Advertisment

Khandagiri Jatra: ଅଶ୍ଳୀଳ ନୃତ୍ୟକୁ ନା...ନିୟମ ନମାନିଲେ ଖାଇବେ ପାହାର, ମା’ ବାରଭୁଜାଙ୍କ ପାଖରେ ପୂଜା ହେଲା ୧୦୦ ଠେଙ୍ଗା

ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନେଇ ଯେଉଁମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସଠିକ ଜବାବ ଦିଆଯିବ। ଏଥିପାଇଁ ଆଜି ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକଙ୍କ ନେତୃତ୍ବରେ ଶହେ ଠେଙ୍ଗା ପୂଜା କରାଯାଇଛି ।

ଅଦ୍ୟତନ ହୋଇଛି
undefined

ଅଶ୍ଳୀଳ ନୃତ୍ୟକୁ ଠେଙ୍ଗା ପାହାର !

Advertisment

ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଖଣ୍ଡଗିରିରେ ସାଧୁସନ୍ଥ ମଧ୍ୟ ପହଞ୍ଚୁଥିବା ଦେଖିବାକୁ ମିଳିଲାଣି । ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ସାଧୁ ଲାଗିଛନ୍ତି । ସେପଟେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ ଦ୍ବିଅର୍ଥ ବୋଧକ କମେଡିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ ।

Advertisment

ଅଧିକ ପଢ଼ନ୍ତୁ: ଅନଲାଇନ କାରବାରର ଟେର୍ ମିଳୁନି....ପୋଲିସ୍‌କୁ ଚକ୍‌ମା ଦେଇ କେମିତି ଖସିଯାଉଛି ସଟ୍ଟାଡନ୍ ?

ଅଶ୍ଳୀଳ ପ୍ରଦର୍ଶନ ନେଇ ଯେଉଁମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସଠିକ ଜବାବ ଦିଆଯିବ। ଏଥିପାଇଁ ଆଜି ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକଙ୍କ ନେତୃତ୍ବରେ ଶହେ ଠେଙ୍ଗା ପୂଜା କରାଯାଇଛି । କେବଳ ଖଣ୍ଡଗିରି ନୁହେଁ ସାରା ଓଡ଼ିଶାରେ ଯୁବକ ଯୁବତୀଙ୍କ ନେତୃତ୍ୱରେ ଏଭଳି ପଦକ୍ଷେପ ନିଆଯିବ । ଅଶ୍ଲୀଳ ପ୍ରଦର୍ଶନକାରୀଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ । ସେମାନଙ୍କ ସମେତ ଅନ୍ୟ ଯେଉଁମାନେ ଏଭଳି ଚେଷ୍ଟା କରିବେ ସଠିକ ଉତ୍ତର ପାଇବେ ବୋଲି କହିଛନ୍ତି ବିଧାୟକ ବାବୁ ସିଂ ।

Advertisment

ସେପଟେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିଶନର ଚେତାବନୀ ଦେଇଛନ୍ତି । ପରମ୍ପରା ଓ ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶଣ ପାଇଁ ସେ କହିଛନ୍ତି । ସବୁ ଯାତ୍ରା କମିଟି ଏନେଇ ଅବଗତ ରହିଛନ୍ତି । ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ହବ ବୋଲି ବିଏମସି କମିଶନର କହିଛନ୍ତି । ଏହା ସହ ଖଣ୍ଡଗିରିରେ ପରିମଳ ବ୍ୟବସ୍ଥା, ସ୍ଥାୟୀ ଆଲୋକୀକରଣ, ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପଞ୍ଚକୁଣ୍ଡର ଖୁବଶୀଘ୍ର ପୁନରୁଦ୍ଧାର ହେବ ବୋଲି ମଧ୍ୟ ସେ କହିଛନ୍ତି । ୧୦୦ ମିଟରରେ ଜଣେ ଲେଖାଏଁ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ । ପରିବେଶ ସଫା ସୁତରା ରଖିବାକୁ ଜନସାଧାରଣଙ୍କୁ ବିଏମସି କମିଶନର ଅନୁରୋଧ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ସୁଟ୍ ବୁଟ୍ ପିନ୍ଧି ବରଯାତ୍ରୀ ବେଶରେ ଆସିଲେ, ଭୋଜି ଖାଇ ୧୦ ଲକ୍ଷର ସୁନା ଗହଣା ଲୁଟିନେଲେ

Bhubaneswar Khandagiri Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ