• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିରଙ୍କ PSଙ୍କ ଘରୋଇ ସହାୟକ ଘରୁ ମିଳିଲା ମୋଟ ୩୫ କୋଟି ୨୩ ଲକ୍ଷ ଟଙ୍କା । ଷ୍ଟିଲ ଟ୍ରଙ୍କରେ ଭର୍ତ୍ତିକରି କଡ଼ା ସୁରକ୍ଷା ବଳୟରେ ନେଲା ଇଡି । କଂଗ୍ରେସ ନେତା ତଥା ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗିର ଆଲମଙ୍କ ପର୍ସନାଲ ସେକ୍ରେଟାରୀ ସଚିବ ସଂଜୀବ ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗିର ଘରେ ନୋଟର ପାହାଡ଼ ଦେଖି ତାଜୁବ ହୋଇଯାଇଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ।

୧୨ ଘଣ୍ଟାରୁ ଅଧିକ ସମୟ ଧରି ୬ଟି ଟଙ୍କା ଗଣା ମେସିନରେ ଗତକାଲି ବିଳମ୍ବିତ ରାତି ଯାଏଁ ଜବତ ନୋଟ୍ ହିସାବ ଚାଲିଥିଲା । ଏହାପରେ ସେଠାରେ ମୋଟ ୩୫ କୋଟି ୨୩ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି । ଏହି ଟଙ୍କାକୁ ଷ୍ଟିଲ ଟ୍ରଙ୍କରେ ରଖି ଗତରାତିରେ ହିଁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି ଇଡି ଅଧିକାରୀ ।

ଅଧିକ ପଢ଼ନ୍ତୁ: ଚାଲିଥିଲା ପୋଲିସ ଚେକିଂ; କାର୍‌ ଭିତରୁ ମିଳିଲା ନଗଦ ୫ଲକ୍ଷ

ରାଞ୍ଚିର ଆହୁରି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ନିର୍ବାଚନ ବେଳେ କେଉଁଠୁ ପୁଳା ପୁଳା ନୋଟ୍ ଆସିଲା, ତାର ରହସ୍ୟ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତବର୍ଷ ଫେବ୍ରୁୟାରୀରେ ଆଲମଗିରଙ୍କ ବିଭାଗ ତଥା ଗ୍ରାମ୍ୟ ଉନ୍ନୟନ ଚିଫ୍ ଇଂଜିନିୟର ବୀରେନ୍ଦ୍ର ରାମଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଥିଲା ଇଡି ।

କେତେକ ଯୋଜନାର ପ୍ରଣୟନ ବେଳେ ଆର୍ଥିକ ଅନିୟମିତତା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାର ଖୋଳତାଡ଼ କରୁ କରୁ କୌଣସି ସୂତ୍ରରୁ ସୁରାଗ୍ ପାଇ ଗତକାଲି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘର ସମେତ ରାଞ୍ଚିର ୬ଟି ସ୍ଥାନରେ ରେଡ୍ ହୋଇଥିଲା ।

୨୦୧୯ରେ ବିରେନ୍ଦ୍ର କେ ରାମଙ୍କ ନିକଟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ଉଦ୍ଧାର କରାଯାଇଥିଲା । ପରେ, ମନି ଲଣ୍ଡରିଂ (PMLA) ଅଧିନିୟମ ଅନୁଯାୟୀ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହି ମାମଲା ଦାୟର କରିଥିଲା । ସେପଟେ, ଆଲାମଗିରଙ୍କୁ ତୁରନ୍ତ ଗିରଫ କରିବା ସହ ଏହାର ତଦନ୍ତ କରିବାକୁ ବିଜେପି ଦାବି କରିଛି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କଂଗ୍ରେସ ସାଂସଦଙ୍କ ଘର ଏବଂ କାର୍ଯ୍ୟାଳୟରୁ ୩୦୦ କୋଟି ଟଙ୍କା ନଗଦ ଉଦ୍ଧାର କରାଯାଇଥିଲା । ବାସଭବନରୁ ୧୦ କୋଟିରୁ ଅଧିକ ଟଙ୍କା ଉଦ୍ଧାର କରାଯାଇଥିଲା । ସେହିପରି ବର୍ତ୍ତମାନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୁ ୨୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି । ଏହି ଟଙ୍କା କେଉଁଠୁ କ’ଣ ପାଇଁ ଆସିଛି, ତା’ ଉପରେ ତଦନ୍ତ କରାଯାଉ ବୋଲି କହିଛି ଇଡି ।