• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଫ୍ଲାଇଟ୍‌ରେ ଯାତ୍ରା କରିବାକୁ କାହାର ଅବା ପସନ୍ଦ ନଥାଏ । ସମସ୍ତେ ପ୍ରାୟ କମ୍‌ ସମୟ ଏବଂ ଖୁବ୍‌ଶୀଘ୍ର ଯାତ୍ରା ସାରି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାକୁ ଚାହିଁଥାଆନ୍ତି । ରେଳପଥ, ସଡ଼କପଥ ଓ ଜଳପଥ ଠାରୁ ଆକାଶ ପଥରେ ଯାତ୍ରା କରିବାକୁ ଯାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ । କାରଣ କମ୍‌ ସମୟରେ ଏହି ଯାତ୍ରା ଶେଷ ହୋଇଥାଏ ।

କମ୍‌ ସମୟ କହିଲେ ଆପଣ ୩୦ ମିନିଟ୍‌, ଏକ ଘଣ୍ଟା କିମ୍ବା ୨ ଘଣ୍ଟା ଭାବୁଥିବେ ନିଶ୍ଚୟ । ହେଲେ ଆପଣ ଜାଣନ୍ତିକି ମାତ୍ର ଏକ ମିନିଟର ଯାତ୍ରାରେ ବି ବିମାନ ଯାତ୍ରା ସମ୍ଭବ । ଆଜ୍ଞା ହଁ ମାତ୍ର ଗୋଟିଏ ମିନିଟ୍‌ର ଯାତ୍ରା ପରେ ଯାତ୍ରୀ ମାନେ ତାଙ୍କ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥାଆନ୍ତି ।

ଅଧିକ ପଢ଼ନ୍ତୁ: ବିମାନ ସେବାରେ କାହିଁକି ଅଧିକ ମହିଳା କ୍ୟାବିନ୍‌ କ୍ରୁ

ଏପରି ଏକ ବିମାନ ସେବା ରହିଛି ଦରାସଲରେ । ଯେଉଁଠି ମାତ୍ର ଏକ ମିନିଟର ଯାତ୍ରା କରିଥାଆନ୍ତି ଯାତ୍ରୀ । ପରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥାଆନ୍ତି । ଏଠାରେ ଦୁଇଟି ଟାପୁ ରହିଛି । ମାତ୍ର ଦୁଇଟି ଟାପୁ ମଧ୍ୟରେ ଦୂରତା ରହିଛି ୨.୭ କିଲୋମିଟର । ଆଉ ଏହାକୁ ଅତିକ୍ରମ କରିବାକୁ ହେଲେ ମାତ୍ର ୧ ମିନିଟ୍‌ ସମୟ ଲାଗିଥାଏ । ସୂଚନା ମୁତାବକ ଏହି ଦୁଇ ଟାପୁ ମଧ୍ୟରେ କୌଣସି ପୋଲ ନିର୍ମାଣ କରାଯାଇନାହିଁ ।

ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଦୁଇଟି ଟାପୁର ନାଁ ମଧ୍ୟ ରହିଛି । ଗୋଟିଏର ନାଁ ‘ୱେଷ୍ଟ୍ରେ’ ରହିଥିବା ବେଳେ ଅନ୍ୟଟିର ନାଁ ‘ପାପା ୱେଷ୍ଟ୍ରେ’ ବୋଲି କୁହାଯାଇଛି । ଏହି ଦୁଇଟି ଟାପୁ ମଧ୍ୟରେ ପୋଲର ବ୍ୟବସ୍ଥା ନାହିଁ । କି ଏହି ସମୁଦ୍ର ମଧ୍ୟରେ ନୌକା ଚଳାଚଳ କରିବାର ସୁବିଧା କରାଯାଇନାହିଁ । କାରଣ ଏଠାରେ ବହୁ ପଥର ଥିବାରୁ ଏହା ସମ୍ଭବ ପର ନୁହେଁ ବୋଲି କୁହାଯାଇଛି ।

ଯେଉଁ ଯାତ୍ରୀମାନେ ଏହି ଦୁଇ ଟାପୁକୁ ଯାତାୟାତ କରିଥାଆନ୍ତି । ସେମାନେ ବିମାନରେ ଯାଆ ଆସ କରନ୍ତି । ବିମାନରେ ଯାତ୍ରୀମାନେ ଯାତାୟାତ ପାଇଁ ୧୩୯୯ଟଙ୍କା ଦେବାକୁ ପଡ଼ିଥାଏ ।