/odishatv-khabar/media/post_attachments/uploadimage/library/16_9/16_9_0/home_guard_1744707747.jpg)
home guard
ରାଜ୍ୟରେ ୨୫୦୦ ହୋମଗାର୍ଡ ପଦବୀ ପୂରଣ କରାଯିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଖୁବ ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି। ପୂର୍ବରୁ ରାଜ୍ୟରେ ଗୃହରକ୍ଷୀଙ୍କ ସଂଖ୍ୟା ୧୭,୬୭୫ ରହିଥିଲା। ବର୍ତ୍ତମାନ ଏହା ବୃଦ୍ଧି ପାଇ ୨୦ ହଜାର ୧୭୫ରେ ପହଞ୍ଚିବ।
ମଙ୍ଗଳବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ଏହି ସୁଧମୁକ୍ତ ୠଣ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିଥିଲେ। ଆଜି ଏହାକୁ ୨୦୨୫-୨୬ ଆର୍ଥିକ ବର୍ଷ ଓ ପରବର୍ତ୍ତୀ ବର୍ଷ ଗୁଡିକ ପାଇଁ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ଏହା ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ନେଇପାରିବେ। ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମହିଳା ଭାଗିଦାରୀ ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅର୍ଥନୀତି ସୁଦୃଢ ହେବ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)