Advertisment

Yamuna River: ବର୍ଷାରେ ଭାସୁଛି ଦିଲ୍ଲୀ, ଦିନରେ ରାତିର ଭ୍ରମ...ଆସୁଛି ହଥନୀକୁଣ୍ଡ ବ୍ୟାରେଜରୁ ପାଣି

ଯମୁନା ନଦୀ ଜଳସ୍ତର ପୁରୁଣା ରେଲୱେ ପୋଲ ଉପରେ ୨୦୫.୫୨ମିଟର ଯାଏ ପହଞ୍ଚିଛି । ଯାହା ୨୦୫.୩୩ ମିଟର ବିପଦସଙ୍କେତକୁ ପାର କରିଛି । ହଥନୀକୁଣ୍ଡ ବ୍ୟାରେଜରୁ ଲଗାତାର ପାଣି ଛଡ଼ାଯାଉଛି । ହଥନୀକୁଣ୍ଡ ବ୍ୟାରେଜରୁ ୩୨୯୩୧୩ କ୍ୟୁସେକ ପାଣି ଛଡ଼ାଯାଇଛି ।

author-image
Manasranjan Mohanty
ଅଦ୍ୟତନ ହୋଇଛି
delhi rain

delhi rain

ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆଗକୁ ବି ବର୍ଷା ଜାରି ରହିବ ବୋଲି ଆଇଏମଡି ଚେତାବନୀ ଦେଇଛି । ପ୍ରବଳ ବର୍ଷା ଯୋଗୁଁ ଦିନ ବି ରାତି ଭଳି ଦେଖାଯାଇଥିଲା । ରାସ୍ତାଘାଟରେ ପାଣି ଜମି ରହିଛି ‍‍ । ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ସେପଟେ ହରିୟାଣାର ହଥନୀକୁଣ୍ଡ ବ୍ୟାରେଜରୁ ପାଣି ଛଡ଼ାଯାଇଛି । ଫଳରେ ଯମୁନା ନଦୀର ଜଳସ୍ତର ବଢ଼ିଛି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଦିଲ୍ଲୀରେ ଯମୁନା ନଦୀରେ ଜଳସ୍ତର ସମୟ ସହିତ ବଢ଼ିବାରେ ଲାଗିଛି । ଯମୁନା ଘାଟର କାଲିନ୍ଦିକୁଞ୍ଜରେ ଉପସ୍ଥିତ ଲୋକମାନେ କହିଛନ୍ତି ଶନିବାର ଠାରୁ ନଦୀର ଜଳସ୍ତର ବଢୁଛି ।

Advertisment

ଯମୁନା ନଦୀ ଜଳସ୍ତର ପୁରୁଣା ରେଲୱେ ପୋଲ ଉପରେ ୨୦୫.୫୨ମିଟର ଯାଏ ପହଞ୍ଚିଛି । ଯାହା ୨୦୫.୩୩ ମିଟର ବିପଦସଙ୍କେତକୁ ପାର କରିଛି । ହଥନୀକୁଣ୍ଡ ବ୍ୟାରେଜରୁ ଲଗାତାର ପାଣି ଛଡ଼ାଯାଉଛି । ହଥନୀକୁଣ୍ଡ ବ୍ୟାରେଜରୁ ୩୨୯୩୧୩ କ୍ୟୁସେକ ପାଣି ଛଡ଼ାଯାଇଛି । ସୋମବାର ସକାଳ ୭ଟାରେ ହଥନୀକୁଣ୍ଡ ବ୍ୟାରେଜରୁ ୨୭୨୦୦୦ କ୍ୟୁସେକ ପାଣି ଛଡ଼ାଯାଇଛି । ଏହାପରେ ସକାଳ ୮ଟାରେ ୩୧୧୦୩୨ କ୍ୟୁସେକ ପାଣି ଛଡ଼ାଯାଇଛି । ଦିନ ୯ଟାରେ ୩୨୯୩୧୯ କ୍ୟୁସେକ ପାଣି ଛଡ଼ାଯାଇଛି । ଯାହା କାଲି ସୁଦ୍ଧା ଦିଲ୍ଲୀରେ ପହଞ୍ଚିଯିବ ।

୨୦୨୩ ଜୁଲାଇ ୧୧ରେ ହଥନୀକୁଣ୍ଡ ବ୍ୟାରେଜରୁ ୩.୬ଲକ୍ଷ କ୍ୟୁସେକ ପାଣି ଛଡ଼ାଯାଇଥିଲା । ଫଳରେ ଦିଲ୍ଲୀର ଅନେକ ଅଞ୍ଚଳରେ ବନ୍ୟା ଭଳି ସ୍ଥିତି ଉପୁଜିଥିଲା । ପ୍ରତି ଘଣ୍ଟାରେ ଛଡ଼ାଯାଉଥିବା ଲକ୍ଷାଧିକ କ୍ୟୁସେକ ପାଣିରେ ପୁଣି ଥରେ ଦିଲ୍ଲୀରେ ୨୦୨୩ ଭଳି ସ୍ଥିତି ଉପୁଜିପାରେ ।

Advertisment

ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ବନ୍ୟା ଭଳି ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ସତର୍କ ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି । କାରଣ ଯମୁନାର ଜଳସ୍ତରରେ ଆଗକୁ ଆହୁରି ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଦିଲ୍ଲୀ-ମେରଠ ଏକ୍ସେପ୍ରେସୱେ ଓ ମୟୁର ବିହାରରେ ନଦୀର ପାଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ରହିବା ପାଇଁ ଟେଣ୍ଟ ବ୍ୟବସ୍ଥା କରାଯାଇଛି ।

ଦିଲ୍ଲୀରେ ୱାର୍ଣ୍ଣିଂ ଲେବଲ ୨୦୪.୫ ମିଟର, ଡେଞ୍ଜର ଲବଲ ୨୦୫.୩ ମିଟର ଓ ନିଷ୍କାସନ ୨୦୬ ମିଟରରୁ ଆରମ୍ଭ ହୋଇଥାଏ । ବ୍ୟାରେଜରୁ ଛଡାଯାଇଥିବା ପାଣି ଦିଲ୍ଲୀରେ ପହଞ୍ଚିବା ପାଇଁ ପାଖାପାଖି ୪୮ରୁ ୫୦ ଘଣ୍ଟା ସମୟ ଲାଗିଥାଏ । ଉପର ମୁଣ୍ଡରୁ ଛଡ଼ାଯାଇଥିବା କମ ପାଣି ଯୋଗୁଁ ବି ଯମୁନାର ଜଳସ୍ତର ବଢ଼ୁଛି । ଏବେ ଦିଲ୍ଲୀବାସୀ ୨୦୨୩ ବନ୍ୟା ସ୍ଥିତିକୁ ମନେ ପକାଇ ଆତଙ୍କରେ ଅଛନ୍ତି ।

Delhi Rain
Advertisment
Related Articles
Advertisment