/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715170798.jpg)
Gold Seized
ଭୁବନେଶ୍ୱର ବିମାନବନ୍ଦରରୁ ୩ କେଜିରୁ ଅଧିକ ସୁନା ଜବତ। ୩.୭୭ କେଜି ସୁନା ଜବତ କଲା କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨ କୋଟି ୭୯ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ଦୁବାଇରୁ ଭୁବନେଶ୍ୱର ଆସୁଥିବା ୪ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରାଯାଇଛି । ଏଥିସହ ସୁନା ସହ ଧରାପଡ଼ିଥିବା ୪ ଯାତ୍ରୀଙ୍କୁ କଷ୍ଟମ ଆକ୍?ଟ ୧୯୬୨ ଆଧାରରେ ଗିରଫ କରି ଅଧିକ ତଦନ୍ତ ଜାରି ରହିଛି।
ତେବେ ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ ଅଧିକାରୀମାନେ ଦୁବାଇରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିଥିବା ୪ ଜଣ ଯାତ୍ରୀଙ୍କୁ ପ୍ରଥମେ ଚିହ୍ନଟ କରିଥିଲେ । ସେମାନେ ଗତ ୬ ତାରିଖରେ ଭୁବନେଶ୍ୱର ଆସିଥିଲେ। ବିମାନବନ୍ଦରରେ ସେମାନଙ୍କୁ ଅଟକ ରଖି ପଚରା ଉଚରା କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ଏହି ୪ ଜଣ ତରଳ ସୁନାର ଚୋରା ଚାଲାଣ ପାଇଁ ଉଦ୍ୟମ କରୁଥିଲେ। ଏହି ସୁନାକୁ ସେମାନେ କ୍ୟାପସୁଲ ମାଧ୍ୟମରେ ଦୁବାଇରୁ ଆଣିଥିଲେ। ତଦନ୍ତ ବେଳେ ୧୨ଟି କ୍ୟାପସୁଲରେ ଥିବା ତରଳ ସୁନାକୁ ଜବତ କରାଯାଇଛି। କ୍ୟାପସୁଲ ମଧ୍ୟରୁ ମୋଟ ୩.୭୭ କେଜିର ସୁନା ମିଳିଛି। ଏହାର ବଜାର ମୂଲ୍ୟ ୨.୭୯ କୋଟି ହେବ।
ଅଧିକ ପଢ଼ନ୍ତୁ: ନିର୍ବାଚନ ବେଳେ ଚାଲିଛି ଟଙ୍କା ବୁହା, ଜବତ ହେଲା ୮ ଲକ୍ଷ
ତେବେ ଏହା ପ୍ରଥମ ଥର ନୁହେଁ ଯେ ଭୁବନେଶ୍ୱର ବିମାନ ବନ୍ଦରରୁ ଏତେ ପରିମାଣର ସୁନା ଜବତ ହୋଇଛି । ଏହାପୂର୍ବରୁ ମଧ୍ୟ ବିମାନ ବନ୍ଦରରୁ ବେଆଇନ ସୁନା ଜବତ ହୋଇଛି ।
ତେବେ କିଛିଦିନ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ପୁଳାପୁଳା ଟଙ୍କା ଜବତ ହୋଇଥିଲା । ନିର୍ବାଚନ ସମୟରେ ଜବତ ୭୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ଏହି ଟଙ୍କା ଜବତ କରାଯାଇଥିଲା । ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ଏତେ ପରିମାଣର ଟଙ୍କା ଥିବା ଜଣାପଡିଥିଲା। ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ଟଙ୍କାଙ୍କୁ ଜବତ କରିଥିଲା ଆୟକର ବିଭାଗ।
ସୂଚନା ଅନୁସାରେ, ଦୁଇଜଣ ବ୍ୟକ୍ତି ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇଥିଲେ। ଜଣେ ବ୍ୟକ୍ତି ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ। ସାଙ୍ଗରେ ଥିବା ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା ଟଙ୍କା । ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଥିଲା । ଏହାପରେ ଟଙ୍କା ଭର୍ତ୍ତି ବ୍ୟାଗକୁ ଜବତ କରିଥିଲା ପୋଲିସ।
କେଉଁଠୁ ଓ କ’ଣ ପାଇଁ ଏତେ ଟଙ୍କା ଆସିଥିଲା ତାର ତଦନ୍ତ କରୁଛି ଆୟକର ବିଭାଗ । ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କାକୁ ସିଜ୍ କରି ଅଧିକ ତଦନ୍ତ କରୁଛି ଆୟକର ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)