡିଥିବା ଆବେଦନରୁ ଯୋଗ୍ୟ ବାଛି ସାମିଲ କରାଯିବ ।

ଅଧିକ ପଢ଼ନ୍ତୁ: ଚିନ୍ତା ବଢ଼ାଇଛି ଜଟଣୀ ନିଆଁ, କାହିଁକି ଘଟୁଛି ବାରମ୍ବାର ଅଗ୍ନିକାଣ୍ଡ

ଅନ୍ୟପଟେ ଆସନ୍ତା ୨୪ ତାରିଖ, ରବିବାର ଦିନ ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ବଡ଼ କଥା ହେଉଛି ବାଦ୍ ପଡିଥିବା ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯିବ । ସମସ୍ତଙ୍କର ଆବେଦନ ଯାଞ୍ଚ କରି ତାଙ୍କ ନାଁ ଚଢି ସାରିଛି । ଏପଟେ ଆବେଦନକାରୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏବେ ସୁଦ୍ଧା କୋଟିଏ ୧୬ ହଜାର ଆବେଦନ ଆସିଲାଣି । ଡିସେମ୍ବରରେ ଆଉ ୨୦ ଲକ୍ଷ ଆବେଦନକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ୨୦୨୪ ସୁଦ୍ଧା କୋଟିଏ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ସହାୟତା । ଜାନୁଆରୀ ଏବଂ ଫେବୃଆରୀରେ ଆବେଦନ କଲେ ନୂଆ ହିତାଧିକାରୀଙ୍କୁ ମାର୍ଚ୍ଚ ୮ରେ ଏକା ବେଳେ ଦୁଇଟି ପର୍ଯ୍ୟାୟ ଟଙ୍କା ମିଳିବ । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ପରେ ଖୁସି ବ୍ୟକ୍ତ କରିଛନ୍ତି ବାଦ୍ ପଡିଥିବା ଅଙ୍ଗନୱାଡି କର୍ମୀ । ଦୁଇଟି ପର୍ଯ୍ୟାୟରେ ଏବେ ଯାଏଁ ୬୦ ଲକ୍ଷ ୨୭ ହଜାର ମହିଳା ସୁଭଦ୍ରା ଟଙ୍କା ପାଇସାରିଲେଣି ।