Advertisment

BJP Leader Murdered : କାରକୁ ୩ ଥର ଧକ୍କା ଦେଲା ହାଇୱା, ୨ ବିଜେପି ନେତା ମୃତ

ଏହା ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ତାକୁ ନେଇ ସସପେନ୍ସ ଲାଗି ରହିଛି। ହତ୍ୟା ଅଭିଯୋଗ ଆଣିଛନ୍ତି ବିଜେପି ନେତା ତଥା ଆହତ ବିଜେପି କର୍ମୀ। ମୃତ ବିଜେପି ନେତାଙ୍କ ପରିବାର ପକ୍ଷରୁ ମଧ୍ୟ ହତ୍ୟା ଅଭିଯୋଗ କରାଯାଇଛି ।  ହାଇୱାଟି ସେମାନଙ୍କୁ ତିନି ତିନି ଥର ଧକ୍କା ଦେଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବିଜେପି କର୍ମୀ କହିଛନ୍ତି।

ଅଦ୍ୟତନ ହୋଇଛି
Murder Allegation

ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ

Advertisment

ବରଗଡ଼ରେ ଦୁର୍ଘଟଣାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁକୁ ନେଇ ବଢିଛି ସସପେନ୍ସ। ପ୍ରାରମ୍ଭରୁ ଦୁର୍ଘଟଣା ଭଳି ମନେ ହେଉଥ‍ବା ବେଳେ ବର୍ତ୍ତମାନ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ ବଢୁଛି ।  ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଏହା ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ତାକୁ ନେଇ ସସପେନ୍ସ ଲାଗି ରହିଛି। ହତ୍ୟା ଅଭିଯୋଗ ଆଣିଛନ୍ତି ବିଜେପି ନେତା ତଥା ଆହତ ବିଜେପି କର୍ମୀ। ମୃତ ବିଜେପି ନେତାଙ୍କ ପରିବାର ପକ୍ଷରୁ ମଧ୍ୟ ହତ୍ୟା ଅଭିଯୋଗ କରାଯାଇଛି ।  ହାଇୱାଟି ସେମାନଙ୍କୁ ତିନି ତିନି ଥର ଧକ୍କା ଦେଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବିଜେପି କର୍ମୀ କହିଛନ୍ତି।

Advertisment

ଶନିବାର ବିଳମ୍ବିତ ରାତିରେ ବରଗଡ଼ ଜାତୀୟ ରାଜପଥ ୫୩ର କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଛି।

କାରରେ ଘରକୁ ଫେରୁଥିବା ବେଳେ ହାଇୱା ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ କାରରେ ଥିବା ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେବେନ୍ଦ୍ରଙ୍କ ଘର କରଡୋଲା ଗାଁରେ। ଏକ କାର ଯୋଗେ ଘରକୁ ଫେରୁଥିବା ବେଳେ, ଏକ ହାଇୱା ସେମାନଙ୍କ କାରକୁ ଧକ୍କା ଦେଇଥିଲା। କାରରେ ଡ୍ରାଇଭରଙ୍କ ସମେତ ମୋଟ ୬ ଜଣ ଥିଲେ। ଭୁବନେଶ୍ବରରୁ କାରରେ ଫେରିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି। ବୁର୍ଲା ପୋଲିସ ଦୁର୍ଘଟଣା ଘଟାଇଥିବା ହାଇୱା ଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଘଟଣାର ଛାନଭିନ୍ ଚଳାଇଛି।

Advertisment

ଅଧିକ ପଢ଼ନ୍ତୁ: ଦୁର୍ନୀତିକୁ ପଦାକୁ ଆଣିଲେ ସାମ୍ବାଦିକ; ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡ଼ି ଦେଲେ କଣ୍ଟ୍ରାକ୍ଟର...

ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ କର୍ମୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି। ଉଭୟ କର୍ମୀଙ୍କ ବିୟୋଗ ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ଆମ ଦଳ ପାଇଁ ମଧ୍ୟ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଓ ମା’ ସମଲେଶ୍ୱରୀ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଏକ୍ସରେ ଲେଖିଛନ୍ତି ଧର୍ମେନ୍ଦ୍ର।

Advertisment

ଅଧିକ ପଢ଼ନ୍ତୁ: ଫାଇନାନ୍ସ ସଂସ୍ଥାରୁ ସୁନା ଚୋରି; ଚିନ୍ତାରେ ଗ୍ରାହକ, ମିଳିବ ତ ବନ୍ଧକ ସୁନା ?

Murder BJP Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ