Advertisment

ବିମାନ ସେବାରେ କାହିଁକି ଅଧିକ ମହିଳା କ୍ୟାବିନ୍‌ କ୍ରୁ

ସାରା ଦୁନିଆରେ ଏୟାରଲାଇନ୍‌ରେ ଯେଉଁ କେବିନ୍ କ୍ରୁ ଥାଆନ୍ତି, ଯେଉଁମାନଙ୍କୁ ଫ୍ଲାଇଟ୍ ଆଟେନ୍‌ଡାଣ୍ଟ୍ ମଧ୍ୟ କୁହାଯାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥାନ୍ତି। ଏମିତି ମଧ୍ୟ ଅନେକ ଏୟାରଲାଇନ୍ସ ଅଛି ଯାହା ଏହି କାମ ପାଇଁ ପୁରୁଷମାନଙ୍କୁ ରଖେ ହିଁ ନାହିଁ। ତେବେ ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Why women staff are in maximum in airline flights cabin crew

Why women staff are in maximum in airline flights cabin crew

ଯେତେବେଳେ ଆମେ ସମସ୍ତେ ବିମାନ ଯୋଗେ ଯାତ୍ରା କରୁ, ବିମାନରେ ଏୟାର ହୋଷ୍ଟେସ୍ ଭାବରେ ଅଧିକ ମହିଳା କର୍ମଚାରୀଙ୍କୁ ଦେଖୁ। ସାରା ବିଶ୍ୱରେ ବିମାନ ସେବାରେ କ୍ୟାବିନ୍‌ କ୍ରୁ ଭାବେ କାମ କରିବା ପାଇଁ ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଏ। ଏହି କାମ ପାଇଁ ପୁରୁଷମାନଙ୍କୁ କମ୍ ରଖାଯାଏ। ଏମିତି କାହିଁକି କରାଯାଏ।

Advertisment

ସାଧାରଣତଃ, ପୁରୁଷମାନେ ଗ୍ରାଉଣ୍ଡ୍‌ ଷ୍ଟାଫ୍, RAMP ସେବା, ଗ୍ରାହକ ସେବା ଅଧିକ ଜଡିତ ଥାନ୍ତି, କାରଣ୍ ଏହି କାମଗୁଡ଼ିକ ମଧ୍ୟ ଶାରୀରିକ ଭାବରେ ଅଧିକ କଷ୍ଟକର। କିନ୍ତୁ କ୍ୟାବିନ କ୍ରୁଙ୍କ କାମ ପୂରା ଅଲଗା। ବିମାନ ସେବା ସାଧାରଣତଃ କରେ ଯେ ମହିଳାମାନେ ଫ୍ଲାଇଟ୍ ଆଟେନ୍‌ଡାଣ୍ଟ୍ କାମକୁ ଭଲ କରନ୍ତି।

ମହିଳାମାନଙ୍କୁ ଏୟାର ହୋଷ୍ଟେସ୍ ଭାବରେ ଅଧିକ ପସନ୍ଦ କରିବାର ଅନେକ କାରଣ ଅଛି, ଆମେ ଏଠି ୦୫ଟି କାରଣକୁ ନେଇ ଆଲୋଚନା କରିବା। ଏହା ସତ ଯେ ଏଥିରେ ଗ୍ଲାମର ଦୁନିଆ ଜଡିତ ଅଛି। କାରଣ ସମଗ୍ର ବିଶ୍ୱରେ ବିମାନ ସେବାରେ ପ୍ରାୟ ପୁରୁଷମାନେ ହିଁ ଯାତ୍ରା କରନ୍ତି।

Advertisment

ପ୍ରଥମ ଏବଂ ମୁଖ୍ୟ କାରଣ ହେଉଛି, ବିମାନ ଯାତ୍ରା ସମୟରେ ଯାତ୍ରୀମାନଙ୍କ ସହିତ ପରିଚାଳନା ଏବଂ ଆତିଥ୍ୟରେ କ୍ଷେତ୍ରରେ ମହିଳାମାନେ ଖୁବ ଭଲ କାମ କରିଥାନ୍ତିନ୍ତି। ମହିଳା ଓ ପିଲାମାନେ ମଧ୍ୟ ସେମାନଙ୍କୁ ବହୁତ ପସନ୍ଦ କରନ୍ତି। ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସେମାନେ ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ହୁଅନ୍ତି।

ବିମାନ ସେକ୍ଟର ବିଶ୍ୱାସ କରେ ଯେ ମହିଳା କ୍ୟାବିନ୍‌ କ୍ରୁ କର୍ମଚାରୀମାନେ ଯାତ୍ରୀଙ୍କ ସହ ସମ୍ପର୍କ ତିଆରି କରିବାରେ ଅଧିକ ସକ୍ଷମ ହୋଇଥାନ୍ତି। ସେମାନେ ଯାତ୍ରୀମାନଙ୍କ କଥାକୁ ବହୁତ ଭଲ ଭାବରେ ଶୁଣନ୍ତି ଏବଂ ନିଜ କାମରେ ମଧ୍ୟ କରି ଦେଖାନ୍ତି।

ବିମାନ ସେବା କ୍ଷେତ୍ରରେ ସାଧାରଣତଃ ପୁରୁଷ ଯାତ୍ରୀଙ୍କ ସଂଖ୍ୟା ସର୍ବାଧିକ। ସେମାନଙ୍କ ବିତରେ ବିଭିନ୍ନ ପ୍ରକାରର ପୁରୁଷ ଥାଆନ୍ତି। କିନ୍ତୁ ଅଧିକାଂଶ ପୁରୁଷ ଯାତ୍ରୀ ମହିଳା ଏୟାର୍‌ ହୋଷ୍ଟେସ୍‌କୁ ଭଲ ଭାବରେ ଶୁଣନ୍ତି ଏବଂ ମାନନ୍ତି। ସେମାନେ ଅସନ୍ତୁଷ୍ଟ ପୁରୁଷ ଯାତ୍ରୀମାନଙ୍କୁ ମଧ୍ୟ ଭଲ ଭାବେ କାବୁ କରିପାରନ୍ତି।

ମହିଳା କ୍ୟାବିନ୍‌ କ୍ରୁଙ୍କ ସଂଖ୍ୟା ଅଧିକ ହେବା ନେଇ ଏହା ମଧ୍ୟ ଯୁକ୍ତି କରାଯାଏ ଯେ ସେମାନେ ସାଧାରଣତଃ ଓଜନରେ କମ୍ ହୋଇଥିବାରୁ ଯେକୌ ଣସି ବିମାନ ସେବା ପାଇଁ ସୁବିଧାଜନକ ହୋଇଥାଏ। ଏହା ମଧ୍ୟ ହୋଇପାରେ ଯେ ସ୍ଲିମ୍‌ଟ୍ରିମ୍ ଏୟାର୍‌ହୋଷ୍ଟେସ୍ ଏକ ଆକର୍ଷଣୀୟ ଏବଂ ସୁନ୍ଦର ବ୍ୟକ୍ତିତ୍ୱ ସହିତ କାମରେ ଅଧିକ ଚତୁର ମଧ୍ୟ ହୋଇଥାନ୍ତି। ପ୍ରକୃତି ଅନୁଯାୟୀ, ସେମାନେ ମଧ୍ୟ ଅଧିକ ଉଦାର, ଭଦ୍ର ହୋଇଥାନ୍ତି।

Knowledge
Advertisment
Advertisment