/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756731091.jpg)
BDA will bring out a new CDP this year.
ଭୁବନେଶ୍ବର: ଏ ବର୍ଷ ନୂଆ ସିଡିପି ବା କମ୍ପରିହେନସିଭ ଡେଭଲପମେଣ୍ଟ ପ୍ଲାନ ଆଣିବ ବିଡ଼ିଏ। ଏଥିପାଇଁ ୫୬୦ ଗାଁକୁ ସାମିଲ କରାଯାଇଛି। ୫୬୦ ଗାଁକୁ ବାଦ୍ ଦେଲେ ଆହୁରି ୧୪୩ ଗାଁକୁ ସାମିଲ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି ବିଡ଼ିଏ। ଏହି କାମ ୭ଟି ପ୍ରୋସେସରେ ଅଛି। ଏବେ ୫୬୦ ଗାଁ ୧୧ ଶହ ୨୨ ବର୍ଗ କିଲୋମିଟର ପର୍ଯ୍ୟନ୍ତ ରହିଛି ।
Advertisment
୨୦୧୪ ସିଡିପିରେ ୨୬୦ ଗାଁ ଥିଲା ,୫୬୦ ଗାଁରେ ସର୍ଭେ କରିବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଯେଉଁ ସଂସ୍ଥା ନେବ ସିଏ ସର୍ଭେ କରିବେ। ଏବେ ଅନେକ ଗାଁରେ ଜନ ଶୁଣାଣି ସରିଛି। ଆଉ କିଛି ବାକି ଅଛି। ସେଠାରେ ଆପତ୍ତି ଅଭିଯୋଗ ଶୁଣାଣି ହେବାର ଯୋଜନା ରହିଛି। ୨୦୧୪ ସିଡିପିରେ ଥିବା ୨୬୦ ଗାଁର ଯୋଜନାକୁ ମୋଡ଼ିଫାଏ କରାଯାଉଛି ଯାହାଦ୍ବାରା ଅନେକ ସୁବିଧା ସୁଯୋଗ କରାଯାଇପାରିବ ।
ଏନେଇ ସୂଚନା ଦେଇଛନ୍ତି ବିଡିଏ ଭାଇସ୍ ଚେୟାରମ୍ୟାନ୍ ଏନ୍ ତିରୁମାଲା ନାଏକ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)