Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ବିଶ୍ୱ ନେତା

ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସାମ୍ନାରେ ରଖିଥିବା ମନ୍ତବ୍ୟକୁ ଜାତିସଂଘ ସାଧାରଣ ଅଧିବେଶନରେ ପ୍ରଶଂସା କରାଯାଇଛି। ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପ୍ରଶଂସା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
World Leaders Praise PM Modi

World Leaders Praise PM Modi

ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମନ୍ତବ୍ୟକୁ ବିଶ୍ୱ ନେତା ପ୍ରଶଂସା କରିଛନ୍ତି। ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସାମ୍ନାରେ ରଖିଥିବା ମନ୍ତବ୍ୟକୁ ଜାତିସଂଘ ସାଧାରଣ ଅଧିବେଶନରେ ପ୍ରଶଂସା କରାଯାଇଛି। ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପ୍ରଶଂସା କରିଛନ୍ତି।

Advertisment

ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ କହିଛନ୍ତି ଏହା ଯୁଦ୍ଧର ସମୟ ନୁହେଁ, ଏହା ଶତ ପ୍ରତିଶତ ଠିକ୍। ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧରେ ପ୍ରତିଶୋଧ କିମ୍ବା ପାଶ୍ଚାତ୍ୟ ଦେଶକୁ ସମର୍ଥନର ସମୟ ନୁହେଁ। ଏବେ ସବୁଦେଶ ପାଇଁ ସାର୍ବଭୌମତ୍ୱର ଆବଶ୍ୟକତା ରହିଛି।  ଏବେ ସମସ୍ତ ଚ୍ୟାଲେଞ୍ଜକୁ ଆମକୁ ମିଳିତ ଭାବେ ସମ୍ମୁଖୀନ କରିବାକୁ ପଡ଼ିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି। 

୨ଶହ ଦିନରୁ ଅଧିକ ସମୟ ହେବ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରି ପାରୁନାହିଁ। ସେହିପରି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ମୋଦିଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି। 

Advertisment

ସେପଟେ, ଟେଲିଭିଜନ ବାର୍ତ୍ତା ମାଧ୍ୟମରେ ପୁଟିନ ପରମାଣୁ ଧମକ ଦେଇଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ୍‌ କରି ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍ ଚେତାଇ ଦେଇଛନ୍ତି । ୟୁକ୍ରେନ ସହ ଯୁଦ୍ଧ ଜାରି ରହିଥିବା ବେଳେ ଦେଶର ବିଭିନ୍ନ ଅଞ୍ଚଳରେ ଆଂଶିକ ଭାବରେ ସେନା ମୁତୟନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପୁଟିନ୍‌ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । 

PM Modi PM Narendra Modi Ukraine War
Advertisment
Advertisment