Advertisment

Women’s Day: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କେବଳ ମହିଳା ପୋଲିସ୍, ଇତିହାସରେ ପ୍ରଥମ

ଭାରତ ଇତିହାସରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପୂରା ସୁରକ୍ଷା ବ୍ୟବସ୍ଥାରେ ମହିଳା ପୋଲିସ କର୍ମଚାରୀ ମୁତୟନ ରହିବେ। ସୁରକ୍ଷା ଦାୟିତ୍ବରେ ମୁତୟନ ହେବାକୁ ଥିବା ଆଇପିଏସ୍ ଅଫିସରଙ୍କଠାରୁ କନଷ୍ଟେବଳ ଯାଏଁ ସମସ୍ତେ ମହିଳା।

ଅଦ୍ୟତନ ହୋଇଛି
PM Modi's Security Cover

PM Modi's Security Cover

Advertisment

ଗୁଜରାଟରେ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କବଚ ସାଜିବେ ମହିଳା ପୋଲିସ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସନ୍ତାକାଲି ଗୁଜରାଟର ନଭସାରି ଜିଲ୍ଲାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମର ସୁରକ୍ଷା କମାଣ କେବଳ ମହିଳା ପୋଲିସ କର୍ମଚାରୀଙ୍କ ହାତରେ ଦିଆଯାଇଛି।

Advertisment

ଭାରତ ଇତିହାସରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପୂରା ସୁରକ୍ଷା ବ୍ୟବସ୍ଥାରେ ମହିଳା ପୋଲିସ କର୍ମଚାରୀ ମୁତୟନ ରହିବେ। ସୁରକ୍ଷା ଦାୟିତ୍ବରେ ମୁତୟନ ହେବାକୁ ଥିବା ଆଇପିଏସ୍ ଅଫିସରଙ୍କଠାରୁ କନଷ୍ଟେବଳ ଯାଏଁ ସମସ୍ତେ ମହିଳା। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପ୍ରାୟ ୨୧ଶହରୁ ଅଧିକ କନଷ୍ଟେବଳ, ୧୮୭ ସବ-ଇନ୍ସପେକ୍ଟର, ୬୧ ଇନ୍ସପେକ୍ଟର, ୧୬ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ, ୫ ଏସପି, ଜଣେ ଆଇଜି ଓ ଜଣେ ଅତିରିକ୍ତ ଡିଜିପି ରାଙ୍କର ମହିଳା ଅଧିକାରୀ ରହିବେ।

ବରିଷ୍ଠ ପୋଲିସ ଅଧିକାରୀ ଓ ଗୁଜରାଟ ଗୃହ ସଚିବ ନିପୁଣା ତୋରୱାଣେ ସୁରକ୍ଷା ବନ୍ଦୋବସ୍ତର ତଦାରଖ କରିବେ। ଏହି ପଦକ୍ଷେପ ମହିଳା ଦିବସରେ ବିଶ୍ୱକୁ ଏକ ଦୃଢ଼ ବାର୍ତ୍ତା ଦେବା ସହ ଗୁଜରାଟକୁ ଏକ ସୁରକ୍ଷିତ ରାଜ୍ୟ କରିବାରେ ମହିଳାମାନେ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ତାହା ବି ଜଣାଇବ। ଆଜିଠାରୁ ଦୁଇ ଦିନିଆ ଗୁଜରାଟ ଓ ଦାଦ୍ରା ନଗର ହାଭେଳି ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତକାଲି ମହିଳା ଦିବସ ଅବସରରେ ଗୁଜରାଟର ବଂଶୀ ବୋରସୀ ଗାଁରେ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଅଧିକ ପଢ଼ନ୍ତୁ: ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Narendra Modi PM Modi Security Arrangement International Women's Day Women's Day Prime Minister Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ