Advertisment

ଅଙ୍ଗଦାନ କରି ଅମର; ମୃତ୍ୟୁ ପରେ ବି ଅନ୍ୟ ଶରୀରରେ ବଞ୍ଚି ରହିବେ ନରେଶ

ମୃତ୍ୟୁ ପରେ ବି ଅମର। ବ୍ରେନ୍ ଷ୍ଟ୍ରୋକରେ ମୃତ ପୁଅର ଅଙ୍ଗଦାନ କଲେ ପରିବାର ଲୋକେ। ୩୧ ବର୍ଷୀୟ ପୁଅର ମୃତ୍ୟୁ ପରେ ଚକ୍ଷୁ, ହୃତପିଣ୍ଡ ଓ ଯକୃତ ଦାନ କଲେ।

author-image
Sonali Ojha
Organ Donation

Organ Donation

ମୃତ୍ୟୁ ପରେ ବି ଅମର। ବ୍ରେନ୍ ଷ୍ଟ୍ରୋକରେ ମୃତ ପୁଅର ଅଙ୍ଗଦାନ କଲେ ପରିବାର ଲୋକେ। ୩୧ ବର୍ଷୀୟ ପୁଅର ମୃତ୍ୟୁ ପରେ ଚକ୍ଷୁ, ହୃତପିଣ୍ଡ ଓ ଯକୃତ ଦାନ କଲେ। ପାରଳାଖେମୁଣ୍ଡି ତେଲିଗୌଡ଼ ସାହିର ଏହି ଘଟଣାକୁ ନେଇ ପୂରା ଗଜପତି ଜିଲ୍ଲାରେ ଚର୍ଚ୍ଚା ହେଉଛି। ମୃତକ ହେଲେ ନାଗରାଜ ପଟ୍ଟନାୟକଙ୍କ ଏକମାତ୍ର ପୁଅ ନରେଶ ପଟ୍ଟନାୟକ।

Advertisment

କିଛି ମାସ ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନରେଶ ଆଖି ବୁଜିଦେଲେ। ନରେଶଙ୍କ ଜୀବନ ବଞ୍ଚାଇ ପାରି ନଥିବା ମାଆ ଓ ଭଉଣୀ ତାଙ୍କୁ କିଭଳି ସବୁଦିନ ଅମର କରି ରଖିବେ ସେଥିପାଇଁ ଅଙ୍ଗଦାନ ନିଷ୍ପତ୍ତି ନେଇଥିଲେ। ତାଙ୍କର ଚକ୍ଷୁ, ହୃତପିଣ୍ଡ ଓ ଯକୃତ ଦାନ କରିଥିଲେ ପରିବାର ଲୋକ।

ନରେଶଙ୍କ ଆକୋଳ ବିୟୋଗରେ ପାରଳାଖେମୁଣ୍ଡିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କିନ୍ତୁ ତାଙ୍କ ମହତ କାର୍ଯ୍ୟ ପାଇଁ ଶବାଧାରରେ ସାମିଲ ହୋଇଥିଲେ ଶହ ଶହ ଲୋକ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଗଜପତି ପୋଲିସ ପକ୍ଷରୁ ଗାର୍ଡ ଫନ୍ ଅନର ଦିଆଯାଇଥିଲା। ସେହପରି ଆନ୍ଧ୍ର ପୋଲିସ ପକ୍ଷରୁ ବିଶାଧାପାଟଣାରେ ଦିଆଯାଇଥିଲା ଗାର୍ଡ ଅଫ ଅନର୍। ପରୋପକାରୀ ଓ ଖୁସି ମିଜାରର ଥିଲେ ନରେଶ। ତାଙ୍କର ଏହିଗୁଣକୁ ଆଜି ସମସ୍ତେ ଝୁରୁଛନ୍ତି।

Advertisment

Organ Donation
Advertisment
Advertisment