Potato Price Hike: କମିବ ଆଳୁ ଦର ! ଆଜି ଓଡ଼ିଶାରେ ପହଞ୍ଚିବ ୟୁପି ଆଳୁ

ଆଜିଠୁ ରାଜ୍ୟରେ କମିବ କି ଆଳୁ ଟେନସନ୍ ? ଉତ୍ତରପ୍ରଦେଶରୁ ଆସୁଥିବା ୩୦୦ ଟ୍ରକ୍ ଆଳୁ ଆଜି ଓଡ଼ିଶାରେ ପହଞ୍ଚିବ । ଗତକାଲି ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ ।

ଆଜି ପହଞ୍ଚିବ ୟୁପି ଆଳୁ

ବଜାରରେ ପୁଣି ଆଳୁ ଅମୂଲ ମୂଲ ହୋଇଛି । ଯୋଉଠି ପଚାରିବେ, ଯେମିତି ମାଗିବେ ସବୁଠି ୪୦ ଉପରେ । ଗୋଦାମରେ ବି ଆଉ ଷ୍ଟକ୍ ନାହିଁ । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଆଳୁ ଦର ୪୦ରୁ ଅଧିକ ରହିଛି । ଘରର ସବୁଠୁ ଅଧିକ ଓ ଅତ୍ୟାବଶକ ଆଳୁର ଦର ଏତେ ଅଧିକା ଦେଖି ଲୋକେ ବି ଛାନିଆ । କେତେ ନେବେ ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ଆଳୁ ବିନା ରୋଷେଇ ଘର ଖାଲି ଖାଲି ଲାଗୁଥିବା ବେଳେ ବଢ଼ୁଥିବା ଦର ଲୋକଙ୍କ ପକେଟ୍ କୁ ସିଧା ମାଡ଼ କରିଛି ।

ମାତ୍ର ୩ ମାସ ନଯାଉଣୁ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବାହାରିଛି ପୁରୁଣା ରୋଗ। ଓଡ଼ିଶାକୁ ଆଳୁ ଗାଡ଼ି ପ୍ରବେଶ ଉପରେ ଲଗାଇଛନ୍ତି କଟକଣା। ଏପଟେ ଯୋଗାଣ ମନ୍ତ୍ରୀ କହିଲେଣି-ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ୟୁପିରୁ ଆଳୁ ଆସିବା ଆରମ୍ଭ ହୋଇଛି। ପଞ୍ଜାବ ସରକାରଙ୍କ ସହ ବି ଯୋଗାଯୋଗ ଚାଲିଛି ବୋଲି ଯୋଗଣା ମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି, କମିପାରେ E-ଚାଲାଣ ରାଶି

ଏସବୁ ଭିତରେ ଆଜିଠୁ ରାଜ୍ୟରେ କମିବ କି ଆଳୁ ଟେନସନ୍ ? ଉତ୍ତରପ୍ରଦେଶରୁ ଆସୁଥିବା ୩୦୦ ଟ୍ରକ୍ ଆଳୁ ଆଜି ଓଡ଼ିଶାରେ ପହଞ୍ଚିବ । ଗତକାଲି ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ । ଉତ୍ତରପ୍ରଦେଶରୁ ୩ ଶହ ଟ୍ରକ୍ ଆଳୁ ପହଞ୍ଚିଲେ ରାଜ୍ୟରେ ଆଉ ଆଳୁ ସଂକଟ ରହିବନି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସେହିପରି ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇ ଯୋଗାଣ ମନ୍ତ୍ରୀ କହିଛନ୍ତି, ଚଢ଼ା ଦରରେ ଆଳୁ ବିକ୍ରି କଲେ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ସେପଟେ ମଙ୍ଗଳବାରଠୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ଡାକରା ଉପରେ ଯୋଗାଣ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ତାଙ୍କର ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ । କିନ୍ତୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉନଥିବାରୁ ବ୍ୟବସାୟୀ କ୍ଷତି ସହିବେ । ସେଥିପାଇଁ ପଶ୍ଚିମବଙ୍ଗର ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପଶ୍ଚିମବଙ୍ଗ ବ୍ୟବସାୟୀ ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଚାହୁଁଛନ୍ତି । କିନ୍ତୁ ସେଠାକାର ସରକାର ଅନୁମତି ଦେଉନଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ପୁଅ ଦେଲାନି ଟଙ୍କା, ବାପା ବନିଗଲା ଜହ୍ଲାଦ ! ଚାଲିଗଲା ବୋହୂର ଜୀବନ